ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କଳାକାର ବଞ୍ଚିଲେ ଦେଶ ସୁନ୍ଦର ହେବ : ସୀମାନ୍ତ ନଟରାଜ 

କଳାକାର ବଞ୍ଚିଲେ ଦେଶ ସୁନ୍ଦର ହେବ : ସୀମାନ୍ତ ନଟରାଜ 

ବ୍ରହ୍ମପୁର,୨୧/୮/୨୫ : କଳା ଓ କଳାକାର ହିତୈଷୀ ମହାମଞ୍ଚ ” ନିଖିଳ ଓଡିଶା ବରିଷ୍ଠ କଳାକାର ମହାସଂଘ ” ତରଫରୁ ଏକ ସାଂସ୍କୃତିକ ସଭା ଆସିକା-ଜୟପୁର ସ୍ଥିତ ଶ୍ରୀଶ୍ରୀ ଲଷ୍ମୀ ନୃସିଂହ ଯୁବ ନାଟ୍ୟ ସଂଘର ସହଯୋଗ କ୍ରମେ ଜୟପୁର ସ୍ଥିତ ଦୁତିକୃଷ୍ଣ ପଣ୍ଡା ପାଠାଗାର ପରିସରରେ ଅନୁଷ୍ଠିତ ହୋଇଯାଇଛି । ଯୁବ ନାଟ୍ୟ ସଙ୍ଘର ଜନୈକ କର୍ମକର୍ତ୍ତା କେ. ରୁଦ୍ର ଆଚାରୀଙ୍କ ସଂଯୋଜନା କ୍ରମେ ଆୟୋଜିତ ଏହି ସଭାରେ ମହାସଚିବ ସୁବାସ ଚନ୍ଦ୍ର ସାହୁ କଳାକାରମାନେ ଜଣେ ଜଣେ ସମାଜ ସଂସ୍କାରକ ହେତୁ ସେମାନେ ନିଜକୁ ଗର୍ବିତ ଅନୁଭବ କରିବା ଉଚିତ ବୋଲି ବୁଝାଇବା ସହ ସରକାରୀ କଳ ଦ୍ୱାରା କି କି ସହାୟତା ମିଳେ ସେ ସମ୍ପର୍କରେ ସବିଶେଷ ଉପସ୍ଥାପନ କରିଥିଲେ । ମହାସଂଘ ସଭାପତି ସୀମାନ୍ତ ନଟରାଜ ଡ଼ା. ତିରୁପତି ସାହୁ ଉଭୟ କଳା ଓ କଳାକାରଙ୍କ ହୀତ ସାଧନ ନିମନ୍ତେ ଅଙ୍ଗିକାରବଦ୍ଧ ସଙ୍ଘ କଳାକାରଙ୍କ ସୁଖରେ ଦୁଃଖରେ ଛିଡା ହୋଇଥାଏ ଓ ସବୁ କଳାକାର ଏକ ପରିବାର ବୋଧରେ ବିଶ୍ୱାସ ରଖେ ବୋଲି ମତବ୍ୟକ୍ତ କରିଥିଲେ। ନାଟ୍ୟ ଗୁରୁ ସଞ୍ଜୟ କୁମାର ବିଷୋୟୀ, ସ୍ୱରବିବୁଧ ରମେଶ ଚନ୍ଦ୍ର ସ୍ୱାଇଁ, ପ୍ରଦୀପ କୁମାର ସାହୁ ପ୍ରମୁଖ ଦିବଂଗତ ଲିଙ୍ଗରାଜ ସ୍ୱାଇଁଙ୍କ ସ୍ମୃତି ଚାରଣ କରିଥିଲେ । ସର୍ବପ୍ରଥମେ ଦିବଂଗତ ସ୍ୱାଇଁଙ୍କ ଅମର ଆତ୍ମାର ସଦ୍ଗତି ନିମନ୍ତେ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ପରେ ଲିଙ୍ଗରାଜ ସ୍ୱାଇଁଙ୍କ ଗୃହକୁ ଯାଇ ତାଙ୍କ ପିତା ଭୋବନି ସ୍ୱାଇଁଙ୍କୁ ସଂଘ ପକ୍ଷରୁ ଦଶ ହଜାର ଟଙ୍କା ସହାୟତା ଯୋଗାଇ ଦିଆଯାଇଥିଲା । କାର୍ଯ୍ୟକ୍ରମ ପରିଚାଳନାରେ ନାଟ୍ୟ ସଂଘ ସଦସ୍ୟମାନେ ସହଯୋଗ କରିଥିଲେ ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ରେଙ୍ଗାଲି ବାମ ଶାଖା କେନାଲରେ ୩୦ ଫୁଟର ଘାଇ

masiha

ଜିଲ୍ଲାସ୍ତରୀୟ ଟେବୁଲ୍ ଟପ୍ ଏକ୍ସରସାଇଜ୍ ଅନୁଷ୍ଠିତ 

Sunil Chandra Nayak

ଓକ୍ଟାର ବାର୍ଷିକ ଉତ୍ସବରେ ବିଦ୍ୟା ଷ୍ଟଡ଼ି ପଏଣ୍ଟ ସମ୍ମାନିତ

masiha

Leave a Comment

error: Content is protected !!