ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଜେପି ପକ୍ଷରୁ ବୁଦ୍ଧିଜୀବୀ ଓ ବୃତ୍ତିଧାରୀ ସମ୍ମିଳନୀ 

ବିଜେପି ପକ୍ଷରୁ ବୁଦ୍ଧିଜୀବୀ ଓ ବୃତ୍ତିଧାରୀ ସମ୍ମିଳନୀ 

ଭଞ୍ଜନଗର,୨୨/୬ କେନ୍ଦ୍ର ସରକାରଙ୍କ ୧୨ ବର୍ଷ ଏବଂ ରାଜ୍ୟ ସରକାରଙ୍କ ୨ ବର୍ଷ ପୂର୍ତ୍ତି ଅବସରରେ ଭାରତୀୟ ଜନତା ପାର୍ଟି ଭଞ୍ଜନଗର ସାଙ୍ଗଠନିକ ଜିଲ୍ଲା ପକ୍ଷରୁ ସୋମବାର ନିୟନ୍ତ୍ରିତ ବଜାର କମିଟି ସଭାଗୃହରେ ବୁଦ୍ଧିଜୀବୀ ଓ ବୃତ୍ତିଧାରୀ ସମ୍ମିଳନୀ ଅନୁଷ୍ଠିତ ହୋଇଛି। ଏଥିରେ କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ଅତିଥି ଭାବେ ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ,ଜିଲ୍ଲା ବିଜେପି ସଭାପତି ନୀଳମାଧବ ପାତ୍ର,ସମ୍ପାଦକ ସନ୍ତୋଷ ପାଳ,ପ୍ରାକ୍ତନ ଅଧ୍ୟକ୍ଷ କୃତ୍ତିବାସ ବିଶ୍ବାଳ,ଡ.ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀ,ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘର ସଭାପତି ବିଭୂତି ଭୂଷଣ ଜେନା ପ୍ରମୁଖ ମଞ୍ଚାସୀନ ରହିଥିଲେ। ଏଥିରେ ବିଭିନ୍ନ ବର୍ଗର ବରିଷ୍ଠ ନାଗରିକ,ବୁଦ୍ଧିଜୀବୀ,ଶିକ୍ଷାବିତ ଅଂଶ ଗ୍ରହଣ କରିଥିଲେ। ଏଥିରେ ବିଧାୟକ ଶ୍ରୀ ନାୟକ ଦେଶରେ ବିଜେପି ସରକାର ଆସିବା ପରେ ହୋଇଥିବା ବିକାଶ ମୂଳକ କାର୍ଯ୍ୟ ସଂର୍ପକରେ ଆଲୋକପାତ କରିବା ସହ ଭାରତ ବିଶ୍ବଗୁରୁ ହେବାକୁ ଯାଉଥିବା କହିଥିଲେ। ଅଞ୍ଚଳରେ ଶିକ୍ଷାର ଉନ୍ନତି ସାଙ୍ଗକୁ ପାନୀୟ ଜଳ ପାଇଁ ଟ୍ବୱେଲ ଖନନ,ଚେକ ଡ୍ୟାମ ନିର୍ମାଣ,କଲେଜରେ ସ୍ଥାୟୀ ଅଧ୍ୟକ୍ଷ ନିଯୁକ୍ତି,୨ ଟି ନୂତନ ହାଇସ୍କଲ ଗଠନ,ସହ ଯୁକ୍ତଦୁଇ କଲେଜରେ ବିଜ୍ଞାନ ଶିକ୍ଷାଦାନ ଆରମ୍ଭ ନେଇ ପଦକ୍ଷେପ ନିଆଯାଇଥିବା କହିଥିଲେ। ଏଥିସହ ସାଂସଦ ଶ୍ରୀ ପାଣିଗ୍ରାହୀ ଦେଶର ସାମଗ୍ରିକ ବିକାଶ ପାଇଁ ତୃଣମୂଳ ସ୍ତରରେ ବିଜେପି ସରକାର ତାର ଯୋଜନା ପହଞ୍ଚାଇବା ପାଇଁ କାର୍ଯ୍ୟ କରୁଛି। ତେଣୁ ସମାଜରେ ସବୁଠୁ ତଳ ସ୍ତରରେ ରହୁଥିବା ଲୋକ ସରକାରୀ ଯୋଜନାର ଉପକୃତ ହେଲେ ବିକାଶ ଦିଗରେ ଦେଶ ଯାଉଛି ବୋଲି ଜାଣିବା ତେଣୁ ଲୋକଙ୍କ ବିଶ୍ବାସକୁ ସାଙ୍ଗରେ ନେଇ ବିକାଶ କରୁଥିବା ଦଳ କିଭଳି ଆହୁରି ଭଲ କାର୍ଯ୍ୟ କରିବା ପାଇଁ ନୀତିଗତ ନିଷ୍ପତି ନେବ ସେଥିପାଇଁ ବୁଦ୍ଧିଜୀବୀଙ୍କ ମତାମତ ନେବାକୁ ଏଭଳି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବା କହିବା ସହ ଜନଭାଗୀଦାରୀରେ ସମସ୍ତଙ୍କୁ ସାମିଲ ହେବାକୁ ସେ ଆହ୍ବାନ ଦେଇଥିଲେ।

Related posts

ସୁରଙ୍ଗନା କଳା ନିକେତନର ପ୍ରତିଭାର ବର୍ଷା,ଶ୍ରାବଣ ସୃଜନୀ, ପ୍ରତିଭା ଅନୁପମ ସମ୍ମାନ ଓ ବର୍ଣ୍ଣାଢ଼୍ୟ ତୃତୀୟ ବାର୍ଷିକ ସାଂସ୍କୃତିକ ମହୋତ୍ସବ -୨୦୨୬ ଉଦ୍ ଘାଟିତ 

Sunil Chandra Nayak

ଥୁଆମୁଳ ରାମପୁର ବ୍ଳକ ସ୍ଥିତ ସମାଗୁଡାରେ ମାଘ ଟୋକି ପର୍ବ ପାଳିତ

Sunil Chandra Nayak

ଅଲ୍ ଓଡ଼ିଶା ସିଡ୍ୟୁଲଡ଼୍ କାଷ୍ଟ ଫେଡେରେସନ (ଏଓଏସସିଏଫ୍ ) ଦ୍ୱାରା ସମ୍ବିଧାନ ଦିବସ ପାଳିତ 

masiha

Leave a Comment

error: Content is protected !!