ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା ଅଧୀନରେ ବ୍ରହ୍ମପୁର ମହାନଗର ନିଗମରେ ନୂତନ ଖାଉଟି କାର୍ଡ ବଣ୍ଟନର ଶୁଭାରମ୍ଭ 

ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା ଅଧୀନରେ ବ୍ରହ୍ମପୁର ମହାନଗର ନିଗମରେ ନୂତନ ଖାଉଟି କାର୍ଡ ବଣ୍ଟନର ଶୁଭାରମ୍ଭ 

ହିତାଧିକାରୀଙ୍କୁ ମିଳିବ ଅତିରିକ୍ତ ୫ କି.ଗ୍ରା. ଚାଉଳ

ବ୍ରହ୍ମପୁର,ତା.୨୩/୦୬ ଆଜିଠାରୁ ବ୍ରହ୍ମପୁର ମହାନଗର ନିଗମରେ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା ଅଧୀନରେ ନୂତନ ଖାଉଟି କାର୍ଡ ବିତରଣର ଶୁଭାରମ୍ଭ କରାଯାଇଛି । ଖାଦ୍ୟ ନିରାପତ୍ତାକୁ ସୁଦୃଢ଼ କରିବା ତଥା ଯୋଗ୍ୟ ହିତାଧିକାରୀମାନଙ୍କୁ ଅତିରିକ୍ତ ସହାୟତା ଯୋଗାଇଦେବା ଲକ୍ଷ୍ୟରେ ଆରମ୍ଭ କରାଯାଇଥିବା ଉକ୍ତ ଯୋଜନା ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝିଙ୍କ ଦ୍ୱାରା ଜୁନ୍ ମାସ ୧୨ ତାରିଖରୁ ସାରା ଓଡିଶାରେ ଆରମ୍ଭ କରାଯାଇଥିଲା l ବ୍ରହ୍ମପୁର ୱାର୍ଡ ନଂ.୧୯ ଅନ୍ତର୍ଗତ ବୈଦ୍ୟନାଥପୁର ବଜାର ସ୍ଥିତ ଶ୍ରୀ ଅଭିମନ୍ୟୁ ନାୟକଙ୍କ ଦ୍ୱାରା ପରିଚାଳିତ ସୁଲଭ ଖାଉଟି କେନ୍ଦ୍ରରେ ବ୍ରହ୍ମପୁରର ମାନ୍ୟବର ବିଧାୟକ ଶ୍ରୀ କେ. ଅନିଲ୍ କୁମାର ନୂତନ ଖାଉଟି କାର୍ଡ ବିତରଣର ଶୁଭାରମ୍ଭ କରିଥିଲେ l ଉକ୍ତ କାର୍ଯ୍ୟକ୍ରମରେ ମହାନଗର ନିଗମ ମେୟର ଶ୍ରୀମତୀ ସଙ୍ଘମିତ୍ରା ଦଳାଇ, କମିଶନର ସୁଶ୍ରୀ ଏ.ସସ୍ୟା ରେଡ୍ଡି (ଆଇଏଏସ୍), ଡେପୁଟି କମିଶନର ଶ୍ରୀ ଆଶୀର୍ବାଦ ପରିଡ଼ା ଏବଂ ୱାର୍ଡ ନଂ. ୧୯ ର କର୍ପୋରେଟର ଶ୍ରୀମତୀ କାଦମ୍ବରୀ ଦାସ ପ୍ରମୁଖ ଯୋଗଦେଇଥିଲେ l ଏହି ଯୋଜନା ଦ୍ୱାରା ଜାତୀୟ ଖାଦ୍ୟ ସୁରକ୍ଷା ଆଇନ୍ ଏବଂ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ଅନ୍ତର୍ଗତ ସମସ୍ତ ହିତାଧିକାରୀ ପରିବାରର ସଦସ୍ୟ ସେମାନଙ୍କର ପ୍ରାପ୍ୟ ସହିତ ଅତିରିକ୍ତ ୫ କି.ଗ୍ରା ଚାଉଳ ପାଇବେ ଏବଂ ଏହାଦ୍ଵାରା ସାରା ରାଜ୍ୟର ଯୋଗ୍ୟ ହିତାଧିକାରୀ ପରିବାର ନିମନ୍ତେ ଖାଦ୍ୟ ସୁରକ୍ଷା ଆହୁରି ବଳିଷ୍ଠ ହୋଇପାରିବ ବୋଲି ଉପସ୍ଥିତ ପଦାଧିକାରୀ ବକ୍ତବ୍ୟ ରଖିଥିଲେ l ସଂପ୍ରତି ବ୍ରହ୍ମପୁର ମହାନଗର ନିଗମ ଅଧୀନରେ ୭୭ଟି ସୁଲଭ ମୂଲ୍ୟ ଦୋକାନ ମାଧ୍ୟମରେ ୪୬,୯୮୦ ଖାଉଟି କାର୍ଡଧାରୀ ଉପକୃତ ହେଉଛନ୍ତି l ଉକ୍ତ କାର୍ଯ୍ୟକ୍ରମ ପରିଚାଳନାରେ ଅତିରିକ୍ତ ଯୋଗାଣ ଅଧିକାରୀ ଶ୍ରୀ ଶୁଭରାଜ ସାମନ୍ତରା ସମନ୍ବୟ ରକ୍ଷା କରିଥିଲେ l ଅନ୍ୟମାନଙ୍କ ମଧ୍ୟରେ ସହକାରୀ ଯୋଗାଣ ଅଧିକାରୀ ଶ୍ରୀ ସଞ୍ଜୟ ମଲ୍ଲିକ, ମାର୍କେଟିଂ ଇନ୍ସପେକ୍ଟର ଶ୍ରୀମତୀ ପୁଷ୍ପାଞ୍ଜଳି ମେହେର, ମହାନଗର ନିଗମର ଅଧିକାରୀଗଣ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ କର୍ମଚାରୀ ଏବଂ ସ୍ଥାନୀୟ ସାଧାରଣ ବଣ୍ଟନ ଯୋଜନାର ଡିଲରମାନେ ଉପସ୍ଥିତ ଥିଲେ l ଏହି ଅବସରରେ ମାନ୍ୟବର ବିଧାୟକ ଖାଦ୍ୟ ସୁରକ୍ଷାକୁ ସୁନିଶ୍ଚିତ କରିବା ତଥା ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନାର ସଫଳ ରୂପାୟନ ଜରିଆରେ ଲୋକ କଲ୍ୟାଣ ଦିଗରେ ରାଜ୍ୟ ସରକାରଙ୍କ ପ୍ରତିବଦ୍ଧତା ଦୋହରାଇଥିଲେ l ଯୋଗ୍ୟ ହିତାଧିକାରୀମାନଙ୍କୁ ଖାଉଟି କାର୍ଡ ସହ ଖାଦ୍ୟଶସ୍ୟର ସୁଚ଼ାରୁରୂପେ ବଣ୍ଟନକୁ ସୁନିଶ୍ଚିତ କରିବାରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ପ୍ରଶାସନ ଏବଂ ସୁଲଭ ମୂଲ୍ୟ ଦୋକାନର ଡିଲରମାନଙ୍କ ମିଳିତ ପ୍ରଚେଷ୍ଟାକୁ ମେୟର ଏବଂ କମିଶନର ଉଚ୍ଚପ୍ରଶଂସା କରିଥିଲେ l ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଅନୁମୋଦିତ କାର୍ଯ୍ୟସୂଚୀ ଅନୁଯାୟୀ ବ୍ରହ୍ମପୁର ମହାନଗର ନିଗମର ବିଭିନ୍ନ ୱାର୍ଡରେ ଏହି ଖାଉଟି କାର୍ଡ ବିତରଣ କାର୍ଯ୍ୟକ୍ରମ ଜୁନ୍ ୨୩ ରୁ ଜୁନ୍ ୨୫ ତାରିଖ ପର୍ଯ୍ୟନ୍ତ ୩ ଦିନ ଧରି ଚାଲିବ l

Related posts

ବାଲିଗୁଡ଼ା ବନଖଣ୍ଡ ପକ୍ଷରୁ ୭୪ତମ ବନ ମହୋତ୍ସବ ପାଳିତ

ପ୍ରକାଶ ପାଇଲା ପ୍ରବନ୍ଧ ପ୍ରତିଯୋଗିତାର ଫଳାଫଳ, ପ୍ରଥମ ସ୍ଥାନରେ ବାଲେଶ୍ଵର

Sunil Chandra Nayak

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ  ମଧୁସୂଦନ ଥିଲେ ଓଡ଼ିଶାର ପ୍ରଥମ ସ୍ୱପ୍ନଦ୍ରଷ୍ଟା

masiha

Leave a Comment

error: Content is protected !!