ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

କାର ଦୁର୍ଘଟଣା ରେ ଦାଦନ ଶ୍ରମିକ ଙ୍କ ମୃତ୍ୟୁ

କାର ଦୁର୍ଘଟଣା ରେ ଦାଦନ ଶ୍ରମିକ ଙ୍କ ମୃତ୍ୟୁ

ଦାଦନ ଖଟିବାକୁ ଯାଇ ନିଜ ଘର କୁ ଫେରୁଥିବା ସମୟରେ ଆମପାଣି ରାସ୍ତା କଡ ବସିଥିବା ଜଣେ ଦାଦନ ଶ୍ରମିକଙ୍କ ଉପରେ ଦ୍ରୁତ ଗତିରେ ଆସୁଥିବା ଏକ ବୋଲେନୋ କାର ଧକ୍କା ଦେବାରୁ ଦାଦନ ଶ୍ରମିକ ଗୁରୁତର ହେବାରୁ ସ୍ଥାନୀୟ ଲୋକମାନେ ୧୦୮ ଆମ୍ବୁଲାନ୍ସ ସହାୟତା ରେ କୋକସରା ହସ୍ପିଟାଲ କୁ ଚିକିତ୍ସା ପାଇଁ ପଠାଇଥିଲେ, ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ଅନ୍ୟପଟେ ଦୁର୍ଘଟଣା କରିଥିବା କାର କୁ ସ୍ଥାନୀୟ ଲୋକମାନେ ଆମପାଣି ପୁଲିସ ର ଜିମା ଦେଇଛନ୍ତି। ସୂଚନା ମତେ ଛତିଶଗଡ଼ ଦେଭୋଗ ଥାନାଞ୍ଚଲ ଧରଣୀ ବାହାଲ ଗ୍ରାମ ଜଣେ ଯୁବକ ରମେଶ ଠାକୁର ( ୩୨) ବିଶାଖାପାଟଣା ଦାଦନ ଖଟିବାକୁ ଯାଇ ଏକ ବସ ରେ ଫେରି ଆମପାଣି ବସଷ୍ଟାଣ୍ଡ ନିକଟର ଏକ ଦୋକାନ ନିକଟରେ ଥିବା ବେଳେ ଏକ କାର ଆସି ଧକ୍କା ଦେଇଥିଲା।ଆମପାଣି ପୋଲିସ ଘଟଣା ର ତଦନ୍ତ ଜାରି ରଖିଥିବା ବେଳେ ଦୁର୍ଘଟଣା ଘଟାଇଥିବା କାର ଧର୍ମଗଡ଼ ଅଞ୍ଚଳ ର ବୋଲି ଜଣାପଡିଛି ।ପୁଲିସ ଡ୍ରାଇଭର ଓ ଅନ୍ୟ ଜଣେ ଲୋକ ଙ୍କୁ ଥାନା ରେ ଅଟକ ରଖାଯାଇଛି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…

Related posts

ଭିଜିଲାନ୍ସ ହାତରେ ରାଜସ୍ବ ବିଭାଗ ସ୍ବତନ୍ତ୍ର ଅଧୂକାରୀ 

masiha

Breaking – ଅମାଠ ଠାରେ ମହିନ୍ଦ୍ରା ପିକ୍ ଅପ୍ ରୁ ୩୩ ପକେଟ୍ ଗଞ୍ଜେଇ ଜବତ

Sunil Chandra Nayak

ଦିନ ଦ୍ବିପହରରେ ଗ୍ୟାସ୍ ସିଲିଣ୍ଡର୍ ଠକେଇ ମାମଲାରେ ଦୁଇ ଝାଡଖଣ୍ଡୀକୁ ବାନ୍ଧିଲେ ଗ୍ରାମବାସୀ ଏବଂ ପୋଲିସକୁ ଜିମା

Leave a Comment

error: Content is protected !!