ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମିନାକ୍ଷୀ ଧର ଫାଉଣ୍ଡେସନ୍ ର ସଚେତନତା କାର୍ଯ୍ୟକ୍ରମ

ମିନାକ୍ଷୀ ଧର ଫାଉଣ୍ଡେସନ୍ ର ସଚେତନତା କାର୍ଯ୍ୟକ୍ରମ

ରାଉରକେଲା: ମିନାକ୍ଷୀ ଧର ଫାଉଣ୍ଡେସନ୍ ଦ୍ୱାରା ଏକ ସଚେତନତା କାର୍ଯ୍ୟକ୍ରମ ସ୍ଥାନୀୟ ଗୋପାଲଟୋଲି ,ଜଗଦା ଠାରେ ଅନୁଷ୍ଠିତ ହୋଇଯାଇଛି । ଅନୁସୂଚିତ ଜାତି ଓ ଜନଜାତିମାନଙ୍କ ପାଇଁ ସରକାର ମାଗଣା ରହିବା ସୁବିଧା ସବୁ ପ୍ରଥମ ଶ୍ରେଣୀରୁ ପଢିବାପାଇଁ ଇଂରାଜୀ ମାଧ୍ୟମ ସ୍କୁଲ ରେ ଅନ୍ୱେଷା ଯୋଜନାରେ ସଂରକ୍ଷିତ କରିଛନ୍ତି । ଏହା ବ୍ୟତୀତ ଗରିବ ଶ୍ରେଣୀ ଓ ଅନୁସୁଚିତ ଜାତି-ଜନଜାତି ଛାତ୍ରଛାତ୍ରୀ ମଧ୍ୟ ଶିକ୍ଷା ଅଧିକାର ଆଇନ୍ ଫଳରେ ଇଂରାଜୀ ମାଧ୍ୟମ ସ୍କୁଲରେ ପ୍ରଥମ ଶ୍ରେଣୀରେ ସଂରକ୍ଷିତ ସ୍ଥାନରେ ନାମ ଲେଖାଇ ପାରିବେ । ବସ୍ତି ବାସିନ୍ଦା ଓ ଜନସାଧାରଣ ଏହାର ଏହି ସବୁ ଯୋଜନା ମାଧ୍ୟମରେ ନିଜର ପିଲାମାନଙ୍କର ନାମ ଲେଖାଇବା ପାଇଁ ଫାଉଣ୍ଡେସନ ର ପ୍ରତିଷ୍ଠାତା ନଳନୀକାନ୍ତ ଧର ବୁଝାଇଥିଲେ । ଏହି ଅବସରରେ ଶୀତବସ୍ତ୍ର, କମ୍ୱଳ ଓ ସାଧାରଣ ବସ୍ତ୍ର ମଧ୍ୟ ବଣ୍ଟନ କରାଯାଇଥିଲା । କାର୍ଯ୍ୟକ୍ରମରେ ସମାଜସେବୀ ସଂଜୀବ ମହାନ୍ତି, ବିବେକାନନ୍ଦ ଦାସ, ଝୁନୁ ନାୟକ, ମିରା ଦାସ, ପ୍ରାଚୀ ଧର, କିର୍ତ୍ତି ସିଂହଦେଓ ପ୍ରମୁଖ ଉପସ୍ଥିତ ରହିବା ସହ ବିର୍ସା ମୁଣ୍ଡା ସ୍କୁଲର ପ୍ରଧାନ ଶିକ୍ଷକ ବିପଦ ଭଞ୍ଜନ ପଣ୍ଡା ସହଯୋଗ କରିଥିଲେ । ଅନୁରୂପ ଭାବେ ମୁଣ୍ଡାରି ବସ୍ତି, ବଲାଙ୍ଗିର ବସ୍ତି, ଗିରିଜାଟୋଲି, ଗୋପାଲଟୋଲି ଇତ୍ୟାଦିରେ ଜନସଂପର୍କ ମାଧ୍ୟମରେ ସଚେତନତା ସୃଷ୍ଟି କରାଯାଇଥିଲା ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଲୋଚାପଡ଼ା ବୁଥରେ ଏସ ଆଇ ଆର କାର୍ଯ୍ୟ ତଦାରଖ କରି ପରିଗଣନା ଫର୍ମ ବଣ୍ଟନ କଲେ ବ୍ରହ୍ମପୁର ଉପଜିଲ୍ଲାପାଳ 

କାନ୍ଥରେ ଚାପି ହୋଇ ଶିଶୁ କନ୍ୟା ମୃତ, ଗାଁରେ ଶୋକର ଛାୟା

masiha

ରାୟଗଡ଼ା ଭାରତୀୟ ମଜଦୁର ସଂଘ ଏବଂ ଓଡ଼ିଶା ଠିକା ମଜଦୁର ମହାସଂଘ ପକ୍ଷରୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୫ ଦଫା ଦାବି ପତ୍ର ପ୍ରଦାନ

masiha

Leave a Comment

error: Content is protected !!