ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଖଡିଆଳ ସ୍ୱୟଂ ଶାସିତ ମହାବିଦ୍ୟାଳୟ ର ଗଣିତ ଅଧ୍ୟାପକ ହରେକୃଷ୍ଣ ମିଶ୍ରଙ୍କ ଦେହାନ୍ତ

ଖଡିଆଳ ସ୍ୱୟଂ ଶାସିତ ମହାବିଦ୍ୟାଳୟ ର ଗଣିତ ଅଧ୍ୟାପକ ହରେକୃଷ୍ଣ ମିଶ୍ରଙ୍କ ଦେହାନ୍ତ

ନୂଆପଡ଼ା ଜିଲ୍ଲା ଖଡିଆଳ ସ୍ଥିତ ଖଡିଆଳ ସ୍ୱୟଂ ଶାସିତ ମହାବିଦ୍ୟାଳୟ ର ଗଣିତ ଅଧ୍ୟାପକ ହରେକୃଷ୍ଣ ମିଶ୍ରଙ୍କ ବୁଧୁବାର ମଧ୍ୟଣ୍ଣ ରେ ଦେହାନ୍ତ ହୋଇଯାଇଛି । ସେ ଦୀର୍ଘ ଦିନ ରୁ କିଡନୀ ରୋଗରେ ପୀଡିତ ଥିବା ବେଳେ ତାଙ୍କ ସ୍ବାସ୍ଥ୍ୟ ଚିକିତ୍ସା ଚାଲିଥିଲା। ବୁଧୁବାର ମଧ୍ୟାର୍ଣ୍ଣ ରେ ସ୍ବାସ୍ଥ୍ୟ ଅବସ୍ଥା ବ୍ୟାପକ ଖରାପ ହେବାରୁ ତାଙ୍କ ଖଡିଆଳ ମିଶନ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ଆଜି ଚିକିତ୍ସିତ ଅବସ୍ଥା ରେ ତାଙ୍କ ମୃତ୍ୟୁ ହୋଇଅଛି। ତାଙ୍କ ପର୍ଥାବ୍ୟ ଶରୀର କୁ ତାଙ୍କ ପିତୃ ଗ୍ରାମ ପାଟଣାଗଡ କୁ ନେଇଥିବା ବେଳେ ଗୁରୁବାର ଦିନ ସେଠାରେ ଶେଷକୃତ୍ୟ ଅନୁଷ୍ଠିତ ହେବ। ଖଡିଆଳ କଲେଜ୍ ର ଏକ ପ୍ରତିନିଧି ଦଳ ତାଙ୍କ ଗ୍ରାମକୁ ପାର୍ଥିବ ଶାରୀରି କୁ ନେଇ ଯାଉଥିବା ଜଣାପଡିଛି। ସେ ଜଣେ ଅମୟିକ, ଛାତ୍ର ବତ୍ସଲ, ହସ ହସ ମୁଖ, ଜଣେ ଭଦ୍ର ବ୍ୟକ୍ତିତ୍ବ ଥିଲେ। ଆସନ୍ତା ଜୁଲାଇ ୨୦୨୪ ମସିହା ରେ ନିଜ ଅଧ୍ୟାପନା ଜୀବନରୁ ଅବସର ନେବାର ଥିଲେ। ତାଙ୍କ ମୃତ୍ୟୁ ବେଳକୁ ୫୯ ବର୍ଷ ହୋଇଥିବା ଜଣାପଡ଼ିଛି। ତାଙ୍କ ଗୋଟିଏ ପୁଅ ଏବଂ ଗୋଟିଏ ଝିଅ ସହ ସ୍ତ୍ରୀ ରହିଛନ୍ତି।

ନୂଆପଡ଼ା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ଚନ୍ଦ୍ର ମଣି ନାଟ୍ୟ ସଂଘ ନଭେମ୍ବର ରେ ପାଳନ କରିବ ଶତ ବାର୍ଷିକୀ ଉତ୍ସବ

Sunil Chandra Nayak

ସ୍ୱତନ୍ତ୍ର ସଘନ ସଂଶୋଧନ (SIR) -୨୦୨୬ କାର୍ଯ୍ୟକ୍ରମକୁ ସୁଚାରୁ, ସ୍ୱଚ୍ଛ ଓ ସଫଳ ଭାବେ ପରିଚାଳନା କରିବା ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ଆନ୍ତର୍ଜାତୀୟ ଶ୍ରୀ ଜଗନ୍ନାଥ ଚେତନା ମଞ୍ଚର ଶପଥ ପାଠ ଉତ୍ସବ

Sunil Chandra Nayak

Leave a Comment

error: Content is protected !!