ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ବିଜେପି ନେତା ଲଳିତ ବେହେରା ଙ୍କ ନେତୃତ୍ୱରେ ରାଜନଗର ନିର୍ବାଚନ ମଣ୍ଡଳୀରେ ଶକ୍ତିଶାଳୀ ହେଉଛି ବିଜେପି 

ବିଜେପି ନେତା ଲଳିତ ବେହେରା ଙ୍କ ନେତୃତ୍ୱରେ ରାଜନଗର ନିର୍ବାଚନ ମଣ୍ଡଳୀରେ ଶକ୍ତିଶାଳୀ ହେଉଛି ବିଜେପି 

କେନ୍ଦ୍ରାପଡ଼ା : ରାଜନଗର: ୦୯.୦୮.୨୦୨୫ ରାଜନଗର ନିର୍ବାଚନ ମଣ୍ଡଳୀର ବିଜେଡି ବିଧାୟକ କୁଆଡେ ଗଲେ, ୨୦୨୪ ନିର୍ବାଚନ ପୂର୍ବରୁ ସେ କହିଥିଲେ ମୁଁ ଜିତିଲେ ଏହି ଦଶଗୋଟି ସଂକଳ୍ପ ନିଶ୍ଚୟ ପୂରଣ କରିବି ତେବେ ନିର୍ବାଚନ ସରିଯାଇଛି ସର୍ବ ବହୁମତ ପାଇଁ ବିଜେଡି ନେତା ବିଧାୟକ ହୋଇଛନ୍ତି କିନ୍ତୁ ସେ ଦେଇଥିବା ଦଶ ଗୋଟି ସଂକଳ୍ପ କେବେ କାର୍ଯ୍ୟକାରୀ ହେବ ତାହା ଲୋକେ ଏବେ ପ୍ରଶ୍ନ କଲେଣି ନା ବିଧାୟକ ଜିତିବା ପାଇଁ ଏଭଳି କହିଦେଇଥିଲେ।ଯେଉଁ ଦଶ ଗୋଟି ପ୍ରକଳ୍ପର ବିଧାୟକ ସଂକଳ୍ପ କରିଥିଲେ ସେଥିମଧ୍ୟରୁ ରହିଥିଲା ୧- ଭିତରକନିକା ଓ ପେଣ୍ଠ ବିଶ୍ବ ସ୍ତରୀୟ ପରିବେଶ ପର୍ଯ୍ୟଟନ ସ୍ଥଳୀ ହେବ,୨ – ପେଣ୍ଠ ବେଳାଭୂମିରେ ନିର୍ମାଣ ହେବ ଉଇଣ୍ଡ ସର୍ଫିଂ ଗେମ୍ ଏକାଡେମୀ,୩- ତୁରନ୍ତ ପଟ୍ଟାମୁଣ୍ଡେଇ ଉପଖଣ୍ଡ ସ୍ତରୀୟ ଚିକିତ୍ସାଳୟ ର ନିର୍ମାଣକାର୍ଯ୍ୟ ସମାପ୍ତି ,୪- ଚାଷୀ ମାନଙ୍କ ପାଇଁ ଅଳଭା ଠାରେ ନିର୍ମାଣ ହେବ ମେଗା ଲିଫ୍ଟ ଇରିଗେସନ୍ ପ୍ରକଳ୍ପ,୫- ପଟ୍ଟାମୁଣ୍ଡାଇ ସିପ୍ଟକୁ ସେଣ୍ଟ୍ରାଲ ଅଫ୍ ଏକ୍ସସିଲେନ୍ସିରେ ପରିବର୍ତ୍ତନ କରି ବନ୍ତୋ ଠାରେ ୨ୟ କ୍ୟାମ୍ପସ ଓ ଟ୍ରେନିଂ ଆଣ୍ଡ ପ୍ଲେସ୍ ମେଣ୍ଟ ସେଣ୍ଟର ସ୍ଥାପନ କରିବା,୬- ବାଗପାଟିଆ ଠାରେ ମହିଳା ସ୍ଵୟଂ ସହାୟକ ଗୋଷ୍ଠି ଦ୍ଵାରା ଗାର୍ମେଣ୍ଟ ମେନୁଫେକ୍ଚରିଂ ୟୁନିଟ୍ ପ୍ରତିଷ୍ଠା,୭- ବଡ଼ପଡା ଓ ଡାଙ୍ଗମାଳ ଠାରେ ଦୁଇଟି ଦମକଳ ପ୍ରତିଷ୍ଠା,୮- ନଗଡ ରୁ ନଳଦିଆ ଓ ଶ୍ରୀରାମପୁର ରୁ ମାଣିକପାଟଣା ସେତୁ ନିର୍ମାଣ,୯- ପଟ୍ଟାମୁଣ୍ଡାଇ ସହରର ଚତ୍ରୁପାଶ୍ୱ ରିଂ – ରୋଡ ନିର୍ମାଣ ଓ ପଟ୍ଟାମୁଣ୍ଡାଇ ଠାରୁ ଭିତରକନିକା ପର୍ଯ୍ୟନ୍ତ ୫୪ କି.ମିରାସ୍ତାକୁ ପର୍ଯ୍ୟଟକ କରିଡୋରରେ ପରିଣତ କରିବା,୧୦- ପଟ୍ଟାମୁଣ୍ଡାଇକୁ ରାଜସ୍ୱ ସବ୍ ଡିଭିଜନ ରୂପେ ଘୋଷଣା କରିବା, ତେବେ ଏହି ଦଶଗୋଟି ସଂକଳ୍ପ ନିଜେ ବିଧାୟକ ଧ୍ରୁବ ସାହୁ କହିଥିଲେ ହେଲେ କଣ ହେଲା ବିଧାୟକ ତ ହେଲେ କୀନ୍ତୁ ଦଶଟି ସଂକଳ୍ପରୁ କେତେ ଟି ସଂକଳ୍ପ ପାଲନ କଲେ ତାହା ପଟ୍ଟାମୁଣ୍ଡାଇ ବାସୀ ଓ ରାଜନଗର ବାସୀ କହିବେ । ଯଦି କୁହା ଯାଏ ବିଧାୟକ ଧ୍ରୁବ ସାହୁ କରିଥିବା ଏହି ଦଶଗୋଟି ସଙ୍କଳ୍ପ ମଧ୍ୟରେ ଅଧିକ ପଟ୍ଟାମୁଣ୍ଡାଇ ଅଞ୍ଚଳ ପାଇଁ ରହିଥିଲା ତେବେ ନିର୍ବାଚନ ସରିବାର ୧୪ ମାସ ରୁ ଉର୍ଦ୍ଧ୍ବ ହୋଇଗଲା କିନ୍ତୁ ବିଧାୟକ ଧ୍ରୁବ ସାହୁଙ୍କ ସେହି ପ୍ରକଳ୍ପ ଓ ସଙ୍କଳ୍ପର ଗୋଟିଏ ବି କାର୍ଯ୍ୟ ପଟ୍ଟାମୁଣ୍ଡାଇ ଠାରେ ଦେଖିବାକୁ ମିଳିଲା ନାହିଁ, ଏହାର କାରଣ କଣ ରହିଛି ସରକାର ବଦଳି ଗଲା ନା ନିର୍ବାଚନ ଜିତିବା ପାଇଁ ମିଛ କଥା କହୁ ଥିଲେ ।ଏହି ପ୍ରଶ୍ନ ଏବେ ରାଜନଗର ନିର୍ବାଚନ ମଣ୍ଡକିରେ ପ୍ରତ୍ୟେକ ଜନତା ଓ କୋଣ ଅନୁକୋଣରେ ଉଙ୍କି ମାରୁଛି, ତେବେ ବିଧାୟକ ଙ୍କ ଏହି ଦଶଗୋଟି ସଙ୍କଳ୍ପ ପୂରଣ କରିବେ ନା ହାତ ଟେକିଦେବେ ତାହା ଦେଖିବାକୁ ବାକି ରହିଲା. ରାଜନଗର ନିର୍ବାଚନ ମଣ୍ଡଳୀ ରେ ବହୁ ସରପଞ୍ଚ ,ସମିତି ସଭ୍ୟ ବିଜେଡି ଦଳ ପରିତ୍ୟାଗ କରି ଲଳିତ ବେହେରା ଙ୍କ ସହ ଯୋଗ ଦେଇ ବିଜେପି ଦଳ ରେ ମିଶିବାରେ ଲାଗି ଛନ୍ତି।ଯଦି ପଞ୍ଚାୟତ ନିର୍ବାଚନ ପ୍ରୁବରୁ ରାଜନଗର ନିର୍ବାଚନ ମଣ୍ଡଳୀ ର ବିଧାୟକ ୨୦୨୪ ର ପ୍ରତିଶୃତି ପାଳନ ନ କରନ୍ତି ଆଗାମୀ ପଞ୍ଚାୟତ ନିର୍ବାଚନ ରେ ପଟ୍ଟାମୁଣ୍ଡାଇ ବ୍ଲକ୍ ଓ ରାଜନଗର ବ୍ଲକ ବିଜେପି ଅକ୍ତିଆର କୁ ପକାଇ ଯିବ ବୋଲି ରାଜନୀତି ବିଶାରଦ ମାନେ କହି ବୁଲୁ ଛନ୍ତି।ବିଜେପି ନେତା ଲଳିତ ବେହେରା ଙ୍କ ଦୃଢ଼ ଇଚ୍ଛାଶକ୍ତି ବଳ ରେ ଗୋଟେ ପରେ ଗୋଟେ ବିଜେଡି ର ତୁଙ୍ଗ ନେତା ବିଜେପି ରେ ମିଶି ଵାରେ ଲାଗି ଛନ୍ତି।ଏବେ ରାଜନଗର ନିର୍ବାଚନ ମଣ୍ଡଳୀ ରେ ବିଜେପି ଆହୁରି ଶକ୍ତିଶାଳୀ ହେବାରେ ଲାଗିଛି।ଆଗାମୀ ଦିନ ରେ ଦେଖି ବାକୁ ବାକି ରହିଲା ପଞ୍ଚାୟତ ନିର୍ବାଚନ ପ୍ରୁବରୁ ବିଜେଡି ଦୁର୍ବଳ ହେଉଛି କି ସବଲ ହେଉଛି ତାହା ସମୟ କହିବ।ପଟ୍ଟାମୁଣ୍ଡାଇ ବ୍ଲକ ଓ ରାଜନଗର ବ୍ଲକ ରେ ପ୍ରତି ଦିନ ଦୁର୍ନୀତି ଖବର ପ୍ରସାରଣ ହେବା ଦ୍ବାରା ରାଜନଗର ନିର୍ବାଚନ ମଣ୍ଡଳୀ ର ଜନସାଧାରଣ ଧୀରେ ଧୀରେ ବିଜେଡି ଦଳ ପ୍ରତି ବିମୁଖ ହୋଇ ବିଜେପି ଦଳ ରେ ଯୋଗ ଦେଉଛନ୍ତି।

