ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ବାଜପାୟୀଙ୍କ ଜନ୍ମ ଜୟନ୍ତୀ କୁ ସୁଶାସନ ଦିବସ ରୂପେ ପାଳନ କଲା ବିଜେପି 

ବାଜପାୟୀଙ୍କ ଜନ୍ମ ଜୟନ୍ତୀ କୁ ସୁଶାସନ ଦିବସ ରୂପେ ପାଳନ କଲା ବିଜେପି

ରାଉରକେଲା : ପୂର୍ବତନ ପ୍ରଧାନମନ୍ତ୍ରୀ , ଭାରତରତ୍ନ ତଥା ଭାରତୀୟ ଜନତା ପାର୍ଟିର ପ୍ରତିଷ୍ଠାତା, ଭାରତ ମାଟିର ବରପୁତ୍ର, ଯୋଗଜନ୍ମା ଓ ବିଜେପିର ପ୍ରଥମ ରାଷ୍ଟ୍ରୀୟ ସଭାପତି ଅଟଳ ବିହାରୀ ବାଜପେୟୀଙ୍କ ଆଜି ଜନ୍ମ ଶତାବ୍ଦୀ ବର୍ଷ । ଏହି ଅବସରରେ ଭରତୀୟ ଜନତା ପାର୍ଟି ପାନପୋଷ ସାଂଗଠାନିକ ଜିଲ୍ଲା ତରଫରୁ ଜିଲ୍ଲା ସଭାନେତ୍ରୀ ଲତିକା ପଟ୍ଟନାୟକଙ୍କ ନେତୃତ୍ଵରେ ରାଉରକେଲା ଇସ୍ପାତ ନଗରୀ , ଆମ୍ବଗାନ ଛକ ନିକଟସ୍ଥ ବାଜପାୟୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟ ଅର୍ପଣ କରାଯାଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା । ବିଜେପି ତରଫରୁ ସମଗ୍ର ଦେଶରେ ଏହି ଦିବସକୁ ସୁଶାସନ ଦିବସ ରୂପେ ପାଳନ କରାଯାଉଛି । ଆଜିର ଏହି କାର୍ଯ୍ୟକ୍ରମରେ, ଜିଲ୍ଲା ସଭାନେତ୍ରୀ ଲତିକା ପଟ୍ଟନାୟକ, ରଘୁନାଥପଲ୍ଲୀ ବିଧାୟକ ଦୁର୍ଗାଚରଣ ତନ୍ତୀ, ରାଜ୍ୟ ମୁଖପାତ୍ର ଧିରେନ୍ ସେନାପତି, ଜିଲ୍ଲା ମୁଖପାତ୍ର ଗଙ୍ଗାଧର ଦାଶ ଆଦି ନେତୃବୃନ୍ଦ ବାଜପାୟୀଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧା ସୁମନ ଅର୍ପଣ କରିବା ସହିତ ବାଜପାୟୀଙ୍କ ସୃତି ଚାରଣ କରି ଥିଲେ ଏବଂ ତାଙ୍କର ରାଷ୍ଟ୍ରଭକ୍ତି, ଦୂରଦୃଷ୍ଟି ଓ କାର୍ଯ୍ୟଶୈଳୀର ଭୂୟସୀ ପ୍ରଶଂସା କରିଥିଲେ। ସର୍ବଶିକ୍ଷା ଅଭିଯାନ, ପୋଖରଣ ପରମାଣୁ ପରୀକ୍ଷଣ, ସ୍ଵର୍ଣ୍ଣ ଚତୃଭୂଜ ଯୋଜନା, କାରଗିଲ ଯୁଦ୍ଧ , ଏନ୍ ଡି ଏ ପ୍ରତିଷ୍ଠା, ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା, କିସାନ କ୍ରେଡିଟ କାର୍ଡ ଓ ବହୁ ଜନହିତ କାରି ଯୋଜନାର ସେ ପ୍ରବର୍ତ୍ତକ ଥିଲେ ବୋଲି ବର୍ଣ୍ଣନା କରିଥିଲେ । ବାଜପେୟୀଙ୍କ ଚିନ୍ତାଧାରାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବହୁ କ୍ରାନ୍ତିକାରୀ ପଦକ୍ଷେପ ନେଇ ବହୁବିଧ ଜନହିତ ହିତକାରୀ ଯୋଜନା ପ୍ରଣୟନ କରିଛନ୍ତି ଏବଂ ଭାରତର ଆର୍ଥିକ ସ୍ଥିତି ଦୃଢ଼ କରିବା ସହିତ ବିଶ୍ଵ ଦରବାରରେ ଭାରତ ଗରିମା ବୃଦ୍ଧି କରିବାରେ ସକ୍ଷମ ହେବା ସହିତ ଭାରତ ବିଶ୍ବଗୁରୁ ହେବାକୁ ଯାଉଛି । ବରିଷ୍ଠ ନେତା କମଲେଶ ସା ବାଜପେୟୀଙ୍କ ରଚିତ ଦୁଇଟି କବିତା ଆବୃତ୍ତି କରିଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ ଜଗବନ୍ଧୁ ବେହେରା, ମଳୟ ମହାପାତ୍ର, ସରୋଜ ଦାସ, ସୁବ୍ରତ ପଟ୍ଟନାୟକ, ଶଶାଙ୍କ ଶେଖର ଜେନା, ପ୍ରଭାତ ମହାପାତ୍ର, ସସ୍ମିତା ପାଢ଼ୀ, ସୂର୍ଯ୍ୟ ମହାନ୍ତି, ରାଜେନ୍ଦ୍ର ସାହୁ, କଳ୍ପନା ଲେଙ୍କା, ଭ୍ରମରବର ବେହେରା, ଭବାନୀ କବି, ଅକ୍ଷୟ ଦାଶ, ଦିଲ୍ଲୀପ ପଟ୍ଟନାୟକ, ମନୋରଞ୍ଜନ ମୁନି, ସନ୍ତୋଷ ବିରାଟ, କେଦାର ମହାନ୍ତି, ପରେଶ୍ ମିଶ୍ର, ମିନତି ଦେବତା, ମନୋଜ ପଟ୍ଟନାୟକ, ସତ୍ୟ ସାହୁ, ଆଲୋକ ନାୟକ, ହୀରୋଜ ରାୟ, ତାରାକାନ୍ତ ମହାପାତ୍ର, ଗୌତମ ଦୁମୁରି, ଗୌତମ ଭଗତ, ହିମାଂଶୁ ଚୌଧୁରୀ, ପ୍ରଦୀପ ପାଢ଼ୀ, ସୋନୁ ସିଂ, ଶ୍ରୀନିବାସ ପଣ୍ଡା, ଆଶୁତୋଷ ମିଶ୍ର, ମନୋଜ ଦାସ, ପ୍ରଣତାପ ଦାସ, ଜଗବନ୍ଧୁ ସାହୁ, ଗାଦୁ ବାଗ ବାଗ, ଚନ୍ଦନ ବେହେରା, ଗୌତମ ବାଡ଼ା, ରମେଶ ସିଂ, ସେଖ ମୂଜାହିଦ୍ , ପ୍ରସାଦିନ ମଲ୍ଲିକ ଆଦି ଶତାଧିକ କର୍ମୀ ଉପସ୍ଥିତ ଥିଲେ ବୋଲି ଜିଲ୍ଲା ମୁଖପାତ୍ର ଗଙ୍ଗାଧର ଦାଶ ଏକ ପ୍ରେସ ବିବୃତିରେ ଜଣାଇଛନ୍ତି । 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ମୋଦି ସରକାର ଙ୍କ ଜନ ବିରୋଧି ନୀତି ବିରୁଦ୍ଧରେ ୫ ଏପ୍ରିଲ ଦିଲ୍ଲୀ ଅଭିଯାନ କୁ ସଫଳ କରିବା ପାଇଁ ମିଳିତ କନଭେନସନ

Sunil Chandra Nayak

ବନ୍ଧୁଗାଁ ବ୍ଲକରେ ଶାନ୍ତି ଶୃଙ୍ଖଳାରେ ୮୧.୩୦ ପ୍ରତିଶତ ମତଦାନ

masiha

ପାପଡାହାଣ୍ଡି ବ୍ଲକ ବିଜେଡି କର୍ମୀ ସମ୍ମିଳନି 

Sunil Chandra Nayak

Leave a Comment

error: Content is protected !!