ମିନାକ୍ଷୀ ଧର ଫାଉଣ୍ଡେସନ୍ ର ସଚେତନତା କାର୍ଯ୍ୟକ୍ରମ
ରାଉରକେଲା: ମିନାକ୍ଷୀ ଧର ଫାଉଣ୍ଡେସନ୍ ଦ୍ୱାରା ଏକ ସଚେତନତା କାର୍ଯ୍ୟକ୍ରମ ସ୍ଥାନୀୟ ଗୋପାଲଟୋଲି ,ଜଗଦା ଠାରେ ଅନୁଷ୍ଠିତ ହୋଇଯାଇଛି । ଅନୁସୂଚିତ ଜାତି ଓ ଜନଜାତିମାନଙ୍କ ପାଇଁ ସରକାର ମାଗଣା ରହିବା ସୁବିଧା ସବୁ ପ୍ରଥମ ଶ୍ରେଣୀରୁ ପଢିବାପାଇଁ ଇଂରାଜୀ ମାଧ୍ୟମ ସ୍କୁଲ ରେ ଅନ୍ୱେଷା ଯୋଜନାରେ ସଂରକ୍ଷିତ କରିଛନ୍ତି । ଏହା ବ୍ୟତୀତ ଗରିବ ଶ୍ରେଣୀ ଓ ଅନୁସୁଚିତ ଜାତି-ଜନଜାତି ଛାତ୍ରଛାତ୍ରୀ ମଧ୍ୟ ଶିକ୍ଷା ଅଧିକାର ଆଇନ୍ ଫଳରେ ଇଂରାଜୀ ମାଧ୍ୟମ ସ୍କୁଲରେ ପ୍ରଥମ ଶ୍ରେଣୀରେ ସଂରକ୍ଷିତ ସ୍ଥାନରେ ନାମ ଲେଖାଇ ପାରିବେ । ବସ୍ତି ବାସିନ୍ଦା ଓ ଜନସାଧାରଣ ଏହାର ଏହି ସବୁ ଯୋଜନା ମାଧ୍ୟମରେ ନିଜର ପିଲାମାନଙ୍କର ନାମ ଲେଖାଇବା ପାଇଁ ଫାଉଣ୍ଡେସନ ର ପ୍ରତିଷ୍ଠାତା ନଳନୀକାନ୍ତ ଧର ବୁଝାଇଥିଲେ । ଏହି ଅବସରରେ ଶୀତବସ୍ତ୍ର, କମ୍ୱଳ ଓ ସାଧାରଣ ବସ୍ତ୍ର ମଧ୍ୟ ବଣ୍ଟନ କରାଯାଇଥିଲା । କାର୍ଯ୍ୟକ୍ରମରେ ସମାଜସେବୀ ସଂଜୀବ ମହାନ୍ତି, ବିବେକାନନ୍ଦ ଦାସ, ଝୁନୁ ନାୟକ, ମିରା ଦାସ, ପ୍ରାଚୀ ଧର, କିର୍ତ୍ତି ସିଂହଦେଓ ପ୍ରମୁଖ ଉପସ୍ଥିତ ରହିବା ସହ ବିର୍ସା ମୁଣ୍ଡା ସ୍କୁଲର ପ୍ରଧାନ ଶିକ୍ଷକ ବିପଦ ଭଞ୍ଜନ ପଣ୍ଡା ସହଯୋଗ କରିଥିଲେ । ଅନୁରୂପ ଭାବେ ମୁଣ୍ଡାରି ବସ୍ତି, ବଲାଙ୍ଗିର ବସ୍ତି, ଗିରିଜାଟୋଲି, ଗୋପାଲଟୋଲି ଇତ୍ୟାଦିରେ ଜନସଂପର୍କ ମାଧ୍ୟମରେ ସଚେତନତା ସୃଷ୍ଟି କରାଯାଇଥିଲା ।