କେନ୍ଦ୍ରାପଡ଼ା ରୁ ଜିଲ୍ଲା ଜିଲ୍ଲା ପ୍ରତିନିଧି ସମୀର କୁମାର ପ୍ରଧାନ ଙ୍କ ରିପୋର୍ଟ ମସିହା ନିୟୁଜ

Related posts

ପକ୍କା ରାସ୍ତା କରାଯାଉନଥିବାରୁ ଖୁଣ୍ଟିଆଗୁଡ଼ାବାସୀଙ୍କ ଭୋଟ ବର୍ଜନ ନିଷ୍ପତ୍ତି

masiha

ହିନ୍ଦୋଳ ନିର୍ବାଚନ ମଣ୍ଡଳୀରେ ଆମ୍ ଆଦମୀ ପାର୍ଟିର ସାଂଗଠନିକ ବୈଠକ

Sunil Chandra Nayak

କେନ୍ଦ୍ର ସରକାରଙ୍କ ଜନମାରଣ ଅର୍ଥ ବଜେଟ ଏବଂ ଗୁଣ୍ଡୁରିଆ ଶହୀଦ ଦିବସକୁ ନେଇ ନେଇ ଝାଡ଼ଖଣ୍ଡ ମୁକ୍ତିମୋର୍ଚାର ସାମ୍ବାଦିକ ସମ୍ମିଳନୀ 

Sunil Chandra Nayak

Leave a Comment

error: Content is protected !!