ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଦ୍ୟୁତ ବିଭାଗର ଚରମ ଅବହେଳା ୧୧ କେଭି ବିଦ୍ୟୁତ ତାର ଛିଣ୍ଡି ୨ ମୃତ, ୧ ଗୁରୁତର   

ବିଦ୍ୟୁତ ବିଭାଗର ଚରମ ଅବହେଳା

୧୧ କେଭି ବିଦ୍ୟୁତ ତାର ଛିଣ୍ଡି ୨ ମୃତ, ୧ ଗୁରୁତର   

ଲାଞ୍ଜିଗଡ,୧୮/୦୨(ମନିସ)-ଟାଟା ପାୱାର ପକ୍ଷରୁ ବିଦ୍ୟୁତ ପରିଚାଳନା ଓ ମରାମତି ନାମରେ ମାସକୁ ଅତିକମରେ ଦୁଇଦିନ ଲେଖାଏଁ ବିଦ୍ୟୁତ କାଟ କରାଯାଉଥିବାବେଳେ ବିଦ୍ୟୁତ ପରିଚାଳନାଗତ ତ୍ରୁଟି ଯୋଗୁଁ ୧୧ କେଭି ଉଚ୍ଚ କ୍ଷମତା ସମ୍ପନ୍ନ ବିଦ୍ୟୁତ ତାର ଛିଣ୍ଡି ଦୁଇଜଣଙ୍କ ଜୀବନ ଯାଇଥିବାବେଳେ ଜଣେ ଅତ୍ୟନ୍ତ ସଂକଟାପନ୍ନ ଭାବେ ଜୀବନ ସଂଘର୍ଷ କରୁଥିବା ସୂଚନା ମିଳିଛି। ଏପରି ଦୁଃଖଦ ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ବେଡାଗାଁ ପଂଚାୟତ ଦାନିକାପେଲ ଗାଁ ନିକଟରେ। ଏହି ପଂଚାୟତର ଟାମକୁରୁଞ୍ଜା ଗାଁର କାଙ୍ଗା ମାଝୀ ଆଜି ସକାଳେ ଦାନିକାପେଲ ଗାଁ ନିଜ ନୂଆ ସମୁଦୀ ଘରକୁ କୁଣିଆ ହୋଇ ଆସିଥିବାବେଳେ ଅପରାହ୍ନ ୪.୩୦ ସମୟରେ ସେ ଘରକୁ ଫେରିବାକୁ ବାହାରିଥିଲେ। ନୂଆ ବନ୍ଧୁ ହୋଇଥିବାରୁ କିଛି ବାଟ ବଳେଇଦେବାକୁ ଯାଇଥିଲେ ଟିଙ୍ଗୁ ମାଝୀ ଓ ଡଙ୍ଗେ ମାଝୀ। ତେବେ ଯିବା ବାଟରେ ସେମାନଙ୍କୁ ସତେ ଯେମିତି ଛକି ବସିଥିଲା ମୃତ୍ୟୁ। ସୁଲିମ ଓ ଦାନିକାପେଲ ମଝିରେ ରାସ୍ତା ଉପର ଦେଇ ଯାଇଥିବା ୧୧ କେଭି ବିଦ୍ୟୁତ ତାର ହଠାତ ଛିଣ୍ଡି ଯାଇ ସେମାନଙ୍କ ଉପରେ ପଡିଯିବାରୁ ତିନିଜଣ ଯାକ ଗୁରୁତର ହୋଇପଡ଼ିଥିଲେ। ସେମାନଙ୍କୁ ଉଦ୍ଧାର କରି ବିଶ୍ୱନାଥପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିବାବେଳେ ସେଠାରେ ଡାକ୍ତର କାଙ୍ଗା ମାଝୀ ଓ ଟିଙ୍ଗୁ ମାଝୀଙ୍କୁ ମୃତ ଘୋଷଣା କରିଥିଲେ। ସେହିପରି ଡଙ୍ଗେ ମାଝୀଙ୍କୁ ଅତ୍ୟନ୍ତ ଗୁରୁତର ଭାବେ ଭବାନୀପାଟଣା ସ୍ଥାନାନ୍ତର କରାଯାଇଛି। ପୂର୍ବତନ ବ୍ଲକ ଅଧ୍ୟକ୍ଷ ମନୋହର ହରପାଲ, ସମାଜସେବୀ କିଶୋର ହରପାଲ, ତ୍ରିନାଥ ମାଝୀ ଗୁରୁତର ତିନିଜଣଙ୍କୁ ଉଦ୍ଧାର କରିବା ସହିତ ଚିକିତ୍ସା ବ୍ୟବସ୍ଥା କରାଇଥିବାବେଳେ ବିଶ୍ୱନାଥପୁର ସରପଞ୍ଚ ସୁରଥ ମାଝୀ, ଛାତ୍ର ବିଜେଡି ବଲାଙ୍ଗୀର ଜୋନ ଉପସଭାପତି ଦେବାଶିଷ ରଞ୍ଜନ ବିଶି ପ୍ରମୁଖ ଉପସ୍ଥିତ ଥିଲେ। ସେହିପରି ବିଶ୍ୱନାଥପୁର ଥାନାଧିକାରୀ ମମତା ହେମ୍ବ୍ରମ ମଧ୍ୟ ଘଟଣାସ୍ଥଳରେ ଉପସ୍ଥିତ ଥିଲେ।

ଲାଞ୍ଜିଗଡ ବ୍ଲକରୁ ସୁଶୀଲ କୁମାର ବାଗଙ୍କ ରିପୋର୍ଟ

Related posts

ପୂର୍ବତନ ପ୍ରଧାନଶିକ୍ଷକ ଖଗେନ୍ଦ୍ର ସାର୍ ଙ୍କ ପରଲୋକ

Sunil Chandra Nayak

ସ୍ୱାମୀ ବିବେକାନନ୍ଦ ପବ୍ଲିକ ସ୍କୁଲ ତରଫରୁ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଓ ବୀର ସୁରେନ୍ଦ୍ର ସାଏ ଙ୍କ ଜୟନ୍ତୀ ପାଳିତ

Sunil Chandra Nayak

ରଥଯାତ୍ରା ଉପଲକ୍ଷେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

masiha

Leave a Comment

error: Content is protected !!