ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ତମ୍ବାଛଡ଼ାଠାରେ ଯୁବ ନେତୃତ୍ୱ ପ୍ରଶିକ୍ଷଣ ଶିବିର

ଟେମରୀ(ମ ନି ସ)୨୫/୦୧:- ତମ୍ବାଛଡ଼ାଠାରେ ଧର୍ମଗଡ଼, ଗୋଲାମୁଣ୍ଡା, ଜୁନାଗଡ଼ ଅଂଚଳର ଯୁବକ ଓ ଯୁବତୀ ମାନଂକୁ ନେଇ ଗୁରୁଦେବ ଶ୍ରୀ ଶ୍ରୀ ରବିଶଙ୍କର ଜୀଙ୍କ ଆର୍ଟସ ଅଫ ଲିଭିଙ୍ଗ ଦ୍ବାରା ପରିଚାଳିତ ବ୍ୟକ୍ତି ବିକାଶ କେନ୍ଦ୍ର ଭାରତ ଜରିଆରେ ଆଦର୍ଶ କଳାହାଣ୍ଡି ଗଢି ତୁଲିବା ପାଇଁ ସାତ ଦିନିଆ ଯୁବ ନେତୃତ୍ୱ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇ ଯାଇଛି । ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ପ୍ରତ୍ୟେକ ବ୍ୟକ୍ତିଙ୍କ ଶାରୀରିକ, ବୌଦ୍ଧିକ, ଆଧ୍ୟାତ୍ମିକ କ୍ଷେତ୍ରରେ ବ୍ୟକ୍ତିତ୍ଵ ବିକାଶ ସହ ଯୁବଗୋଷ୍ଠୀଙ୍କ ଦ୍ବାରା ଆଦର୍ଶ ପଞ୍ଚାୟତ ନିର୍ମାଣ କରିବା । ଏଥିରେ ଆର୍ଟ ଅଫ ଲିଭିଙ୍ଗ ର ଭୋଲାନାଥ ଜେନା ଓ ଲକିମଣୀ ଜେନା ପ୍ରଶିକ୍ଷକ, ଉପେନ୍ଦ୍ର ସେନାପତି ଯୋଗ ଶିକ୍ଷକ ପ୍ରଶିକ୍ଷଣ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମ ଗତ ୧୯ ଜାନୁଆରୀ ଠାରୁ ୨୫ ଜାନୁୟାରୀ ପର୍ଯ୍ୟନ୍ତ ଚାଲୁ ରହିଥିଲା ଏଥିରେ ସୁସ୍ଥ, ସବଳ ରହିବା ,ମନକୁ ଆୟତ୍ତ କରିବା ପାଇଁ ଯୋଗ, ପ୍ରାଣାୟମ ଓ ବ୍ୟକ୍ତିର ବିକାଶ ପାଇଁ ଆଧ୍ୟାତ୍ମିକ ଜ୍ଞାନ ଶିକ୍ଷା ପ୍ରଦାନ, ସମାଜର ଜଣେ ଆଦର୍ଶ ବ୍ୟକ୍ତି ଭାବରେ ଗଢି ତୋଳିବା ପାଇଁ ପ୍ରଶିକ୍ଷଣ ପ୍ରଦାନ କରାଯାଇଛି । ଏଥିରେ ଅତିଥି ଭାବରେ ଛିଲିପା ସରପଞ୍ଚ ବିଭୂଦତ୍ତ ପ୍ରଧାନୀ , ତମ୍ବାଛଡ଼ା ସରପଞ୍ଚ ଆଶୁତୋଷ ପଟଯୋଷୀ, ଗାଡିଆ ଜୋର ସରପଞ୍ଚ ଉଦିତ ନାଏକ, ତମ୍ବାଛଡ଼ା ର ସମୀର ପଟଯୋଷି , ଗୋଲାମୁଣ୍ଡା ର ଏସଏସଜିଏମ ଲିମସେର ପ୍ରଧାନ ଗୁରୁଜୀ ସରୋଜ କୁମାର ଟୋଲଟିଆ , ଜଗଜ୍ଜୀବନ ସା, ଲକ୍ଷ୍ମଣ ସା ,ମଣ୍ଟୁ ଛତ୍ରିଆ, ମୁରଲୀ ମେହେର, ଚନ୍ଦ୍ର ଶେଖର ନାଗ, କୃଷ୍ଣ ମଶ୍ରା ତଥା ଅନ୍ୟାନ୍ୟ ଗୁରୁଜୀ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଧର୍ମଗଡ଼ ଉପଖଣ୍ଡ, ଗୋଲାମୁଣ୍ଡା ବ୍ଲକ, ଜୁନାଗଡ଼ ବ୍ଲକ ଅଞ୍ଚଳର ଏମବିକେ, ସିଆରପି, ଶିକ୍ଷକ, ତଥା ଅନ୍ୟାନ୍ୟ ପଦାଧିକାରୀ ପୁରୁଷ ଓ ମହିଲାମାନେ ତାଲିମ ଗ୍ରହଣ କରିଥିଲେ ।

ଜଗଜ୍ଜୀବନ ସା ଙ୍କ ରିପୋର୍ଟ

Related posts

ଜିଲ୍ଲା ସ୍ତରୀୟ ଲୋକ ମହୋତ୍ସବ” ମଣ୍ଡେଇ- ୨୦୨୪ “ପାଳନ ଉପଲକ୍ଷେ ମହିଳା ମାନଙ୍କ ମଧ୍ୟରେ ମେହେନ୍ଦି ପ୍ରତିଯୋଗିତା 

masiha

ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ୮୦ତମ ସ୍ୱାଧୀନତା ଦିବସ ପାଳିତ

Sunil Chandra Nayak

ଅବସରପ୍ରାପ୍ତ ପୁଲିସ ଅଫିସର୍ସ ଆସୋସିଏସନର ଓଡ଼ିଆ ନବବର୍ଷ ପାଳନ 

Sunil Chandra Nayak

Leave a Comment

error: Content is protected !!