ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଯୁବ କଂଗ୍ରେସର ଗୋଲାମୁଣ୍ଡା ଆସିଡିଏସ ଅଫିସ ସମ୍ମୁଖରେ ଆମରଣ ଅନଶନ 

ଗୋଲାମୁଣ୍ଡା,ତା.୧୫।୨( ମସିହା ):କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ସମ୍ବନିତ ଶିଶୁ ବିକାଶ ପ୍ରକଳ୍ପ କାର୍ଯ୍ୟାଳୟ  ରେ   ହେଉଥିବା ବିଭିନ୍ନ ଦୁର୍ନୀତି ବିରୁଦ୍ଧରେ ଗର୍ଜିଛି ଜିଲ୍ଲା ଯୁବ କଂଗ୍ରେସ । ଜିଲ୍ଲା ଯୁବ କଂଗ୍ରେସ ସଭାପତି ସାଉଲ ମଙ୍ଗରାଜଙ୍କ ନେତୃତ୍ୱରେ ବିଭିନ୍ନ ବ୍ଳକରୁ ଆସିଥିବା ଯୁବ କଂଗ୍ରେସ କର୍ମୀମାନେ ଗୋଲାମୁଣ୍ଡା ସମ୍ବନିତ ଶିଶୁ ବିକାଶ ପ୍ରକଳ୍ପ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନରେ ବସିଛନ୍ତି । ୧୦ ଦଫା ଦାବୀ ନେଇ ଯୁବ କଂଗ୍ରେସ ଆମରଣ ଅନଶନରେ ବସିଥିବା ବେଳେ ୧୦ ଦଫା ଦାବୀ ଗୁଡିକ ହେଲା ଗୋଲାମୁଣ୍ଡା ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ ରେ ପରିଦର୍ଶନ ପାଇଁ ଉଦ୍ଧିଷ୍ଟ ଟଙ୍କା ର ବ୍ୟାପକ ଦୁର୍ନୀତି କରାଯାଇଛି । ପ୍ରକଳ୍ପ ଅଧିକାରୀ ପରିଦର୍ଶନ ପାଇଁ ଉଦ୍ଧିଷ୍ଟ ପଇସା କୁ ନିଜ ର ଯାତାୟାତ ପାଇଁ ଭବାନୀପାଟଣା ରୁ ଗୋଲାମୁଣ୍ଡା ଆସିବା ପାଇଁ ମିଥ୍ୟା ଭାଉଚ୍ଚର୍ ଜରିଆରେ ବ୍ୟବହାର କରୁଛନ୍ତି ଏହାର ବିଭାଗୀୟ ତଦନ୍ତ କରି କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଉ ।

