ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କୋକସରା ସିଏଚସି ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କଲେ କାୟାକଲ୍ପ ଟିମ

କୋକସରା ସିଏଚସି ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କଲେ କାୟାକଲ୍ପ ଟିମ

କୋକସରା, // କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ପରିଦର୍ଶନ କରି ଭିତ୍ତିଭୂମି ଓ ସ୍ଥିତି ଅନୁଧ୍ୟାନ କରି ଫେରିଛନ୍ତି କାୟାକଲ୍ପ ଟିମର ସଦସ୍ୟ ଓ ପ୍ରତିନିଧି ଦଳ। ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଓ କଳାହାଣ୍ଡି ଜିଲ୍ଲାର ମିଳିତ ସ୍ୱାସ୍ଥ୍ୟ ଅଧିକାରୀଙ୍କ ଏକ ଟିମରେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଡ଼. ସତ୍ୟ ନାରାୟଣ ସାମଲ, ସୁନିତା ଜେନା, ତୃପ୍ତି ମିଶ୍ର ସମେତ ଜିଲ୍ଲା ସ୍ଵାସ୍ଥ୍ୟ ବିଭାଗରୁ ରିତା ନାଏକ, ଅନନ୍ତ ପଣ୍ଡା, ମଳୟ ମୁଣ୍ଡ କୋକସରା ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କରି ଡାକ୍ତରଖାନାର ଭିତ୍ତିଭୂମି ସ୍ୱଚ୍ଛତା ପରିବେଶ, ବର୍ଜ୍ୟବସ୍ତୁ ପରିଚାଳନା, ବିଭିନ୍ନ ଅନୁଦାନର କାଗଜପତ୍ର ଯାଞ୍ଚ ସହ ସ୍ୱାସ୍ଥ୍ୟ କେନ୍ଦ୍ରର ଇନଡୋର ଆଉଟ ଡୋର, ପ୍ରସୂତି କକ୍ଷ ସହ ସମସ୍ତ ବିଭାଗ ବୁଲିବା ସହ ତଦାରଖ କରି ସ୍ୱାସ୍ଥ୍ୟକେନ୍ଦ୍ରର ବିଭିନ୍ନ ଆନୁସଙ୍ଗିକ ବ୍ୟବସ୍ଥା ଉପରେ ଗୋଷ୍ଠି ଭାରପ୍ରାପ୍ତ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଡ଼. ଅଭିଷେକ ବେହେରାଙ୍କ ସହ ଆଲୋଚନା କରିଥିବା ଜଣାପଡିଛି। ଏହି ସମୟରେ କୋକସରା ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ଭାରପ୍ରାପ୍ତ ଡ଼. ଅଭିଷେକ ବେହେରା, ଡ଼. ପ୍ରଭାତ ତ୍ରିପାଠୀ, ଡ଼. ଅନୀଲ ମେହେର, ଡ଼. ଦେବେନ୍ଦ୍ର ମାଝୀ, ଜନସ୍ୱାସ୍ଥ ସମ୍ପ୍ରସାରଣ ଅଧିକାରୀ ଶର୍ମିଳା ଛାତ୍ରୀଆ, ବିପିଏମ ସୁରଜିତ ସିଂ, ଫାର୍ମାସିଷ୍ଟ ସୁଧୀର ଧ. ମାଝୀ, ଏକାଉଣ୍ଟଟେଣ୍ଟ ବିଶ୍ୱ ରଞ୍ଜନ ପ୍ରଧାନୀ, ଝସକେତନ ବାରିକ, ନର୍ସିଂ କର୍ମଚାରୀ ଲକ୍ଷ୍ମୀପ୍ରିୟା ବଳ, ଗୀତାଞ୍ଜଳି ବାଗ, ଆରତୀ ନାଏକ, ମର୍ସି ନାୟକ, ଅଜିତ ସିଂ ସମେତ ମହିଳା ଓ ପୁରୁଷ ସ୍ୱାସ୍ଥ୍ୟ କର୍ମି, ସଫେଇ କର୍ମଚାରୀ ମାନେ ଉପସ୍ଥିତ ରହିଥିଲେ।

ମସିହା ନିୟୂଜ୍ ସର୍ଭିସ୍ 

Related posts

ନିଖିଳ ଉତ୍କଳ କୈବର୍ତ୍ତ ସମାଜର ସାଧାରଣ ସଭା.

masiha

ଲାଞ୍ଜିଗଡ଼ ବ୍ଲକ ଶିକ୍ଷା ବିଭାଗର ଅଭିନବ ପଦକ୍ଷେପ ଅଧାରୁ ପାଠ ଛାଡ଼ିଥିବା ୮ ପିଲା ହେଲେ ସ୍କୁଲମୁହାଁ

Sunil Chandra Nayak

ବଡଡାଳିମା ପାର୍ବତୀ ଉଚ୍ଚ ବାଳିକା ବିଦ୍ୟାଳୟର ୨୫ ତମ ବାର୍ଷିକ ଉତ୍ସବରେ ରାଜ୍ୟ ଗଣଶିକ୍ଷାମନ୍ତ୍ରୀ ସୁଦାମ ମାରାଣ୍ଡିଙ୍କ ଯୋଗଦାନ

masiha

Leave a Comment

error: Content is protected !!