ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନର୍ଲାରେ ନୂଆଁଖାଇ ଭେଟଘାଟ ଆୟୋଜିତ

ନର୍ଲାରେ ନୂଆଁଖାଇ ଭେଟଘାଟ ଆୟୋଜିତ

ନର୍ଲା: ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ପାଇଁ ପଶ୍ଚିମ ଓଡ଼ିଶା ଚଳ ଚଞ୍ଚଳ ଥିବାବେଳେ କଳାହାଣ୍ଡି ଜିଲ୍ଲା ନର୍ଲା ବସ୍ତି ଠାରେ ଧାର୍ଯ୍ୟ ଲଗ୍ନ ଅନୁସାରେ ନବାନ୍ନ ଭକ୍ଷଣ ସହ ଜୁହାର୍‌ ଭେଟ୍‌ ହୋଇ ଭାବ ଦିଆନିଆର ଦୃଶ୍ଯ ଦେଖିବାକୁ ମିଳିଥିଲା |ଏ ଅଞ୍ଚଳର କବି,ନାଟ୍ୟକାର,ତଥା ସଂଗଠକ ଅରୁଣ କୁମାର ପ୍ରଧାନୀଙ୍କ ନେତୃତ୍ୱରେ ନିଆରା ଢଙ୍ଗରେ ନୂଆଖାଇ ଭେଟ ଆୟୋଜନ କରାଯାଇଥିଲା।ପ୍ରଥମ ପର୍ଯ୍ୟାୟରେ ମଞ୍ଚାସୀନ ଅତିଥି ମାନଙ୍କ ଦ୍ୱାରା ଗ୍ରାମ ଦେବାଦେବୀଙ୍କ ପୂଜାର୍ଚ୍ଚନା କରି ଶୁଭାରମ୍ଭ କରା ଯାଇଥିଲା | ଏଥିରେ ବିଭିନ୍ନ ପ୍ରତିଯୋଗିତା ମାନ କରି କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରା ଯାଇଥିଲା |ଏହି ପର୍ଯ୍ୟାୟରେ ସମୀର ଚାନ୍ଦ, ବସନ୍ତ ଅଗ୍ରୱାଲ୍‌,ଦୀପୁପାତ୍ର,ଗୋପାଳ ମିଶ୍ର,ଶରତ ଭୋଇ, ରଜନୀ ସାହାଣୀ ମଞ୍ଚାସୀନ ଥିବାବେଳେ ଦ୍ଵିତୀୟ ପର୍ଯ୍ୟାୟରେ ମୁଖ୍ୟ ଅତିଥି ତଥା ନର୍ଲା ବ୍ଲକ୍‌ ଅଧ୍ୟକ୍ଷ ଦୁର୍ଗା ପ୍ରସାଦ ମହାନ୍ତି ମୁଖ୍ଯ ଅତିଥି ଭାବେ ଯୋଗ ଦେଇ ଅଞ୍ଚଳ ବାସୀଙ୍କୁ ନୂଆଁଖାଇ ଜୁହାର୍‌ ଜଣାଇ ଆସନ୍ତା ବର୍ଷ ବ୍ଲକ୍‌ ସ୍ତରୀୟ କରିବାକୁ ପ୍ରତିଶୃତି ଦେଇଥିଲେ। କୃତ୍ତି ପ୍ରତିଭାଗିକୁ ପୁରସ୍କାର ବିତରଣ କରି କଳାହାଣ୍ଡି ଜିଲ୍ଲା ସରପଞ୍ଚ ସଂଘ ସହ ସଂପାଦକ ଦେବେନ୍ଦ୍ର ସା ଏବଂ କଳାକାର ତବଲା ବାଦକ ପ୍ରସନ୍ନ ଗଉଡ଼ଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରିବା ସହ ଆୟୋଜକ କମିଟିର କନିଷ୍ଠ ସଭ୍ଯ ରିତେଶ ପ୍ରଧାନୀଙ୍କ ଜନ୍ମ ଉତ୍ସବ ପାଳନକୁ ଉତ୍ସାହିତ କରିଥିଲେ।ସାଂସ୍କୃତିକ କାର୍ଯ୍ୟକ୍ରମରେ ବସନ୍ତ ଅଗ୍ରୱାଲଙ୍କ ସଂଗୀତ,ପୁଜାରାଣୀ ପୁଝାରୀଙ୍କ ଭଜନ,ମୋନାଲିସା ସାହୁ ,ସୋନି ପ୍ରଧାନୀ,ଝାନ୍‌ସୀ ପ୍ରଧାନୀଙ୍କ ନୂଆଁଖାଇ ଗୀତ ପରିବେଷଣ କରା ଯାଇଥିଲା।ବଲାଙ୍ଗୀର ଜିଲ୍ଲା ମୁରିବାହାଲର ମା ମାହେଶ୍ୱରୀ ରାଜ ଦଣ୍ଡନୃତ୍ୟ କୁ ଦର୍ଶକ ସକାଳ ସାତ ଘଣ୍ଟା ପର୍ଯ୍ୟନ୍ତ ଉପଭୋଗ କରିଥିଲେ |କବି କଳାକାର ସଂକୀର୍ତନ ଗୁରୁ ପ୍ରକାଶ ଚନ୍ଦ୍ର ଭୋଇ,ଦଣ୍ଡ କଳାକାର ନିଲ ପ୍ରଗଣିଆ,ଜିତେନ୍ଦ୍ର ପ୍ରଗଣିଆ ଙ୍କୁ ମଞ୍ଚରେ ସମ୍ବର୍ଦ୍ଧିତ କରାଯାଇଥିଲା।ଏହି କାର୍ଯ୍ୟକ୍ରମର ପରିଚାଳନା ରେ ସୁଶ୍ରୀ ଝରଣା ପ୍ରଧାନୀ,ପିତାମ୍ବର ଗଉଡ଼,ରାଜଶ୍ରୀ ପ୍ରଧାନୀ,କସ୍ତୁରୀ ପ୍ରଧାନୀ, ତହସିଲ ସାହୁ, ମିନା ପ୍ରଧାନୀ,ନୀତା ପ୍ରଧାନୀ,କୁର୍ତିବାସ ଦୁବେ ଏବଂ କମିଟି ସଭ୍ୟ ସଭ୍ୟା ସହଯୋଗ କରିଥିଲେ।

ଦୀପକ୍ ଠାକୁର୍ ଙ୍କ ରିପୋର୍ଟ୍ 

Related posts

ହିନ୍ଦୋଳ ଉପଖଣ୍ଡ ରେ ୭୪ତମ ଜନରାଜ୍ୟ ଦିବସ ପାଳିତ

Sunil Chandra Nayak

ଦୁର୍ଗା ପୂଜା ଓ ଗଜଲକ୍ଷ୍ମୀ ପୂଜା ମହାସମାରୋହରେ ପାଳିତ.

Sunil Chandra Nayak

ରାଇରଙ୍ଗପୁର ଟାଉନଥାନା ! ସ୍କୁଟିରୁ ଖସି ମହିଳା ମୃତ

Leave a Comment

error: Content is protected !!