ଖେଲ ସାମଗ୍ରୀ ,ପୋଷାକ ଓ ଔଷଧ ପାଇଁ ଉଦ୍ଧିଷ୍ଟ ଟଙ୍କାକୁ ଅଙ୍ଗନବାଡ଼ି କର୍ମୀଠାରୁ ଜବରଦସ୍ତ ଆଣି ବେନାମୀ ସଂସ୍ଥାର ବିଲ ଭାଉଚର୍ ପ୍ରଦାନ କରି ଆତ୍ମସାତ କରୁଛନ୍ତି ।ଖାଦ୍ୟ ନିରାପତ୍ତା ସଂସ୍ଥା ଭୁବନେଶ୍ୱର ଦ୍ଵାରା ନିମ୍ନ ମାନର ଛତୁଆ ରିପୋର୍ଟ ଆସିଥିବା ସ୍ୱୟଂ ସହାୟକ ଗୋଷ୍ଠୀ କୁ ଅହେତୁକ ଅନୁକମ୍ପା ପ୍ରଦର୍ଶନ କରି ଯୋଗାଣ ଦାୟିତ୍ଵରେ ପୁନର୍ବାର ସୁପାରିଶ କରିଛନ୍ତି ଏହାର ତଦନ୍ତ କରି ଦୋଷୀ ଗୋଷ୍ଠୀକୁ ବହିଷ୍କାର କରାଯାଉ । ଗୋଲାମୁଣ୍ଡା ବ୍ଲକର ଅପପୃଷ୍ଟି ଚିହ୍ନଟ ହୋଇ ଥିବା ୬୮ ଜଣ ଶିଶୁ ଙ୍କୁ ପୁନର୍ବାର ସ୍ୱାସ୍ଥ୍ୟ ପରୀକ୍ଷା କରି ଉତ୍ତମ ସ୍ବାସ୍ଥ୍ୟସେବା ପାଇଁ ପଦକ୍ଷେପ ଗ୍ରହଣ କରାଯାଇ ଦୋଷୀ ବ୍ୟକ୍ତିଙ୍କ ବିରୁଦ୍ଧରେ ଫୋଜଦାରି ମାମଲା ଦାୟର କରାଯାଉ । ସ୍ୱୟଂ ସହାୟକ ଗୋଷ୍ଠୀ ମାନେ କିଣି ଥିବା ସାମଗ୍ରୀ ଯଥା – ଚଣା,ଚିନି ,ଚିନାବାଦାମ ର ସମସ୍ତ ବିଲ ଭାଉଚର ର ସତ୍ୟାସତ୍ୟ ତଦନ୍ତ କରି ସେ ସଂସ୍ଥା ମାନେ ବିକ୍ରି କର ପ୍ରଦାନ କରିଛନ୍ତି କି ନାହିଁ ଓ ଦଲାଲ ମାନଙ୍କ ଦ୍ଵାରା କଣ ଆର୍ଥିକ କାରବାର କରିଛନ୍ତି ସବିଶେଷ ତଦନ୍ତ କରାଯାଉ । ପରିବହନ ଠିକାଦାର ବିନା ଓଜନ ମାପ ଯନ୍ତ୍ର ଧରି ଚାଉଳ ପରିବହନ କରି କମ ପରିମାଣ ଚାଉଳ ପ୍ରଦାନ କରୁଛନ୍ତି ଏହାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ । ଗୋଲାମୁଣ୍ଡା ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ ରେ ସମସ୍ତ ଆର୍ଥିକ କାରବାରର ଭିଜିଲାନ୍ସ ଦ୍ଵାରା ତଦନ୍ତ କରି ଦୋଷୀ ବିରୁଦ୍ଧ ରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଉ । ସୁପର ଭାଇଜର ଓ ପ୍ରକଳ୍ପ ଅଧିକାରୀ ଗୋଲାମୁଣ୍ଡା ବ୍ଲକ ଅଞ୍ଚଳରେ ନ ରହି ଭବାନୀପାଟଣା ଓ ଧର୍ମଗଡ ରେ ରହି ସରକାରୀ କାର୍ଯ୍ୟରେ ଅବହେଳା କରୁଛନ୍ତି ସେଥି ପାଇଁ ବ୍ଲକ ଅଞ୍ଚଳରେ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଉ । ତିନି ବର୍ଷ ରୁ ଉର୍ଦ୍ଧ ସମୟ ଧରି ଗୋଲାମୁଣ୍ଡା ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ ରେ କାମ କରୁ ଥିବା କର୍ମଚାରୀ ଙ୍କୁ ତୁରନ୍ତ ବଦଳି କରାଯାଉ । ଛତୁଆ ପ୍ରତି ଲୋକ ଙ୍କ ଆଗ୍ରହ ନ ଥିବାରୁ ଏହା କୁ ଗ୍ରହଣ ନ କରି ଗୋ ଖାଦ୍ୟ ହିସାବ ରେ ଲୋକ ବ୍ୟବହାର କରୁଛନ୍ତି ଓ ବିକ୍ରି କରୁଛନ୍ତି ଗୋଲାମୁଣ୍ଡା ବ୍ଲକ ଏକ ଆଦିବାସୀ ବହୁଳ ଅଞ୍ଚଳ ହୋଇ ଥିବାରୁ ଶୁଖିଲା ଖାଦ୍ୟ, ନିମ୍ନମାନ ଛତୁଆ ଓ ଲଡୁ ପରିବର୍ତ୍ତେ ବିକଳ୍ପ ପୃଷ୍ଟିକର ଖାଦ୍ୟ ଯୋଗାଣ କରାଯାଉ । ଦାବୀ ପୂରଣ ହେବା ପର୍ଯ୍ୟନ୍ତ ଯୁବ କଂଗ୍ରେସ ଆମରଣ ଅନଶନରେ ବସି ରହିବ ବୋଲି ଜିଲ୍ଲା ଯୁବ କଂଗ୍ରେସ ସଭାପତି ଶ୍ରୀ ମଙ୍ଗରାଜ ପ୍ରକାଶ କରିଛନ୍ତି । ଏହି ଆମରଣ ଅନଶନରେ ଧର୍ମଗଡ଼ ନିର୍ବାଚନ ମଣ୍ଡଳୀ ଯୁବ କଂଗ୍ରେସ ସଭାପତି ଡାକେ ଲହଜଲ,ଜୁନାଗଡ଼ ନିର୍ବାଚନ ମଣ୍ଡଳୀ ଯୁବ କଂଗ୍ରେସ ସଭାପତି ଅନୀଲ କୁମାର ମଲ୍ଲିକ, ଗୋଲାମୁଣ୍ଡା ବ୍ଲକ ଯୁବ କଂଗ୍ରେସ ସଭାପତି ଲମ୍ବୁ ଜାଲ, ଜିଲ୍ଲା ଯୁବ କଂଗ୍ରେସ ସୋସିଆଲ ମିଡିଆ ଅଧ୍ୟକ୍ଷ ଗଣେଶ କୁମାର ଭାଟି, ଦେବରାଜ ଭାଟି, ପୁନମ ଗୁପ୍ତା, ସୋନି ଶ୍ରୀବାସ୍ତବ, କୁମୁଦିନି ଧଙ୍ଗଡ଼ାମାଝୀ, ଭୁପିନ୍ଦ୍ର ମାଝୀ, ପିଙ୍କୁ ସରାଫ, ସୁରେନ୍ଦ୍ର ସେଠିଆ ପ୍ରମୁଝ ଆମରଣ ଅନଶନରେ ବସିଛନ୍ତି ।

