ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗୋଲାମୁଣ୍ଡା ବ୍ଲକ ପୁଟିଆଚୁରା ରେ କ୍ଳଷ୍ଟର ସ୍ତରୀୟ ନିପୁଣ ଓଡିଶା ମେଳା

ଗୋଲାମୁଣ୍ଡା ବ୍ଲକ ପୁଟିଆଚୁରା ରେ କ୍ଳଷ୍ଟର ସ୍ତରୀୟ ନିପୁଣ ଓଡିଶା ମେଳା

କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ପୁଟିଆଚୁରା କେନ୍ଦ୍ର ଉଚ୍ଚପ୍ରାଥମିକ ବିଦ୍ୟାଳୟର ଠାରେ କ୍ଳଷ୍ଟର ସ୍ତରୀୟ ନିପୁଣ ଓଡିଶା ମେଳା ସି.ଆର୍.ସି.ସି ଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇଯାଇଛି l ପୁଟିଆଚୁରା ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ମନୋରଞ୍ଜନ ସାହୁ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପୁଟିଆଚୁରା ସିଆରସିସି, ରେଖରାମ ନାଏକ,କାର୍ଲିପଡା ଉଚ୍ଚପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ କ୍ଷୀରସିନ୍ଧୁ ଦୂର୍ଗା,ସଂକରିପାଲି ବିଦ୍ୟାଳୟ ର ସହକାରୀ ଶିକ୍ଷକ ଶେଷଦେବ ପାଢି,ରେଙ୍ଗସାପାଲି ଉଚ୍ଚପ୍ରାଥମିକ ବିଦ୍ୟାଳୟ ସଚିନ୍ଦ୍ର ବାଗ ଓ କ୍ଲଷ୍ଟର ଅଧିନସ୍ଥ ବିଦ୍ୟାଳୟର ଏଫ.ଏଲ୍.ଏନ୍ ଶିକ୍ଷକ/ଶିକ୍ଷୟତ୍ରୀ, ପ୍ରତି ବିଦ୍ୟାଳୟ ରୁ ୧୦ ଜଣ ଛାତ୍ରଛାତ୍ରୀ, ପିତା/ମାତା, ପି.ଆର.ଆଇ.ସଦସ୍ୟ ଓ ଗ୍ରାମବାସୀ ଉପସ୍ଥିତ ଥିଲେ।କାର୍ଯ୍ୟକ୍ରମ ଆରମ୍ଭ ରେ ନିପୁଣ ଓଡିଶା ମେଳା ଗୀତ ଗାନ କରିବା ସହିତ ଶପଥ ଗ୍ରହଣ କରାଯାଇଥିଲା l ନିପୁଣ ଓଡିଶା ମେଳା ର ମୁଖ୍ୟ ଉଦ୍ଦେଶ୍ୟ ସମ୍ପର୍କରେ ସି.ଆର୍.ସି.ସି ଶ୍ରୀ ନାଏକ ଅଭିଭାଷଣରେ କହିଥିବା ବେଳେ ପୁଟିଆଚୁରା ଉଚ୍ଚପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ସାହୁ ନିପୁଣ ଓଡିଶା କଣ ଓ ଏହା କିପରି କାର୍ୟକାରୀ ହୋଇ ପାରିବ ସେ ସମ୍ପର୍କରେ ଆଲୋଚନା କରିଥିଲେ ପରବର୍ତ୍ତୀ ସମୟରେ ଶିକ୍ଷକ ମାନଙ୍କ ଦ୍ଵାରା ପ୍ରସ୍ତୁତ ଶିକ୍ଷଣ ସମାଗ୍ରୀ ଗୁଡିକୁ ଛାତ୍ରଛାତ୍ରୀମାନଙ୍କ ଉଦ୍ଦେଶ୍ଯରେ ପ୍ରଦର୍ଶନ କରାଯାଇଥିଲା।ପ୍ରଦର୍ଶିତ ଷ୍ଟଲ୍ ଗୁଡିକୁ ଯଥା କ୍ରମେ ସାକ୍ଷରତା ଶିକ୍ଷଣ କେନ୍ଦ୍ର, ସଂଖ୍ୟା ଜ୍ଞାନ ଶିକ୍ଷଣକେନ୍ଦ୍ର, ସୃଜନ ଶିକ୍ଷଣକେନ୍ଦ୍ର,ମତାମତ ଷ୍ଟଲ୍, ରୂପେ ସଜାଯାଇ ଛାତ୍ରଛାତ୍ରୀମାନଙ୍କୁ ପୁଙ୍ଖାନୁପୁଙ୍ଖ ବୁଝା ଯାଇଥିଲା l ଉଦଯାପନୀ ଉତ୍ସବରେ ସମସ୍ତ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା ଓ ଏଫ.ଏଲ୍.ଏନ୍ ଶିକ୍ଷକ/ଶିକ୍ଷୟତ୍ରୀ ମାନଙ୍କୁ ପ୍ରଶଂସା ପତ୍ର ପ୍ରଦାନ କରାଯାଇଥିଲା l କାର୍ଯ୍ୟକ୍ରମ କୁ ପୁଟିଆଚୁରା ବିଦ୍ୟାଳୟ ର ସହକାରୀ ଶିକ୍ଷୟତ୍ରୀ ଶ୍ରୀମତୀ ମାଧୁରୀ ବାଗ, ଓ ହେମାଙ୍ଗିନୀ ପଧାନ ସହଯୋଗ କରିଥିବା ବେଳେ କର୍ମାଠ ଉଚ୍ଚପ୍ରାଥମିକ ବିଦ୍ୟାଳୟ ର ସହକାରୀ ଶିକ୍ଷକ ଅନିଲ ନାୟକ ମଞ୍ଚ ପରିଚାଳନା କରିଥିଲେ l

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ଓଡ଼ିଆ ଭାଷା, ସାହିତ୍ୟ ଓ ଜଗନ୍ନାଥ ସଂସ୍କୃତି ଉପରେ ଆଲୋଚନା ଚକ୍ର ଅନୁଷ୍ଠିତ

masiha

ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ଲେବ ଟେନ୍ନିସିଆନଙ୍କ ଦ୍ୱାରା ରୋଗୀ ଏବଂ ସମ୍ପର୍କୀୟ ଙ୍କୁ ଖରାପ ବ୍ୟବହାର କରୁଥିବା ଅଭିଯୋଗ

Sunil Chandra Nayak

38th National Convention at IEI Rourkela Rourkela

Sunil Chandra Nayak

Leave a Comment

error: Content is protected !!