ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦୀର୍ଘସ୍ଥାୟୀ ଭିତ୍ତିଭୂମି ସହିତ ଗ୍ରାମୀଣ ସମୁଦାୟ କୁ ସଶକ୍ତ କରିବା ଉପରେ ତାଲିମ 

ଦୀର୍ଘସ୍ଥାୟୀ ଭିତ୍ତିଭୂମି ସହିତ ଗ୍ରାମୀଣ ସମୁଦାୟ କୁ ସଶକ୍ତ କରିବା ଉପରେ ତାଲିମ 

ଡାବୁଗାଁ, ୨୮/୧୧ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଳକ ସମ୍ମିଳନୀ କକ୍ଷ ଠାରେ ଦୀର୍ଘସ୍ଥାୟୀ ଭିତ୍ତିଭୂମି ସହିତ ଗ୍ରାମୀଣ ସମୁଦାୟ କୁ ସଶକ୍ତ କରିବା ରେ ଗ୍ରାମ ପଞ୍ଚାୟତ ର ଭୂମିକା ଉପରେ ଏକ ତାଲିମ ଶିବିର ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି | ଏଥିରେ ପ୍ରଶିକ୍ଷକ ଭାବେ ବିଡିଓ ଶରତ ମାଝି, ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରୀ ବର୍ଣ୍ଣବାସ ନାୟକ, ଗ୍ରାମ ପଞ୍ଚାୟତ ଉନ୍ନୟନ ଅଧିକାରୀ ପଦ୍ମନାଭ ଭାଲ୍ଲା, ଜଳ ଓ ପରିମଳ ବିଭାଗ କନିଷ୍ଟ ଯନ୍ତ୍ରୀ ରୋହିତ କିଶାନ ଓ ପଞ୍ଚାୟତ ନିର୍ବାହୀ ଅଧିକାରୀ ଏ.ଡି ପ୍ରସାଦ ପ୍ରମୁଖ ଯୋଗ ଦେଇ ତାଲିମ ଦେଇଥିଲେ | ଏଥିରେ ଗ୍ରାମ ପଞ୍ଚାୟତ କାର୍ଯ୍ୟ|ଳୟର ଭିତ୍ତିଭୂମି, ଗ୍ରାମ ପଞ୍ଚାୟତ ସ୍ତରରେ ଭିତ୍ତିଭୂମି କାର୍ଯ୍ୟ ଗୁଡିକ ନିମନ୍ତେ ଦୀର୍ଘ ସ୍ଥାୟୀ ଯୋଜନା କିପରି ପ୍ରସ୍ତୁତ କରାଯିବ, ଗ୍ରାମ୍ୟ ସମୁଦାୟର ସହଭାଗିତାରେ ଯୋଜନା ପ୍ରସ୍ତୁତ କରିବା, ପଞ୍ଚାୟତ କାର୍ଯ୍ୟ|ଳୟ, ବିଦ୍ୟାଳୟ, ଅଙ୍ଗନୱାଡି କେନ୍ଦ୍ର ଗୃହ, ପରିମଳ ବ୍ୟବସ୍ଥା, ପାନୀୟଜଳ ବ୍ୟବସ୍ଥା ଇତ୍ୟାଦିର ଉଦାହରଣ ସହ ତାଲିମ ଦିଆଯାଇଥିଲା | ଏଥିରେ ସରପଞ୍ଚ ୬ ଜଣ, ୱାର୍ଡ ସଭ୍ୟ – ୫ ଜଣ, ପଞ୍ଚାୟତ ନିର୍ବାହୀ ଅଧିକାରୀ ୪ ଜଣ, ଏଡିଇଓ- ୪ ଜଣ, ଗ୍ରାମରୋଜଗାର ସେବକ ୨ ଜଣ, ଅଙ୍ଗନୱାଡି କର୍ମୀ ୨୫ ଜଣ, ଏମବିକେ ୬ ଜଣ ଓ ସିଆରପି ୨୪ ଜଣ ମୋଟ ୭୬ ଜଣ ତାଲିମ ନେଇଥିଲେ | ଏହି କାର୍ଯ୍ୟକ୍ରମକୁ ପେସା ସଂଯୋଜକ ଶୁଭଶ୍ରୀ ମହାଙ୍କୁଡ ପରିଚାଳନା କରିଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡା ଙ୍କ ରିପୋର୍ଟ

Related posts

ଉତ୍କଳ ସାଂସ୍କୃତିକ ପରିଷଦର ୩୩ତମ ବୋଇତ ବନ୍ଦାଣ ଉତ୍ସବ ପାଇଁ ସାମ୍ବାଦିକ ସମ୍ମିଳନୀ 

masiha

ଗୋଇପଟା ଠାରେ ସିଆରପିଏଫର ଜନସମ୍ପର୍କ କାର୍ଯ୍ୟକ୍ରମ

Sunil Chandra Nayak

ଆଦିବାସୀ ଗ୍ରାମ ବିକାଶ କମିଟି ପକ୍ଷରୁ ଡ଼. ବି.ଆର୍. ଆମ୍ବେଦକରଙ୍କ ୧୩୫ତମ ଜୟନ୍ତୀ ଉତ୍ସବ ଗଭୀର ଭାବେ ପାଳିତ

Sunil Chandra Nayak

Leave a Comment

error: Content is protected !!