ଆନ୍ଦୋଳନ କାରୀ ଙ୍କ ସହିତ ଗୋଲାମୁଣ୍ଡା ଆଈ ଆଇ ସି , ତହସିଲଦାର ଆଲୋଚନା କରି ଥିଲେ ହେଁ କୌଣସି ନିଷ୍କର୍ଷ ବାହାରି ପାରି ନାହି । ଫଳରେ ଆନ୍ଦୋଳନ ଜାରି ରହିଛି ।

ଗୋଳାମୁଣ୍ଡା ବ୍ଲକରୁ ରାମକୁମାର ସେନାପତି ଙ୍କ ରିପୋର୍ଟ, ପ୍ରଗତିଶୀଳ ମସିହା

Related posts

ନିର୍ଦ୍ଧାରିତ ସମୟ ପୂର୍ବରୁ ବିଦ୍ୟାଳୟ ଛୁଟି, ବ୍ଲକ ଅଧ୍ୟକ୍ଷଙ୍କ ଆପତ୍ତି  

masiha

କୋକସରା ଠାରେ ଧର୍ମଗଡ ଜିଲ୍ଲା ଗଠନ କ୍ରିୟାନୁଷ୍ଠାନ କୋର କମିଟି ବୈଠକ 

Sunil Chandra Nayak

କାହ୍ନୁ ଚରଣ ସାହୁ ପାଇଲେ “ତାରିଣୀ ଶବ୍ଦ ଭାରତୀ ସମ୍ମାନ”

masiha

Leave a Comment

error: Content is protected !!