ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନିର୍ମଳମୁଣ୍ଡା ଖୁଟକାଟି ଟ୍ରଷ୍ଟ ପକ୍ଷରୁ ନଭେମ୍ବର ୨୬ ତାରିଖରେ ସମ୍ବିଧାନ ଦିବସ ପାଳନ ସମାରୋହ-୨୦୨୫

ନିର୍ମଳମୁଣ୍ଡା ଖୁଟକାଟି ଟ୍ରଷ୍ଟ ପକ୍ଷରୁ ନଭେମ୍ବର ୨୬ ତାରିଖରେ ସମ୍ବିଧାନ ଦିବସ ପାଳନ ସମାରୋହ-୨୦୨୫

ରାଉରକେଲା ୨୨/୧୧, ନିର୍ମଳ ମୁଣ୍ଡା ଖୁଟକାଟି ଟ୍ରଷ୍ଟ ପକ୍ଷରୁ ନଭେମ୍ବର ୨୬ ତାରିଖ ଦିନ ଝିରପାଣି ଫୁଟବଲ ପଡିଆରେ ସମ୍ବିଧାନ ଦିବସ ପାଳନ ସମାରୋହ ଆୟୋଜିତ ହେବ ବୋଲି ଆଜି ସେକ୍ଟର-୧୩ କମ୍ଯୁନିଟି ସେଣ୍ଟର ଠାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି। 

        ସୁନ୍ଦରଗଡ଼ ଜିଲ୍ଲାର ସମସ୍ତ ଆଦିବାସୀ ସଂଗଠନ ଜାତି, ଧର୍ମ, ବର୍ଣ୍ଣ ଏବଂ ଦଳ ନିର୍ବିଶେଷରେ ଏକଜୁଟ ହୋଇ ଗୋଟିଏ ମଞ୍ଚରେ ନଭେମ୍ବର ୨୬ ତାରିଖ ଦିନ ରାଉରକେଲାର ଝିରପାଣି ଫୁଟବଲ ପଡ଼ିଆରେ ସମ୍ବିଧାନ ଦିବସ ପାଳନ କରିବା ପାଇଁ ଯୋଜନା ପ୍ରସ୍ତୁତ କରାଯାଇଛି । ଭାରତ ସରକାର ନଭେମ୍ବର ୨୬ ତାରିଖକୁ ସମ୍ବିଧାନ ଦିବସ ରୂପେ ୨୦୧୫ ମସିହାରେ ଆନୁଷ୍ଠାନିକ ଭାବେ ଘୋଷଣା କରିଥିଲେ। ଭାରତୀୟ ସମ୍ବିଧାନରେ ଥିବା ମୌଳିକ ଅଧିକାର ଏବଂ ମୌଳିକ କର୍ତ୍ତବ୍ୟ ସମ୍ବନ୍ଧରେ ଆଦିବାସୀ ସମାଜର ଜନସାଧାରଣଙ୍କୁ ଏପର୍ଯ୍ୟନ୍ତ ଜଣା ନଥିବାରୁ ଆଦିବାସୀମାନଙ୍କ ପାଇଁ ସମ୍ବିଧାନରେ ବହୁତ ପ୍ରକାରର ଅଧିକାର ରହିଥିଲେ ମଧ୍ୟ ତାହା ଆଦିବାସୀମାନଙ୍କୁ ଜଣାନାହିଁ । ଯାହା ଫଳରେ ଆଦିବାସୀ ସମାଜ ଆଜି ବି ମଧ୍ୟ ଏ ସମସ୍ତ ଅଧିକାରରୁ ବଞ୍ଚିତ ହେଉଛି । ସୁନ୍ଦରଗଡ଼ ଜିଲ୍ଲା ସମ୍ପୂର୍ଣ୍ଣ ଭାବେ ଏକ ପଞ୍ଚମ ଅନୁସୂଚୀ ଅଞ୍ଚଳ ହୋଇଥିବାରୁ ଜିଲ୍ଲାକୁ ଆଦିବାସୀ ଜିଲ୍ଲା ମଧ୍ୟ କୁହାଯାଉଛି । ସୁନ୍ଦରଗଡ଼ ଜିଲ୍ଲାର ପ୍ରଶାସନ ଏବଂ ନିୟନ୍ତ୍ରଣ ବ୍ୟବସ୍ଥା ସମ୍ପୂର୍ଣ୍ଣଭାବେ ଅଲଗା ହୋଇଥିବାରୁ ସମ୍ବିଧାନର ଧାରା-୩୪୨ ଆଦିବାସୀଙ୍କୁ ପରିଚୟ ଦେଇଛି ବୋଲି ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରାଯାଇଛି। ସମ୍ବିଧାନର ଧାରା-୨୪୩(ଏମ୍) ପାଇଁ ୧୯୯୬ର ପେସା ଆଇନ୍ ଆଦିବାସୀମାନଙ୍କୁ ମିଳିଛି। ଏସବୁ ବିଷୟଗୁଡ଼ିକ ଉପରେ ଏହି ସମ୍ବିଧାନ ଦିବସରେ ଆଲୋଚନା କରା‌ଯିବ ବୋଲି ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରାଯାଇଛି। ଆଦିବାସୀ ଅଞ୍ଚଳରେ ଦେଖା ଦେଇଥିବା ଜଳ, ଜଙ୍ଗଲ, ଜମି ଅଧିକାର ସମସ୍ୟା ଉପରେ ମଧ୍ୟ ଆଲୋଚନା କରାଯିବା ସହିତବାହାର ରାଜ୍ୟରୁ ବହୁ ପ୍ରତିଷ୍ଠିତ ବ୍ୟକ୍ତି ଏବଂ ବୁଦ୍ଧିଜୀବୀ ଏହି ସମ୍ବିଧାନ ଦିବସରେ ଉଦ୍‌ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି। ସୁନ୍ଦରଗଡ଼ ଜିଲ୍ଲାର ସମସ୍ତ ଆଦିବାସୀ ଭାଇ ଓ ଭଉଣୀମାନଙ୍କୁ ବହୁ ସଂଖ୍ୟାରେ ନଭେମ୍ବର ୨୬ ତାରିଖ ଦିନ ରାଉରକେଲା ଝିରପାଣି ଫୁଟ୍‌ବଲ ପଡ଼ିଆରେ ଯୋଗ ଦେଇ ସମ୍ବିଧାନ ଦିବସ ପାଳନକୁ ସଫଳ କରିବା ପାଇଁ ନିର୍ମଳମୁଣ୍ଡା ଖୁଟକାଟି ଟ୍ରଷ୍ଟ ସମେତ ଏସ୍.ଟି./ଏସ୍.ସି. ଆସୋସିଏସନ, ସୁନ୍ଦରଗଡ ଜିଲ୍ଲା ପେସା ଗ୍ରାମସଭା କୋଡିନେଟର କମିଟି, ଟ୍ରାଇଭେଲ ଡେଭେଲପମେଣ୍ଟ ଫାଉଣ୍ଡେସନ୍, ସୁନ୍ଦରଗଡ ସରପଞ୍ଚ ମହାସଂଘ, ରାଉରକେଲା ସୁନ୍ଦରଗଡ଼ ସାରନା ସମିତି ସଭା ପକ୍ଷରୁ ଅନୁରୋଧ କରାଯାଇଛି।

        ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ନିର୍ମଳମୁଣ୍ଡା ଖୁଟକାଟି ଟ୍ରଷ୍ଟର ସାଧାରଣ ସମ୍ପାଦକ ତଥା ସମ୍ବିଧାନ ଦିବସ ପାଳନ ସମାରୋହ ସମିତିର ସଭାପତି ଜେରୋମ୍ କେର୍କେଟା, ରାଉରକେଲା ମୁଣ୍ଡା ସମାଜର ସଭାପତି ଅଗସ୍ତି ନାଗ, ରାଉରକେଲା ଇସ୍ପାତ କାରଖାନା ଏସ୍.ଟି. ଓ୍ବେଲଫେୟାର କମିଟି ସାଧାରଣ ସମ୍ପାଦକ ତଥା ସମ୍ବିଧାନ ଦିବସ ପାଳନ ସମାରୋହ ସମିତିର ସାଧାରଣ ସମ୍ପାଦକ ରବିନ୍ଦ୍ର ମହାଲିଙ୍ଗ, ନିର୍ମଳ ମୁଣ୍ଡା ଖୁଟକାଟି ଟ୍ରଷ୍ଟ ତଥା ସମ୍ବିଧାନ ଦିବସ ପାଳନ ସମାରୋହ ସମିତିର କୋଷାଧ୍ୟକ୍ଷ ବଲବୀର କୁଲ୍ଲୁ, ପାଳନ ସମାରୋହ ସମିତିର ସଭ୍ୟ ଶାନ୍ତି ପ୍ରକାଶ କୁଜୁର, ଝିରପାଣି ପଞ୍ଚାୟତର ସରପଞ୍ଚ ଅଜିତ୍ ତିର୍କୀ, କୋଅର୍ଡିନେସନ କମିଟି ସଭ୍ୟ ସୁର ଓରାମ, ଅମିତ୍ କୁମାର ବାରା ପ୍ରମୁଖ ଉପସ୍ଥିତ ଥିଲେ। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ମିଲେଟ ମିଶନ ହେଲା ଶ୍ରୀ ଅନ୍ନ ଅଭିଯାନ ଯୋଜନା….. ସ୍ୱାବଲମ୍ବୀ ହେଉଛନ୍ତି ଚାଷି,ବଦଳୁଛି ଆର୍ଥିକ ସ୍ଥିତି

masiha

ଆଦିବାସୀଙ୍କ କୁଇଁ ସଙ୍ଘର ବନ୍ଧୁମିଳନ

Sunil Chandra Nayak

ମାହେଶ୍ୱରୀ ଗୋଶାଳା ଓ ଜରା ଆଶ୍ରମ ରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ

masiha

Leave a Comment

error: Content is protected !!