ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ତଲକପୋଖରୀ ଉଚ୍ଚ ବିଦ୍ୟାଳୟରେ ମେରି ମିଟି ମେରାଦେଶ କାର୍ଯ୍ଯକ୍ରମ

ମୟୂରଭଞ୍ଜ -୧୨/୮ ( ମସିହା) ଭାରତର ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡ଼ା ବିଭାଗ , ମୟୂରଭଞ୍ଜ ଜିଲ୍ଲା ନେହେରୁ ଯୁବ କେନ୍ଦ୍ର ଏବଂ କୁସୁମି ବ୍ଳକର କୁମୁଡାଶୋଳସ୍ଥିତ ପଲ୍ଲି ଶ୍ରୀ କ୍ଳବ ମିଳିତ ଆନୁକୂଲ୍ୟରେ ସ୍ଵାଧୀନତାର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ମେରି ମିଟି ମେରି ଦେଶ – ମାଟି କୋ ନମନ ,ବୀରୋଁ କା ନମନ କାର୍ଯ୍ୟକ୍ରମ ତଲଖପୋଖରୀ ନିମାଇଁ ଚରଣ ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଭିନ୍ନ ଅନୁଷ୍ଠାନର ଯୁବା ଓ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ୭୫ ଟି ବିଭିନ୍ନ କିସମର ଗଛ ଓ ଚାରା ରୋପଣ କରିଥିଲେ। ଏଥିରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ସ୍ତମ୍ଭକାର ଲଳିତ ମହାନ୍ତ,ବାଦାମପାହାଡ ବନାଞ୍ଚଳ ଅଧିକାରୀ ଶ୍ରୀ ରମାକାନ୍ତ ମାଝୀ ସଂଯୋଜକ ରାଜୀବ ଲୋଚନ ପଲେଇ,ଦେବୀ ଦତ୍ତ ମହାପାତ୍ର,ବନପାଳ ସୁଶାନ୍ତ ପାତ୍ର, ବନରକ୍ଷୀ ପ୍ରଶାନ୍ତ ବେହେରା, ପରିବେଶବିତ୍ ବିପିନ ବିହାରୀ ପାତ୍ର, ପ୍ରଧାନ ଶିକ୍ଷକ ଶ୍ରୀନିବାସ ଆଚାର୍ଯ୍ୟ, ଶିକ୍ଷକ ପ୍ରଦୀପ ମହାନ୍ତ,,ବନ କର୍ମଚାରୀ ଜିତମୋହନ ମୁର୍ମୁ, ପ୍ରମୁଖ ଯୋଗଦେଇ ଯୁବ ବର୍ଗ ଓ ଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ ।ପଲ୍ଲିଶ୍ରୀ କ୍ଲବ୍ ସଂପାଦକ ଶୈଳେନ୍ଦ୍ର ମହାନ୍ତ, କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବାବେଳେ ଶେଷରେ ପ୍ରଭାସ ମହାନ୍ତ ଧନ୍ୟବାଦ ଅର୍ପଣ କରିଥିଲେ ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ଆମ ସଂସ୍କୃତି ଆମ ଖେଳନା ଓ ବାର୍ଷିକ ଉତ୍ସବ ପାଳନ

masiha

ଅନ୍ୟେଷା ର ୧୦୩ ତମ ସାମୁହିକ ଜନ୍ମ ମହୋତ୍ସବ ପାଳନ

masiha

ପିପଲଗୁଡା, କାରୁବାଇ ଓ ବାଇସିଙ୍ଗ ଗ୍ରାମ ପଞ୍ଚାୟତ ବୁଲିଲା ବିକାଶ ବାହନ 

masiha

Leave a Comment

error: Content is protected !!