ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇରଙ୍ଗପୁରରେ ଏବିଭିପି ତରଫରୁ ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣରେ ବୀର ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି

ମୟୂରଭଞ୍ଜ ୧୪/୨/୨୩(ମସିହା) କାଶ୍ମୀର ଉପତ୍ୟକା ପୁଲଓ୍ବାମା ଘାଟୀରେ ୨୦୧୯ ମସିହା ଆଜିର ଦିନରେ ପାକିସ୍ତାନର ଆତଙ୍କୀବାଦ ଆକ୍ରମଣରେ ୪୦ ଜଣ ସୈନିକ ଶହୀଦ ହୋଇଥିଲେ । ସେମାନଙ୍କ ବଳିଦାନ ଓ ତ୍ଯାଗକୁ ଦେଶ ମନେ ରଖିଛି । ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁରର ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ତରଫରୁ ଆଜି ସଂନ୍ଧ୍ୟାରେ ସ୍ଥାନୀୟ ଦୁର୍ଗାମଣ୍ଡପ ଛକରେ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଏବିଭିପିର ଲିଙ୍ଗରାଜ ସେଠୀ,ଚିନ୍ମୟ ବାରିକ, ସଚ୍ଚିକାନ୍ତ ବାରିକ,ଭବାନୀ ଶଙ୍କର ମହାନ୍ତ, ପରମେଶ୍ବର ବେହେରା,ଓମ୍ ମହାନ୍ତ, ଚନ୍ଦ୍ର ମୋହନ ବେହେରା,ଦେବି ପ୍ରିୟା ମହାନ୍ତ, ଲକ୍ଷ୍ମୀ ସାହୁ,ଜଗା ଦାସ, ଆଦିତ୍ୟ ମହାକୁଡ଼, ଦେବାଶିଷ ଆଚାର୍ଯ୍ୟ,ଜିତେନ ସେଠୀ, ଦେବରାଜ ପୂର୍ତୀ,କ୍ରୀଷ୍ଣା ମହାରଣା,ଅରୁଣ କୁଅଁର,ଓମ ପ୍ରକାଶ ମହାନ୍ତ ପ୍ରମୁଖ ଏହି ଦେଶାତ୍ମବୋଧକ କାର୍ଯ୍ୟକ୍ରମ ରେ ଅଂଶଗ୍ରହଣ କରି ଦିବଂଗତ ଶହୀଦଙ୍କୁ ମହମବତୀ ପ୍ରଜ୍ବଳନ କରି ଗତିର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।ବୀର ଶହୀଦ ଅମର ରହେ;ବନ୍ଦେ ମାତରଂ,ଭାରତ ମାତା କୀ ଜୟ ନାରାରେ ପ୍ରକମ୍ପିତ ହୋଇଥିଲା ଅଂଚଳ ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

କୁନ୍ତଳା କଲ୍ଯାଣୀ ସାହିତ୍ୟ ସଂସଦର ବର୍ଷା ଆସର

Sunil Chandra Nayak

ମୁଣ୍ଡରାଗୁଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଶ୍ରେଣୀ ଗୃହ ଅଭାବ ,ଗୋଟିଏ କୋଠରୀରେ ପ୍ରଥମ ରୁ ତୃତୀୟ ,ଛାତ ଫାଟି ଆଁ ସାଙ୍ଗକୁ ବର୍ଷାରେ ଝରୁଛି ପାଣି

ଡ଼. ଆମ୍ବେଦକର ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ଜିଲ୍ଲାପାଳଙ୍କୁ ଦାବିପତ୍ର

Leave a Comment

error: Content is protected !!