ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସମ୍ପୂର୍ଣ୍ଣତା ଅଭିଯାନ ୨.୦ର ଶୁଭାରମ୍ଭ: ଜନସହଭାଗିତା ସହିତ ଜିଲ୍ଲାସ୍ତରରେ ବ୍ୟାପକ ସଚେତନତା 

ସମ୍ପୂର୍ଣ୍ଣତା ଅଭିଯାନ ୨.୦ର ଶୁଭାରମ୍ଭ: ଜନସହଭାଗିତା ସହିତ ଜିଲ୍ଲାସ୍ତରରେ ବ୍ୟାପକ ସଚେତନତା 

ନବରଙ୍ଗପୁର:( ତା ୬.୨.୨୦୨୬)(ରବି ନାରାୟଣ ମହାନ୍ତି) ଜିଲ୍ଲାରେ ଆଜି ସମ୍ପୂର୍ଣ୍ଣତା ଅଭିଯାନ ୨.୦ର ଶୁଭାରମ୍ଭ ଉତ୍ସାହ, ଉଲ୍ଲାସ ଓ ବ୍ୟାପକ ଜନସହଭାଗିତାର ସହିତ ଅନୁଷ୍ଠିତ ହୋଇଯାଇଛି। ସରକାରଙ୍କ ଜନ ହିତକର ଯୋଜନା ତୃଣ ମୂଳ ସ୍ତର ଶେଷ ବ୍ୟକ୍ତି ପର୍ଯ୍ୟନ୍ତ ପହଞ୍ଚାଇବା, ସ୍ୱାସ୍ଥ୍ୟ, ପୋଷଣ, ସ୍ୱଚ୍ଛତା, ଶିକ୍ଷା,ପ୍ରାଣୀସମ୍ପଦ ଓ ସମାଜ କଲ୍ୟାଣ କ୍ଷେତ୍ରରେ ୧୦୦ ପ୍ରତିଶତ ପରିପୂର୍ଣ୍ଣତା ନିଶ୍ଚିତ କରିବା ଏହି ଅଭିଯାନର ମୁଖ୍ୟ ଲକ୍ଷ୍ୟ ରହିଛି।ଏହି ଅବସର ରେ ସ୍ଥାନୀୟ ମିଶନ ଶକ୍ତି ସମ୍ମିଳନୀ ଗୃହରେ ଜିଲ୍ଲାପାଳ ଡ଼ ମହେଶ୍ବର ସ୍ୱାଇଁ ଙ୍କ ଅଧ୍ୟକ୍ଷତା ରେ ଜିଲ୍ଲାରେ ସମ୍ପୂର୍ଣ୍ଣତା ଅଭିଯାନ ୨.୦ ର ସଫଳ ରୂପାୟନ ନିମନ୍ତେ ଶୁଭାରମ୍ଭ ସମାରୋହ ଅନୁଷ୍ଠିତ ହୋଇଯାଇଛି।ଏହି ବୈଠକ ରେ ବରେଣ୍ୟ ଅତିଥି ଭାବେ ମାନ୍ୟବର ବିଧାୟକ ଡାବୁ ଗାଁ ମନୋହର ରାନ୍ଧାରୀ,ମାନ୍ୟବର ବିଧାୟକ ନବରଙ୍ଗପୁର ଗୌରୀ ଶଙ୍କର ମାଝୀ ଯୋଗ ଦେଇଥିଲେ। ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ତପନ କୁମାର ଖୁଣ୍ଟିଆ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ବିରଞ୍ଚି ନାରାୟଣ ଦରୱାନ, ସି ଡି ଏମ ଓ ଡ଼ ମଳୟ ପ୍ରଧାନ, ଡି ଇ ଓ ଛତ୍ରପତି ସାହୁ, ପି ଏ, ଆଇ ଟି ଡି ଏ ରାଜୀବ ସାହୁ, ଏ ଡି ପି ଏଚ ଓ ଡ ମଳୟ ତ୍ରିପାଠୀ,ଡି ଏସ ଡ଼ବ୍ଲୁ ଓ ଦ୍ରପୌଦୀ କହଁର, ଡି ଆଇ ପି ଆର୍ ଓ ମନୋଜ ବେହେରା ବି ଡି ଓ ତେନ୍ତୁଳିଖୁଣ୍ଟି ମନୋଜ ପାଣିଗ୍ରାହୀ , ବି ଡି ଓ ଡାବୁଗାଁ ସମୀର କୁମାର ପାତ୍ରଙ୍କ ସମେତ ଅନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀ,ସି ଡି ପି ଓ,ବ୍ଲକ୍ ସ୍ତରୀୟ ଅଧିକାରୀ, ସ୍ଵାସ୍ଥ୍ୟ ବିଭାଗ ର କର୍ମଚାରୀ ,ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିଲେ।ଏହି ଉପଲକ୍ଷେ ଆଜି ସକାଳ ୯.୦୦ ଘ ସମୟରେ ଡ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ନିକଟରୁ ବିଭିନ୍ନ ବିଦ୍ୟାଳୟ ,ମହାବିଦ୍ୟାଳୟ , ନର୍ସିଂ କଲେଜ ର ଛାତ୍ର ଛାତ୍ରୀ,ଜିଲ୍ଲା ଅଧିକାରୀ , ପିରାମଲ ଓ ଆଭା ଅନୁଷ୍ଠାନ ର କର୍ମକର୍ତ୍ତା, ଅଙ୍ଗନବାଡି କର୍ମୀଙ୍କ ଗହଣରେ ଏକ ସଚେତନତା ଶୋଭାଯାତ୍ରା ଆରମ୍ଭ ହୋଇ ମିଶନ ଶକ୍ତି ସମ୍ମିଳନୀ କକ୍ଷ ପର୍ଯ୍ୟନ୍ତ ଯାତ୍ରା କରିଥିଲା।ଶୋଭାଯାତ୍ରା କୁ ଜିଲ୍ଲାପାଳ ,ନବରଙ୍ଗପୁର ପତାକା ଦେଖାଇ ଶୁଭାରମ୍ଭ କରିଥିଲେ।ଶୋଭାଯାତ୍ରା ପୂର୍ବରୁ ଜିଲ୍ଲାପାଳ ଭାରତର ସଂବିଧାନ ରଚୟିତା ଡା. ବି.ଆର୍. ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଳ୍ୟ ଅର୍ପଣ କରିଥିଲେ ତାଙ୍କର ସମତା, ନ୍ୟାୟ ଓ ସାମାଜିକ ସଶକ୍ତିକରଣର ଆଦର୍ଶକୁ ସ୍ମରଣ କରାଯାଇଥିଲା।ଶୋଭାଯାତ୍ରା ପରେ ଜିଲ୍ଲାର ମହାନ୍ ସ୍ଵାଧୀନତା ସଂଗ୍ରାମୀ ମହମ୍ମଦ ବାଜି ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରାଯାଇଥିଲା। ଶୋଭାଯାତ୍ରା ମାଧ୍ୟମରେ ଯକ୍ଷ୍ମା ମୁକ୍ତ ଭାରତ, ଆନୁଷ୍ଠାନିକ ପ୍ରସବ, ମାତୃ ଓ ଶିଶୁ ସ୍ୱାସ୍ଥ୍ୟ, ପୋଷଣ ସେବା, ସ୍ୱଚ୍ଛତା ଓ ସୁରକ୍ଷିତ ପାନୀୟ ଜଳ ସମ୍ବନ୍ଧୀୟ ସନ୍ଦେଶ ଜନସାଧାରଣଙ୍କ ମଧ୍ୟରେ ପ୍ରଚାର କରାଯାଇଥିଲା।