ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଵିଷମ କଟକ ବ୍ଲକ ଠାରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ 

ଵିଷମ କଟକ ବ୍ଲକ ଠାରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ 

ରାୟଗଡ: ତା ୧୯.୦୨.୨୦୨୪ ରିଖ ଦିନ ଵିଷମ କଟକ ପଞ୍ଚାୟତ ସମିତି ସଦଭାବନା ସଭାଗୃହ ଠାରେ ରାୟଗଡ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଥିଲା । ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନ, ଆରକ୍ଷୀ ଅଧିକ୍ଷକ ହରିଷ ବି ସି, ଉପଜିଲ୍ଲାପାଳ ଗୁଣୁପୁର ସୁଶ୍ରୀ କିରଣ ଦୀପ କୌର ସହଟା ଉପସ୍ଥିତ ରହି ୪୩ଟି ଅଭିଯୋଗ ଗ୍ରହଣ କରି ସମ୍ପୃକ୍ତ ବିଭାଗୀୟ ଅଧିକାରୀ ମାନଙ୍କୁ ଅଭିଯୋଗ ଗୁଡିକର ତୁରନ୍ତ ଫଇସଲା କରିବା ନିମନ୍ତେ ନିର୍ଦ୍ଦେଶ ଦେଇଥିଲେ । ଆଜି ମୋଟ ୪୩ଟି ଅଭିଯୋଗ ମଧ୍ୟରୁ ୩୯ଟି ବ୍ୟକ୍ତିଗତ ଓ ୪ଗୋଟି ସାମୁହିକ ଅଭିଯୋଗ ଦାଖଲ ହୋଇଥିଲା । ଜଣଙ୍କୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡରୁ ୨୦୦୦ଟଙ୍କା ଦେବା ନିମନ୍ତେ ଜିଲ୍ଲାପାଳ ମଂଜୁର କରିଛନ୍ତି l, ସେହିପରି ମୁନିଗୁଡା, ଵିଷମ କଟକ ଏବଂ ଚନ୍ଦ୍ରପୁର ବ୍ଲକର ୨୬ଜଣ ଆଦିବାସୀ ଯୁବ ଉଦ୍ୟୋଗୀ ମାନଙ୍କୁ ପ୍ରତ୍ସାହ୍ନ ରାଶି ସାମ୍ମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ଗୁଣୁପୁର ତରଫରୁ ୧ଲକ୍ଷ ଟଙ୍କା ଲେଖାଏଁ ଜିଲ୍ଲାପାଳ ଶ୍ରୀ ମହାଜନ ପ୍ରଦାନ କରିଛନ୍ତି । ଆଜିର ଏହି ଅଭିଯୋଗ ଶିବିରରେ ବିଶେଷ କରି ରାସ୍ତାଘାଟ, ବିଜୁ ପକ୍କାଘର,ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ପାନୀୟ ଜଳ ଆଦି ଉପରେ ଦରଖାସ୍ତ ଗୁଡିକ ଦାଖଲ ହୋଇଥିଲା । ଆଜିର ଏହି ଅଭିଯୋଗ ଶୁଣାଣୀରେ ଜିଲ୍ଲା ମୁଖ୍ୟ ଚିକିତ୍ସା ତଥା ଜନ ସ୍ୱାସ୍ଥ୍ୟ ଅଧିକାରୀ ଲାଲ ମୋହନ ରାଉତରାୟ, ଗୁଣପୁର ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା ପ୍ରକଳ୍ପ ପ୍ରଶାସକ ଶାନ୍ତି ପ୍ରଭା ପ୍ରଧାନ ଗୁଣପୁର , ଜିଲ୍ଲା ମଙ୍ଗଳ ଅଧିକାରୀ ଭାରତ ଭୂଷଣ ବିଶ୍ୱାଳ, ଜିଲ୍ଲା ଶିକ୍ଷା ଅଧିକାରୀ ପୂର୍ଣ୍ଣ ଚନ୍ଦ୍ର ବରିହା, ପିଡି, ୱାଟରସେଡ ଡ଼ଃ ଦୟାନିଧି ବାଗ, ସିଡିଏଓ ମନୋଜ ପ୍ରଧାନ, ଉଦ୍ୟାନ କୃଷି ଉପନିର୍ଦ୍ଧେଶକ ଦୟାନିଧି ରାଉତ, ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀ ଡ଼ଃ ହାଡ଼ିବନ୍ଧୁ ଭୋଇ,ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ,ଵିଷମ କଟକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସଦାଶିବ ନାୟକ, ତହସିଲଦାର , ଗ୍ରାମ୍ୟ ଜଳଯୋଗାଣ ନିର୍ବାହୀ ଯନ୍ତ୍ରୀ, ଓରମାସ ଡେପୁଟି ସିଓ ମନୋଜ ପlତ୍ର, ଓଡିଶା ଜୀବିକା ମିଶନ ଡିପିଏମ ହେମନ୍ତ ବାଘ, ଗ୍ରାମୀୟ ନିର୍ମାଣ ସହକାରୀ ଯନ୍ତ୍ରୀ, ଅବକାରୀ, ପୋଲିସ ବିଭାଗର ଅଧିକାରୀ ଓ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ଯୋଗ ଦେଇଥିଲେ ଓ ବ୍ଲକ କର୍ମଚାରୀ ଶିବିର ପରିଚାଳନା କରିଥିଲେ । ଅଭିଯୋଗ ଶୁଣାଣି ପରେ ଜିଲ୍ଲାପାଳ ଵିଷମ କଟକ ବ୍ଲକର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ପରିଦର୍ଶନ କରିଥିଲେ ।

ରାୟଗଡ଼ା ରୁ ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

୫୪ ବର୍ଷରେ ଲଙ୍କେଶ୍ୱରୀ କ୍ଲବ ପୂଜା ମଣ୍ଡପ, ମନମୋହୁଛି ଅକ୍ଷରଧାମ ତୋରଣ,ଭିଡ ଜମୁଛି ବିଭିନ୍ନ ପୂଜା ମଣ୍ଡପରେ

masiha

ମାର୍ଚ୍ଚ 1ରୁ 13ତମ ବାର୍ଷିକ ରୂପସା ମହୋତ୍ସବ

masiha

କୁସୁମିତ ବ୍ଳକ ! ଝିପାଵନ୍ଧ ପଞ୍ଚାୟତ ; ମରଣଯନ୍ତା ପାଲଟିଛି ଢାମ୍ପୁସାହି ଗ୍ରାମ ରାସ୍ତା ମରଣଯନ୍ତା

masiha

Leave a Comment

error: Content is protected !!