ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜଳବାୟୁ ପରିବର୍ତ୍ତନକୁ ପ୍ରତିହତ ପାଇଁ କିଶୋର କିଶୋରୀ ମାନଙ୍କ ଦ୍ବାରା ବୃକ୍ଷରୋପଣ

ବାଲେଶ୍ଵର,୧୨/୮/୨୩- ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ମାଖନପୁର ପଞ୍ଚାୟତ ସାଉଣ୍ଡିଆ- ୧ ଅଙ୍ଗନବାଡି କେନ୍ଦ୍ର ପରିସରରେ ସମନ୍ବିତ ଶିଶୁ ବିକାଶ ଯୋଜନା ପ୍ରକଳ୍ପ କାର୍ଯ୍ୟାଳୟ ଖଇରା ତରଫରୁ କିଶୋର କିଶୋରୀ ବାଳକ ବାଳିକା ମାନଙ୍କୁ ନେଇ ଜଳ ବାୟୁ ପରିବର୍ତ୍ତନକୁ ପ୍ରତିହତ ପାଇଁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥି ସହିତ ସଖି ସହେଲି, ପ୍ରତ୍ୟେକ ଝିଅ ଅନନ୍ୟା ” ଆଦ୍ୱିକା “ବାଲ୍ୟ ବିବାହ ଓ ସେମାନଙ୍କ ପାଇଁ ଆଇନ ଵିଷୟରେ ଜିଲ୍ଲା ସଂଯୋଜକ ଶକୁନ୍ତଳା ଦାଶ ଓ ଜିଲ୍ଲା ଅଧିକାରୀ ଘାସିରାମ ପଣ୍ଡା ଅବଗତ କରାଇଥିଲେ । ସମନ୍ବିତ ଶିଶୁ ବିକାଶ ଅଧିକାରୀଣୀ ନଳିନୀ କୁମାରୀ ମହାରଣା ଙ୍କ ପ୍ରତକ୍ଷ ତତ୍ୱାବଧାନରେ ସରପଞ୍ଚ ସରୋଜିନୀ ଦାସ, ସାଉଣ୍ଡିଆ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରବୀନ୍ଦ୍ର କୁମାର ପଣ୍ଡା, ଆଇ.ସି.ଡ଼ି.ଏସ ର ସମସ୍ତ ସୁପର ଭାଇଜର, ଅଙ୍ଗନବାଡି କର୍ମୀ, ଆଶାକର୍ମୀ ମାନଙ୍କ ସହିତ କିଶୋର କିଶୋରୀ ବାଳିକା ବାଳକ ଉପସ୍ଥିତ ଥିଲେ ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

୧- ରାତିରେ ବ୍ୟବହାର ହେଉଛି ଅଟଳ ବସଷ୍ଟାଣ୍ଡ  ,୨- ଧରାକୋଟ ରେ ଟି ବି ମୁକ୍ତ ଭାରତ ଅଭିଯାନ 

Sunil Chandra Nayak

୮ ବର୍ଷ ପୁରିଲାଣି ଶେଷ ହୋଇ ପାରୁନି ଦୁଇ ଗ୍ରାମର ପୋଲ କାମ, ପଡି ରହିଛି ଅର୍ଦ୍ଧ ଖଣ୍ଡିଆ 

Sunil Chandra Nayak

ସୁଭଦ୍ରା ଟ୍ରକ ମାଲିକ ମହାସଂଘ ଓଡିଶା ପକ୍ଷରୁ ସମ୍ବର୍ଦ୍ଧନା

Leave a Comment

error: Content is protected !!