ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଧାନସଭା ଷ୍ଟାଣ୍ଡିଙ୍ଗ କମିଟି ବୈଠକ ଅନୁଷ୍ଠିତ ବୈଠକରେ ଦୁର୍ଗମ ଅଞ୍ଚଳକୁ ଆମବସ ଚଳାଚଳ ପାଇଁ ଦାବି ରଖିଲେ ବିଧାୟକ ଶ୍ରୀ ତନ୍ତୀ

ବିଧାନସଭା ଷ୍ଟାଣ୍ଡିଙ୍ଗ କମିଟି ବୈଠକ ଅନୁଷ୍ଠିତ

ବୈଠକରେ ଦୁର୍ଗମ ଅଞ୍ଚଳକୁ ଆମବସ ଚଳାଚଳ ପାଇଁ ଦାବି ରଖିଲେ ବିଧାୟକ ଶ୍ରୀ ତନ୍ତୀ

ରାଉରକେଲା : ଓଡ଼ିଶା ବିଧାନସଭା ଷ୍ଟାଣ୍ଡିଙ୍ଗ କମିଟି ନମ୍ବର ୭ ର ଚଳିତ ବର୍ଷର ପ୍ରଥମ ବୈଠକ ଆଜି ଭୁବନେଶ୍ୱର ସ୍ଥିତ ରାଜ୍ୟ ସଚିବାଳୟରେ ଅନୁଷ୍ଠିତ ହୋଇଯାଇଛି । କମିଟିର ଅଧକ୍ଷ ସୁଧୀର ରଞ୍ଜନ ପାଟ୍ଟଯୋଶୀଙ୍କ ଅଧକ୍ଷତାର ଆୟୋଜିତ ଏହି ବୈଠକରେ ବାଣିଜ୍ୟ ଓ ପରିବହନ ଆଦି ଦୁଇଟି ବିଭାଗ ଉପରେ ଚର୍ଚ୍ଚା ଆଲୋଚନା ହୋଇଥିଲା । ଏହି ବୈଠକରେ ଅନ୍ୟତମ ସଦସ୍ୟ ତଥା ରଘୁନାଥପଲ୍ଲୀ ବିଧାୟକ ଦୁର୍ଗା ଚରଣ ତନ୍ତୀ ଯୋଗଦେଇ ନିଜ ନିର୍ବାଚନ ମଣ୍ଡଳୀ ଅଞ୍ଚଳରେ ଥିବା ରାମଜୋଡୀ, ମୁଣ୍ଡାଜୋର ସମେତ ଅନେକ ଦ୍ୱର୍ଗମ ଅଞ୍ଚଳକୁ ଆମ ବସ ସେବା ଆରମ୍ଭ କରିବା ସହିତ ଦଣ୍ଡିଆପାଲ୍ଲୀ ଏବଂ ଗର୍ଜନ ଦେଇ ତୁମରନ ପର୍ଯ୍ୟନ୍ତ ଆମ ବସ ସେବା ପ୍ରାରମ୍ଭ କରିବା ପାଇଁ କମିଟି ସମ୍ମୁଖରେ ଲିଖିତ ଭାବେ ନିଜ କଥା ରଖିଥିବା ବେଳେ ରାଜ୍ୟର ରାଜସ୍ୱ ଆଦାୟରେ ଏହି ବିଭାଗର ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିବା ଯୋଗୁଁ ଦୀର୍ଘଦିନ ଧରି ବିଭିନ୍ନ ଗାଡି ମାଲିକ ମାନଙ୍କ ପାଖରେ ବକେୟା ଥିବା ରାଶି ଆଦାୟ ପାଇଁ ସ୍ୱତନ୍ତ୍ର ଅଭିଯାନ କରିବା ପାଇଁ ବିଧାୟକ ଶ୍ରୀ ତନ୍ତୀ କମିଟି ସମ୍ମୁଖରେ ନିଜ ପରାମର୍ଶ ରଖିଛନ୍ତି । ଏତଦ ବ୍ୟତୀତ ପରିବହନ ନିୟମକୁ ଅମାନ୍ୟ କରି ରାସ୍ତାରେ ଚାଲୁଥିବା ବିଭିନ୍ ପ୍ରକାରର ବଡ ବଡ ଗାଡି( ଯାତ୍ରୀବାହୀ ଏବଂ ମାଲ ପରିବହନ ଗାଡି) ଗୁଡିକ ଉପରେ କଠୋର ଦଣ୍ଡ ବିଧାନ କରି ଜରିମାନା ଆଦାୟ କରିବା ଆବଶ୍ୟକତା ଉପରେ ଗୁରୁତ୍ୱ ଦେବା ସହିତ ଏପରି କଲେ ସବୁ ଅମାନିଆ ଗାଡି ଚାଳକଙ୍କ ମନରେ ଭୟ ସଂଚାର ହେବ, ଯାହା ଦ୍ବାରା ରାସ୍ତାରେ ବୃଦ୍ଧି ପାଉଥିବା ଦୁର୍ଘଟଣା ହାର ମଧ୍ୟ କମିବ । ସେହିପରି ବାଣିଜ୍ୟ ବିଭାଗକୁ ନେଇ ଏହି ବୈଠକରେ ହୋଇଥିବା ଚର୍ଚ୍ଚାରେ ଭାଗ ନେଇ ରଘୁନାଥପଲ୍ଲୀ ବିଧାୟକ ଶ୍ରୀ ତନ୍ତୀ ରାଜ୍ୟର ରାଜସ୍ୱ ବୃଦ୍ଧିରେ ଏହି ବିଭାଗ ମେରୁଦଣ୍ଡ ସଦୃଶ ଥିବାରୁ ବିଭାଗରେ ଅଧିକରୁ ଅଧିକ ନୂତନ ବ୍ୟବସାୟୀ ନିଜ ନିଜର ପ୍ରତିଷ୍ଠାନକୁ କିପରି ପଞ୍ଜିକୃତ କରିବେ ସେନେଇ ବିଭାଗୀୟ ଅଧିକାରୀ ମାନଙ୍କ ଦ୍ୱାରା ନିଜ ନିଜ ଅଞ୍ଚଳରେ ସ୍ୱତନ୍ତ୍ର ଅଭିଯାନ କରିବା ସହିତ ବକେୟା ରାଶି ଆଦାୟକୁ ନେଇ ରାଜ୍ୟର ବିଭିନ୍ନ କୋର୍ଟରେ ଦୀର୍ଘଦିନ ଧରି ପଡିରହିଥିବା କେସ ଗୁଡିଜର ତର୍ଜମା କରି ୱ।ନ ଟାଇମ ସେଟେଲମେଣ୍ଟ ମାଧ୍ୟମରେ ସମାଧାନ କରି ତୁରନ୍ତ ବକେୟା ପଡିଥିବା ରାଜସ୍ୱ ଆଦାୟ ନିମିତ୍ତ ବିଧାୟକ ଶ୍ରୀ ତନ୍ତୀ ପରାମର୍ଶ ଦେଇଥିଲେ ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଜିଲ୍ଲା ସ୍ତରୀୟ ଓଡିଶା ରାଜ୍ୟ ବିପର୍ଯୟ ପ୍ରସ୍ତୁତି ଦିବସ ପାଳିତ

masiha

ଦ୍ଵିତୀୟ ଦିନରେ ଜିଲ୍ଲାସ୍ତରୀୟ ସଂସାଧନ ସଭ୍ୟଙ୍କ ପ୍ରଶିକ୍ଷଣ ଶିବିର

masiha

ବିଦ୍ଯୁତ ଟ୍ରାନ୍ସଫର୍ମର ତାର ସଂପର୍ଶ ରେ ଆସି ଲକ୍ଷ୍ମଣ ଗଉଡଙ୍କ ମୃତ୍ୟୁ କୁ ନେଇ ମାନବାଧିକାର କମିଶନଙ୍କ ନୋଟିସ ଜାରି

Sunil Chandra Nayak

Leave a Comment

error: Content is protected !!