ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନବରଙ୍ଗପୁର ରେ ଅନ୍ତର୍ଜାତୟ କିନ୍ନର ଦିବସ ପାଳିତ

ନବରଙ୍ଗପୁର ରେ ଅନ୍ତର୍ଜାତୟ କିନ୍ନର ଦିବସ ପାଳିତ

ନିଜେ ସ୍ବାବଲମ୍ବୀ ହୁଅ – ଜିଲ୍ଲାପାଳ

ନବରଙ୍ଗପୁର:(୧|୪)(ରବି ନାରାୟଣ ମହାନ୍ତି)ନବରଙ୍ଗପୁର ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲା କିନ୍ନର ସଂଘ ଆନୁକୁଲ୍ୟରେ ଅନ୍ତର୍ଜାତୟ କିନ୍ନର ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଅବସରରେ ସ୍ଥାନୀୟ ମା ଭଣ୍ଡାର ଘରଣୀ ମନ୍ଦିର ରେ କିନ୍ନର ପରମ୍ପରା ଅନୁଯାୟୀ ମା ବହୁଚାରୀ ମାତାଙ୍କ ପୂଜା ଅର୍ଚ୍ଚନା ପୂର୍ବକ ବାଜା ବାଜଣା ସହ ଏକ ଶୋଭାଯାତ୍ରା ବାହାରି ବସଷ୍ଟାଣ୍ଡ ନିକଟସ୍ତ ବିନାୟକ ଭବନ ଠାରେ ପହଞ୍ଚି ଥିଲା। ଏହି ଅବସରରେ ଏକ ସଭାର ଆୟୋଜନ କରାଯାଇଥିଲା। ମୁଖ୍ୟ ଅତିଥି ଭାବରେ ଜିଲ୍ଲାପାଳ ଡକ୍ଟର ଶୁଭଙ୍କର ମହାପାତ୍ର ଯୋଗ ଦେଇ ସରକାରଙ୍କ ର ବିଭିନ୍ନ ଯୋଜନାରେ କିନ୍ନର ମାନେ ସାମିଲ ହୋଇ ସ୍ବାବଲମ୍ବୀ ହେବା ପାଇଁ ଉପଦେଶ ଦେଇଥିଲେ। ଉକ୍ତ ସଭାରେ ଅନ୍ୟତମ ଅତିଥି ଭାବରେ ସମାଜ ମଙ୍ଗଳ ଅଧିକାରୀ ସୁଧାଂଶୁ ପାତ୍ର,ଜିଲ୍ଲା କିନ୍ନର ସଂଘର ଅଧକ୍ଷ ମନୋଜ କୁମାର ପଟ୍ଟନାୟକ,ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ମନୋଜ ବେହେରା, ସମାଜସେବୀ ତଥା କିନ୍ନର ସଂଘର ସହର ଉପଖଣ୍ଡ ଉପଦେଷ୍ଟା ନୀନିବାବୁ ତ୍ରିପାଠୀ, ସଂଘର କାର୍ଯ୍ୟନିବାହୀ ସଭ୍ୟା ତଥା ଅଧିବକ୍ତା କିଶୋରୀ ପଟ୍ଟନାୟକ, ଅନ୍ୟତମ କାର୍ଯ୍ୟନିର୍ବାହୀ ସଭ୍ୟା ତଥା କାଉନସିଲ ଶର୍ମିଷ୍ଠା ଦେଓ , ଆଶକିରଣ ନିର୍ଦ୍ଦେଶକ ଜଗନ୍ନାଥ ବେହେରା, ପ୍ରମୁଖ ଯୋଗ ଦେଇଥିବା ବେଳେ ସମାଜ ମଙ୍ଗଳ ବିଭାଗର ଅଧିକାରୀ ଏ ଧନଞ୍ଜୟ ରାଓ ସଭା ପରିଚାଳନା କରିଥିଲେ। ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳ ଡକ୍ଟର ମହାପାତ୍ର, ଜିଲ୍ଲା କିନ୍ନର ସଂଘ ନିମନ୍ତେ ନୂତନ ଚେୟାର ଟେବୁଲ୍ ସମେତ ବାସନ କୁସନ, ଗ୍ୟାସ ଏବଂ ସମସ୍ତ ରୋଷେଇ ଆସବାବ ପତ୍ର ପ୍ରଦାନ କରିଥିଲେ। ଏହା ଗ୍ରହଣ କରିବା ନିମନ୍ତେ ଜିଲ୍ଲା କିନ୍ନର ସଂଘର ସଭାପତି କାଜଲ କିନ୍ନର, ସମ୍ପାଦକ ଚୁମକି କିନ୍ନର, ସହ ସମ୍ପାଦକ ପ୍ରୀତି କିନ୍ନର ପ୍ରମୁଖ ଉପସ୍ଥିତ ଥିଲେ। ପ୍ରଶାସନ ପକ୍ଷରୁ ମିଥୁନ ତ୍ରିପାଠୀ,ଅମ୍ରିତା ଭୂଷଣ, ଶକୁନ୍ତଳା ଭତ୍ରା , ମନିଶା ରଥ, ସୁବ୍ରତ କିସାନ,ସୌମ୍ୟ ରଂଜନ ନାୟକ, ପୀତବାସ ରଜକ, ବିଶ୍ୱଜିତ୍ ,ସାନୁ ହରିଜନ, ନବୀନ ଅମନାତ୍ୟ ସେହିପରି ଜିଲ୍ଲା କିନ୍ନର ସଂଘ ପକ୍ଷରୁ ଜିଲ୍ଲାର ବିଭିନ୍ନ ଅଂଚଳରୁ ଆସିଥିବା ଅନିତା, ରାଧା, ତୁଳସୀ, ପ୍ରିୟଙ୍କା, ତନୁଜା ଅର୍ଣାଲାତା, ଡମୁଣି, ବର୍ଷା, ବଇଦି, ଇପ୍ସିତା, ବିମଳା, ଅଞ୍ଜୁ, ବିପର୍ନା, ଗୋପା ଏବଂ ଜୟନ୍ତୀ ପ୍ରମୁଖ କିନ୍ନର କାର୍ଯ୍ୟକ୍ରମ ସଫଳ କରିବାରେ ସହଯୋଗ କରିଥିଲେ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

 

Related posts

ଜନଜାତିୟ ଗୌରବ ବର୍ଷ ପାଳନ ଅବସରରେ ସ୍ଵତନ୍ତ୍ର ଗ୍ରାମସଭା ଓ ତାଲିମ କାର୍ଯ୍ୟକ୍ରମ 

masiha

ଜିଲ୍ଲା ସ୍ତରୀୟ ମଧୁବାବୁ ଜୟନ୍ତୀ ପାଳିତ   

Sunil Chandra Nayak

ଘରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ

masiha

Leave a Comment

error: Content is protected !!