ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଡାବୁଗାଁ ବଜାରରେ ଶ୍ରାବଣ ଛତୁ ଚାହିଦା ବୃଦ୍ଧି କିଲୋ ପିଛା ୮୦୦ରୁ ୧୦୦୦…

ଡାବୁଗାଁ ବଜାରରେ ଶ୍ରାବଣ ଛତୁ ଚାହିଦା ବୃଦ୍ଧି କିଲୋ ପିଛା ୮୦୦ରୁ ୧୦୦୦…

ନବରଙ୍ଗପୁର:(୯|୮)(ରବି ନାରାୟଣ ମହାନ୍ତି)ନିଅଣ୍ଟିଆ ବର୍ଷା ଯୋଗୁଁ ଚଳିତ ବର୍ଷ ଶ୍ରାବଣ ଛତୁ ବଜାରକୁ ବିଳମ୍ବରେ ଆସିଥିଲେ ମଧ୍ୟ ବର୍ତ୍ତମାନ ଏହାର ଚାହିଦା ଶୀର୍ଷରେ ପହଞ୍ଚିଛି। ଡାବୁଗାଁ ବଜାରରେ ଶ୍ରାବଣ ଛତୁ କିଲୋ ପିଛା ୮୦୦ରୁ ୧୦୦୦ ଟଙ୍କାରେ ବିକ୍ରି ହେଉଥିବା ବେଳେ ଏହାକୁ କିଣିବା ପାଇଁ ସକାଳୁ ସକାଳୁ ଗ୍ରାହକଙ୍କ ଭିଡ଼ ଜମୁଛି। ଦର ଅଧିକ ଥିଲେ ମଧ୍ୟ ଛତୁର ସ୍ୱାଦ ଓ ସୀମିତ ଉପଲବ୍ଧତା ଯୋଗୁଁ ଲୋକେ ମୂଲଚାଲ ନକରି କିଣି ନେଉଛନ୍ତି। ସାରା ବର୍ଷ ପାଳ ଛତୁ ଓ ବଟନ ଛତୁ ବଜାରରେ ମିଳୁଥିଲେ ମଧ୍ୟ ଜଙ୍ଗଲରେ ସ୍ୱାଭାବିକ ଭାବେ ଉତ୍ପନ୍ନ ହେଉଥିବା ଶ୍ରାବଣ ଛତୁ କେବଳ ବର୍ଷା ଋତୁରେ ହିଁ ମିଳିଥାଏ। ଏହି କାରଣରୁ ପ୍ରତିବର୍ଷ ଏହାକୁ ନେଇ ଖାଦ୍ୟପ୍ରେମୀଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖାଯାଏ। ନବରଙ୍ଗପୁର ଓ କୋରାପୁଟ ଜିଲ୍ଲାର ଘଞ୍ଚ ଜଙ୍ଗଲ ଏବଂ ଊଇ ହୁଙ୍କାରେ ବର୍ଷା ଦିନରେ ସ୍ୱାଭାବିକ ଭାବେ ଏହି ଛତୁ ଉତ୍ପନ୍ନ ହୁଏ। ଆାଦିବାସୀ ସମ୍ପ୍ରଦାୟର ଲୋକମାନେ ଜଙ୍ଗଲରୁ ଏହା ସଂଗ୍ରହ କରି ବଜାରରେ ବିକ୍ରି କରୁଥିବା ବେଳେ କ୍ଷୁଦ୍ର ବ୍ୟବସାୟୀମାନେ ମଧ୍ୟ ଏହାକୁ କିଣି ବିକ୍ରି କରି ଭଲ ଲାଭ ପାଉଛନ୍ତି। ବର୍ଷା ଋତୁରେ ଏହି ଜଙ୍ଗଲଜାତ ଉତ୍ପାଦ ଅନେକ ପରିବାର ପାଇଁ ଅତିରିକ୍ତ ରୋଜଗାରର ମାଧ୍ୟମ ପାଲଟିଛି। ଡାବୁଗାଁ ଅଞ୍ଚଳରେ ଶ୍ରାବଣ ଛତୁ ବହୁଳ ପରିମାଣରେ ମିଳୁଥିବାରୁ ଅନେକ ଲୋକ ନିଜ ସମ୍ପର୍କୀୟଙ୍କ ପାଇଁ ମଧ୍ୟ ଏହା କିଣି ଅନ୍ୟ ସହରକୁ ପଠାଉଛନ୍ତି। ଫଳରେ ଡାବୁଗାଁ ବଜାରରେ ପ୍ରତିଦିନ ଛତୁ କିଣିବାକୁ ଗ୍ରାହକଙ୍କ ଭିଡ଼ ବଢ଼ୁଥିବା ଦେଖିବାକୁ ମିଳୁଛି।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ଭାଲୁ ଆକ୍ରମଣରେ ୩ ଗୁରୁତର

Sunil Chandra Nayak

କଳାହାଣ୍ଡି ଦିନିକିଆ ଗସ୍ତରେ ଏକତା ମହିଳାମଞ୍ଚ ର ରାଷ୍ଟ୍ରୀୟ ସଂଯୋଜିକା ଶ୍ରଦ୍ଧା କଶ୍ୟପ

Sunil Chandra Nayak

ଡାବୁଗାଁରେ ୩ୟ ଓ ୫ ମ ଶ୍ରେଣୀ ବୃତ୍ତି ପରୀକ୍ଷା -୨୦୨୩ 

masiha

Leave a Comment

error: Content is protected !!