ଅନୁଷ୍ଠିତ ସଭାରେ ଜିଲ୍ଲାପାଳ ସମସ୍ତଙ୍କୁ ସ୍ବାଗତ ପୂର୍ବକ ଜିଲ୍ଲାରେ ସମ୍ପୂର୍ଣ୍ଣତା ଅଭିଯାନ ୨.୦ ମାଧ୍ୟମରେ ଦୁଇଟି ଆକଂକ୍ଷୀ ବ୍ଲକ ତେନ୍ତୁଳିଖୁଣ୍ଟି ଓ ଡାବୁ ଗାଁ ୬ ଟି ସୁଚାକାଙ୍କ ଏବଂ ଆକଂକ୍ଷୀ ଜିଲ୍ଲାରେ ୫ ଟି ସୁଚକାଙ୍କ ଯୋଜନାଗୁଡ଼ିକର ୧୦୦ ପ୍ରତିଶତ ପରିପୂର୍ଣ୍ଣତା ସୁନିଶ୍ଚିତ କରିବା ପାଇଁ ସଂପୃକ୍ତ ବିଭାଗୀୟ ଅଧିକାରୀ ଏବଂ ବି ଡି ଓ ମାନେ ସ୍ଵମନ୍ନୟ ରକ୍ଷା କରି ଦାୟିତ୍ୱ ତୁଲାଇବାକୁ ନିର୍ଦ୍ଦେଶ ଦେଇଥିଲେ।ମାତୃ ଓ ଶିଶୁ ସ୍ୱାସ୍ଥ୍ୟ, ଯକ୍ଷ୍ମା ନିରାକରଣ, ପୋଷଣ, ପଶୁ ଟୀକାକରଣ , ସ୍ୱାସ୍ଥ୍ୟ, ସ୍ୱଚ୍ଛତା ଓ ଶିକ୍ଷା କ୍ଷେତ୍ରରେ ସମସ୍ତ ବିଭାଗ ମଧ୍ୟରେ ସମନ୍ୱୟ ରଖି କାମ କରିବା ଉପରେ ସେ ଗୁରୁତ୍ୱ ଦେଇଥିଲେ।ବରେଣ୍ୟ ଅତିଥି ବିଧାୟକ ନବରଙ୍ଗପୁର ଓ ଡାବୁଗାଁ ନିଜ ବକ୍ତବ୍ୟରେ ସମ୍ପୂର୍ଣ୍ଣତା ଅଭିଯାନ ୨.୦ର ଲକ୍ଷ୍ୟ ଓ ଗୁରୁତ୍ୱ ବିଷୟରେ ମତାମତ ରଖିଥିଲେ। ଜିଲ୍ଲାକୁ ଏକ ବିକଶିତ ଜିଲ୍ଲା ଭାବେ ଗଢ଼ି ତୋଳିବା ପାଇଁ ସମସ୍ତଙ୍କ ସକ୍ରିୟ ସହଯୋଗ ,ଦାୟିତ୍ଵ ଓ ସକରାତ୍ମକ ଦୃଷ୍ଟିକୋଣ ଆହ୍ୱାନ କରିଥିଲେ ଏବଂ ବିଶେଷତଃ ବ୍ଲକ୍ ସ୍ତରରେ କର୍ମଚାରୀଙ୍କ ଅଧିକ ଦାୟିତ୍ଵ କୁ ଗୁରୁତ୍ବ ଦେଇଥିଲେ।ଏହି ଅବସରରେ ସମ୍ପୂର୍ଣ୍ଣତା ଅଭିଯାନ ୨.୦ର ଲୋଗୋ ଉନ୍ମୋଚନ କରାଯାଇଥିଲା।ଏହା ସହିତ ଶପଥ ପାଠ ଓ ଦସ୍ତଖତ ଅଭିଯାନ କାର୍ଯ୍ୟକ୍ରମ ଆୟୋଜିତ ହୋଇ ସମସ୍ତ ଅଧିକାରୀ, ଜନପ୍ରତିନିଧି ଓ ଅଂଶଗ୍ରହଣକାରୀ ମାନେ ଅଭିଯାନ ପ୍ରତି ତାଙ୍କର ଦୃଢ଼ ସଙ୍କଳ୍ପ ପ୍ରକାଶ କରିଥିଲେ।