ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଡେରାଡୁନର 45ଜଣ ଅତିରିକ୍ତ ଵନ ସଂରକ୍ଷକ ବିଦ୍ୟାର୍ଥୀ ଭିତରକନିକାରେ ଦିନିକିଆ ତାଲିମ ନେଵା ସହ ଜାତୀୟ ଉଦ୍ୟାନ ଭ୍ରମଣ କରି ଫେରିଲେ

ଡେରାଡୁନର 45ଜଣ ଅତିରିକ୍ତ ଵନ ସଂରକ୍ଷକ ବିଦ୍ୟାର୍ଥୀ ଭିତରକନିକାରେ ଦିନିକିଆ ତାଲିମ ନେଵା ସହ ଜାତୀୟ ଉଦ୍ୟାନ ଭ୍ରମଣ କରି ଫେରିଲେ

ରାଜନଗର-9.12.024 କେନ୍ଦ୍ରାପଡା ଜିଲ୍ଲା ରାଜନଗର ବନ ଖଣ୍ଡ ଅଧିନସ୍ଥ ଜାତୀୟ ଉଦ୍ୟାନ ଭିତର କନିକାରେ ଆଜି ଡେରାଡୁନର 45ଜଣ ଅତିରିକ୍ତ ଵନ ସଂରକ୍ଷକ ବିଦ୍ୟାର୍ଥୀମାନେ ଦିନିକିଆ ପ୍ରଶିକ୍ଷଣରେ ଯୋଗଦେଵା ସହ ଵୋଟରେ ଵୁଲି ଜାତୀୟ ଉଦ୍ୟାନ ସୌନ୍ଦର୍ଯ୍ୟର ମଜା ନେଇ ଫେରିଯାଇଛନ୍ତି।ଡେରାଡୁନ ସ୍ଥିତ CASFOS ପ୍ରଶିକ୍ଷଣ ସେଣ୍ଟର୍ ରୁ ୪୫ ଜଣ ଅତିରିକ୍ତ ବନ ସଂରକ୍ଷକ ବିଦ୍ୟାର୍ଥୀ ମାନେ ଭିତରକନିକା ଜାତୀୟ ଉଦ୍ୟାନ କୁ ଦିନିକିଆ ଗସ୍ତରେ ପ୍ରଶିକ୍ଷଣ ପାଇଁ ଆସିଥିଲେ। ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ବନ ସଂରକ୍ଷକ ଶ୍ରୀ ଗଗନ ବିହାରୀ ମଲ୍ଲିକ, ଗବେଷକ ଶ୍ରୀ ପ୍ରସନ୍ନ କୁମାର ନାୟକ, ନିରାକାର ବେହେରା ବିଦ୍ୟାର୍ଥୀ ମାନଙ୍କୁ ପ୍ରଶିକ୍ଷଣ ଦେଇଥିଲେ। ବିଦ୍ୟାଥୀ ମାନେ ଭିତର କନିକା ବିଷୟରେ ଅଧିକ ଜ୍ଞାନ ଆହୋରଣ କରିଥିଲେ ଓ ବିଦ୍ୟାର୍ଥୀ ମାନେ ଭିତରକନିକା ବୁଲିବା ସହିତ ବୋଟ ଯୋଗେ ଗୁପ୍ତି ଜେଠୀ ପର୍ଯ୍ୟନ୍ତ ନଦୀ ରେ ଯାଇଥିଲେ ଓ ଭିତର କନିକା ର ପ୍ରାକୁତିକ ଅପୃର୍ବ ଶୋଭା ରାଜି କୁ ଉପଭୋଗ କରିଥିଲେ ।

କେନ୍ଦ୍ରାପଡ଼ା ରୁ ଜିଲ୍ଲା ପ୍ରତିନିଧି ସମୀର କୁମାର ପ୍ରଧାନ ଙ୍କ ରିପୋର୍ଟ ମସିହା ନିୟୁଜ!

Related posts

ଜିଲ୍ଲାସ୍ତରୀୟ ଡେଙ୍ଗୁ ପ୍ରତିରୋଧ ଓ ନିୟନ୍ତ୍ରଣ ସମ୍ପର୍କିତ  ଜନ ସଚେତନତା ରଥର ଶୁଭାରମ୍ଭ

masiha

ଅନ୍ତର୍ଜାତୀୟ ନିଶାସେବନ ଓ ଅବୈଧ ନିଶାକାରବାର ନିରୋଧ ଦିବସ ପାଳିତ 

masiha

ଜାତୀୟ ସ୍ତରୀୟ ଆଲୋଚନା ଚକ୍ର ଏବଂ ନାଗରିକ ସମ୍ମାନ ସମାରୋହ

masiha

Leave a Comment

error: Content is protected !!