ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଡାକ୍ତରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ 

ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଡାକ୍ତରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ 

ହିଞ୍ଜିଳିକାଟୁ ୨/୭ ଓଡ଼ିଶା ମେଡିକାଲ ସର୍ଭିସେସ ଆସୋସିଏସନ(ଓମସା )ର ଆହ୍ଵାନକ୍ରମେ ୧୦ ଦଫା ଦାବି ପୂରଣ ପାଇଁ ରାଜ୍ୟବ୍ୟାପୀ ଆନ୍ଦୋଳନରେ ସାମିଲ ହୋଇଛନ୍ତି ସରକାରୀ ଡାକ୍ତରମାନେ। ଏହାର ପ୍ରଭାବ ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ଉପଖଣ୍ଡ ଡାକ୍ତରଖାନା ସମେତ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ବେଲଗାଁ ରେ ଏହାର ପ୍ରଭାବ ପଡ଼ିଛି। ଡାକ୍ତର ମାନଙ୍କ କାର୍ଯ୍ୟବିରତି ଯୋଗୁଁ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ରୋଗୀ ସେବା ବାଧାପ୍ରାପ୍ତ ହୋଇଥିବା ବେଳେ ବିଶେଷକରି ଗର୍ଭବତୀ ମହିଳା, ଶିଶୁ ଓ ବରିଷ୍ଠ ନାଗରିକ ମାନଙ୍କୁ ମାନବିକତା ଦୃଷ୍ଟିରୁ ଜରୁରୀକାଳୀନ ଚିକିତ୍ସା ଯୋଗାଇ ଦିଆଯାଉ ଥିବା ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟର ଅଧିକ୍ଷକ ଶ୍ରୀକାନ୍ତ ସାହୁ ମତ ପ୍ରକାଶ କରିଛନ୍ତି । ଯେଉଁ ସ୍ବାସ୍ଥ୍ୟ କେନ୍ଦ୍ରରେ ଆୟୁଷ ଡାକ୍ତର ନିଯୁକ୍ତ ଅଛନ୍ତି, ସେଠାରେ ସେମାନେ ହିଁ ବର୍ତ୍ତମାନ ରୋଗୀଙ୍କ ପାଇଁ ଭରସା ପାଲଟିଛନ୍ତି। ଗତ କାଲି ୦୧/୦୭/୨୬ ଠାରୁ ଆରମ୍ଭ ହୋଇଥିବା ଏହି ଆନ୍ଦୋଳନକୁ ଜନସାଧାରଣ ସହଯୋଗ କରିବାକୁ କହିଛନ୍ତି। ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟର ଅଧିକ୍ଷକ ଶ୍ରୀ ସାହୁ,ଡାକ୍ତର ଦୂର୍ଗା ପ୍ରସାଦ ପଣ୍ଡା,ତପନ କୁମାର ମଲ, ସନ୍ତୋଷ କୁମାର ଷଡ଼ଙ୍ଗୀ ପ୍ରମୁଖ କାର୍ଯ୍ୟରତ ଡାକ୍ତର ଆନ୍ଦୋଳନକୁ ସମର୍ଥନ କରିଛନ୍ତି ।

Related posts

ଵହଳଦା ଥାନା ! ତେନ୍ତଳା ଗ୍ରାମରେ ସାପ କାମୁଡ଼ାରେ କିଶୋରୀ ମୃତ 

masiha

ଶୀର୍ଷକ – ନଳବଂଶ କାଳୀନ ଐତିହ୍ୟର ସଂରକ୍ଷଣ ଦାବୀରେ ଓଡ଼ିଶା ପ୍ରତ୍ନତତ୍ତ୍ୱ ବିଭାଗକୁ ଦାବୀପତ୍ର 

Sunil Chandra Nayak

ନର୍ଲା ବ୍ଲକସ୍ତରୀୟ ଶିଶୁ ମହୋତ୍ସବ ସୁରଭି-୨୦୨୫ ଆୟୋଜିତ

Sunil Chandra Nayak

Leave a Comment

error: Content is protected !!