କାର୍ଯ୍ୟକ୍ରମ ସ୍ଥଳରେ ସ୍ୱାସ୍ଥ୍ୟ ବିଭାଗ , ପ୍ରାଣୀ ସମ୍ପଦ ବିଭାଗ ଏବଂ ସମାଜ କଲ୍ୟାଣ ବିଭାଗ ପକ୍ଷରୁ ଷ୍ଟଲ୍ ସ୍ଥାପନ କରାଯାଇଥିଲା। ଅତିଥିମାନେ ଏହି ଷ୍ଟଲ୍‌ଗୁଡ଼ିକୁ ଉଦଘାଟନ କରି ସାଧାରଣ ଲୋକଙ୍କୁ ମିଳୁଥିବା ସେବା ବିଷୟରେ ଅବଗତ କରାଇଥିଲେ।ସଭା ଅବସରରେ ଯକ୍ଷ୍ମା ରୋଗୀମାନଙ୍କୁ ପୋଷଣ ସହାୟତା ସ୍ୱରୂପ ଖାଦ୍ୟ ଟୋକେଇ ବଣ୍ଟନ କରାଯାଇଥିଲା। ଏହା ଯକ୍ଷ୍ମା ମୁକ୍ତ ଭାରତ ଅଭିଯାନ ପ୍ରତି ଜିଲ୍ଲା ପ୍ରଶାସନର ପ୍ରତିବଦ୍ଧତାକୁ ପ୍ରତିଫଳିତ କରିଥିଲା। ଜନ ସଚେତନତା ନିମନ୍ତେ ଏକ ସମ୍ପୂର୍ଣ ତା ରଥକୁ ଅତିଥିମାନେ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ।ସମଗ୍ର କାର୍ଯ୍ୟକ୍ରମ ଜିଲ୍ଲା ପ୍ରଶାସନ, ବିଭିନ୍ନ ବିଭାଗ, ଜନପ୍ରତିନିଧି ଏବଂ ସହଯୋଗୀ ସଂସ୍ଥାମାନଙ୍କ ସହଯୋଗରେ ସଫଳତାର ସହିତ ସମ୍ପନ୍ନ ହୋଇଥିଲା। ମୁଖ୍ୟ ଉନ୍ନୟନ ଅଧିକାରୀ ଜିଲ୍ଲା ପରିଷଦ ଧନ୍ୟବାଦ୍ ଅର୍ପଣ କରିଥିଲେ।ସମ୍ପୂର୍ଣ୍ଣତା ଅଭିଯାନ ୨.୦ ଜିଲ୍ଲାର ସାମାଜିକ ଓ ଆର୍ଥିକ ଉନ୍ନତିରେ ଏକ ମାଇଲ ଖୁଣ୍ଟ ସାବ୍ୟସ୍ତ ହେବ ବୋଲି ଜନ ସାଧାରଣ ମଧ୍ୟରେ ଆଶା ପ୍ରକାଶ ପାଇଛି। 

Related posts

ବିରାଟକାୟ ବୃକ୍ଷ ରାଜରାସ୍ତା ରେ ଉପୁଡ଼ି ପଡ଼ିବାରୁ ଯାତାୟାତ ଠପ୍ ନର୍ଲା ବିଡ଼ିଓ ଏବଂ ଅଗ୍ନିଶମ ବିଭାଗ ର ତୁରନ୍ତ ସହଯୋଗ ରେ ଯାତାୟାତ ସୁଗମ 

Sunil Chandra Nayak

ଆଟିଗାଁ ରେ ଆମ୍ବେଦକର ପ୍ରତିମୂର୍ତ୍ତି ଉନ୍ମୋଚିତ

masiha

ଭତ୍ତା ବାଣ୍ଟିଲେ ସରପଞ୍ଚ ଦାୟିତ୍ୱରେ ଥିବା ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ

Sunil Chandra Nayak

Leave a Comment

error: Content is protected !!