ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପ୍ରବେଶ ଉତ୍ସବ ଓ ଖଡିଛୁଆଁ କାର୍ଯ୍ୟକ୍ରମ

ପ୍ରବେଶ ଉତ୍ସବ ଓ ଖଡିଛୁଆଁ କାର୍ଯ୍ୟକ୍ରମ

ଅଦ୍ୟ ତା ୦୨.୦୪.୨୦୨୫ ରିଖ ଦିନ, କୋରପୁଟ ଜିଲ୍ଲାର ୨୧୬୬ ଗୋଟି ପ୍ରାଥମିକ ବିଦ୍ୟାଳୟରେ ବିଦ୍ୟାଳୟ ପରିଚାଳନା କମିଟି, ପିତାମାତା, ଅଭିଭାବକ ଓ ଗୋଷ୍ଠୀ ମଧ୍ୟରେ ଶିଶୁ ବାଟିକା ଓ ପ୍ରଥମ ଶ୍ରେଣୀର ନାମଲେଖା ବୟସ ଓ ନିପୁଣ ଓଡ଼ିଶା କାର୍ଯ୍ୟକ୍ରମ ସମନ୍ଧରେ ସଚେତନତା ସୃଷ୍ଟି କରିବା ପାଇଁ ପ୍ରବେଶ ଉତ୍ସବ ଓ ଖଡିଛୁଆଁ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । 

ଜିଲ୍ଲା ସ୍ତରୀୟ ପ୍ରବେଶ ଉତ୍ସବ ଓ ଖଡ଼ି ଛୁଆଁ କାର୍ଯ୍ୟକ୍ରମ ମସ୍ତିପୁଟ ପଞ୍ଚାୟତ ଅନ୍ତର୍ଗତ ସରକାରୀ ସେବାଶ୍ରମ, ଜାନିଗୁଡା ଠାରେ କୋରାପୁଟ ଜିଲ୍ଲାପାଳ ଭି କୀର୍ତ୍ତି ୱାସନ ଙ୍କ ଦ୍ଵାରା ଉଦଘାଟନ କରଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ଜିଲ୍ଲା ଶିକ୍ଷା ଅଧିକାରୀ, କୋରପୁଟ ବ୍ଲକର ପଂଚାୟତ ସମିତି ଅଧ୍ୟକ୍ଷା, ଗୋଷ୍ଠୀ ଉନ୍ନୟନ ଅଧିକାରୀ, ଜିଲ୍ଲା ମଙ୍ଗଳ ଅଧିକାରୀ, ସ୍ଥାନୀୟ ସରପଞ୍ଚ, ପିତାମାତା, ଅଭିଭାବକ, ବିଦ୍ୟାଳୟ ପରିଚାଳନା କମିଟି, ସ୍ଥାନୀୟ ସ୍ଵୟଂସହାୟିକା ଗୋଷ୍ଠୀ ଓ ଅଧିବାସୀମାନେ ସାମିଲ ହୋଇଥିଲେ । ଶିକ୍ଷକ / ଶିକ୍ଷୟିତ୍ରୀ ବିଦ୍ୟାଳୟର ନୂଆ ପିଲାମାନଙ୍କୁ ପାରମ୍ପାରିକ ରୀତିରେ ଫୁଲ ଓ ଚନ୍ଦନ ଦେଇ ସ୍ଵାଗତ କରିଥିଲେ । ଶିକ୍ଷକମାନେ ପିଲାମାନଙ୍କୁ ଆସନ ଉପରେ ବସାଇ ସେମାନଙ୍କ ମୁଣ୍ଡରେ ଚନ୍ଦନ ଟିପା ଲଗାଇ ଦେଇ ଦୁବ, ବରକୋଳି ପତ୍ର ପକାଇ ଆଶୀର୍ବାଦ ପ୍ରଦାନ କରିଥିଲେ l ଏହାପରେ ଶିକ୍ଷକମାନେ ପ୍ରତି ପିଲାର ହାତ ଧରି ଖଡି ଛୁଆଇଁଥିଲେ l ଖଡି ଛୁଆଁ ପରେ ପିଲାଙ୍କୁ ବିଦ୍ୟାଳୟ ତରଫରୁ ମାଣ୍ଡିଆ ଲଡୁ ଓ କିଟ ପ୍ରଦାନ କରାଯାଇଥିଲା । ଶେଷରେ ଜିଲ୍ଲାପାଳ ପତାକା ଦେଖାଇ କୋରପୁଟ ବ୍ଲକ ନିମନ୍ତେ ଉଦିଷ୍ଟ “ଶିକ୍ଷା ସଚେତନତା ରଥ” ମାଧ୍ୟମରେ ସଚେତନତା କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ ।

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ବ୍ୟାସ କବି ଫକୀର ମୋହନ ସେନାପତି ଙ୍କ ଜୟନ୍ତୀ ପାଳିତ

Sunil Chandra Nayak

ରାଷ୍ଟ୍ରବାଦୀ ସଂଘ ତରଫରୁ ମହାବୀରଙ୍କ ଜନ୍ମ ଉତ୍ସବ ଓ ଓଡ଼ିଆ ନବବର୍ଷ ପାଳନ ଓ ସମ୍ବର୍ଧନା ପର୍ବ 

masiha

ପିଡିଏସ ଚାଉଳ ଓ ଭତ୍ତା ଯୋଗାଣ ଦାବିରେ ପିଇଓଙ୍କୁ ତାଲା ପକାଇଲେ ଲଡୁଗାଁ ପଞ୍ଚାୟତ ହିତାଧିକାରୀ

masiha

Leave a Comment

error: Content is protected !!