ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କମର୍ଦ୍ଧା କ୍ଳଷ୍ଟର ସ୍ତରୀୟ ନିପୁଣ ଓଡ଼ିଶା ମେଳା ଅନୁଷ୍ଠିତ

କମର୍ଦ୍ଧା କ୍ଳଷ୍ଟର ସ୍ତରୀୟ ନିପୁଣ ଓଡ଼ିଶା ମେଳା ଅନୁଷ୍ଠିତ

ଲାଞ୍ଜିଗଡ, ୧୪/୦୨(ମନିସ)-ଲାଞ୍ଜିଗଡ ବ୍ଲକ କମର୍ଦ୍ଧା କ୍ଳଷ୍ଟର ସ୍ତରୀୟ ନିପୁଣ ଓଡ଼ିଶା ମେଳା କମର୍ଦ୍ଧା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। କମର୍ଦ୍ଧା କ୍ଳଷ୍ଟର ସଂଯୋଜକ ପ୍ରକାଶ ପ୍ରଧାନଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ଭାରତ ଭୂଷଣ ସାହୁ ଯୋଗ ଦେଇଥିବାବେଳେ ସମ୍ମାନିତ ଅତିଥି ଭାବେ ସରପଞ୍ଚ ସୁଶୀଳା ନାଏକ, ନାଏବ ସରପଞ୍ଚ ପିତାମ୍ବର ପୁଟେଲ, ବରିଷ୍ଠ ଶିକ୍ଷୟିତ୍ରୀ ଅର୍ଚ୍ଚନା ମିଶ୍ର, ସମାଜସେବୀ ଭଗବାନ ମାଝୀ ପ୍ରମୁଖ ଯୋଗ ଦେଇଥିଲେ। ଶିକ୍ଷକ ଲଳିତ ମୋହନ ଭୋଇ ଓ ବିଭୁତିଭୂଷଣ ତାଣ୍ଡି କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ କ୍ଳଷ୍ଟର ଅନ୍ତର୍ଗତ ସମସ୍ତ ସ୍କୁଲର ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ। ଏହି ଅବସରରେ କ୍ଳଷ୍ଟର ଅନ୍ତର୍ଗତ ସମସ୍ତ ସ୍କୁଲର ପ୍ରଥମରୁ ତୃତୀୟ ଶ୍ରେଣୀର ଛାତ୍ରଛାତ୍ରୀ, ଅଭିଭାବକ ଯୋଗ ଦେଇ ଏହି ଅଭିନବ କାର୍ଯ୍ୟକ୍ରମରେ ପ୍ରତ୍ୟକ୍ଷ ଭାବେ ସାମିଲ ହୋଇଥିଲେ। 

ସୁଶୀଲ କୁମାର ବାଗ ଙ୍କ ରିପୋର୍ଟ୍ 

Related posts

କଳାହାଣ୍ଡି ଜିଲ୍ଲା ମ.ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ବିଶେଷଜ୍ଞ ଡାକ୍ତର ପଦବୀ ପୂରଣ ସହ ରକ୍ତ ଭଣ୍ଡାର ସ୍ଥାପନ କୁ ନେଇ ବିବେକ ସେନା ପକ୍ଷରୁ ଦାବିପତ୍ର

Sunil Chandra Nayak

ନୂଆ ଓଡ଼ିଶା ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଉଦ୍‌ଯାପିତ 

masiha

ଭାରତୀୟ ଡାକ ବିଭାଗ ଦ୍ଵାରା ମହିଳା ସଶକ୍ତିକରଣ ନିମନ୍ତେ ସରକାର ଙ୍କର ନୂଆ ଯୋଜନାର ଆଲୋକୀକରଣ

Sunil Chandra Nayak

Leave a Comment

error: Content is protected !!