ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲ୍ଲାପାଳଙ୍କ ଅଗ୍ରଗାମୀର ବିଭିନ୍ନ ପରିବେଶ ଭିତ୍ତିକ କ୍ଷେତ୍ର ପରିଦର୍ଶନ,

ଜିଲ୍ଲାପାଳଙ୍କ ଅଗ୍ରଗାମୀର ବିଭିନ୍ନ ପରିବେଶ ଭିତ୍ତିକ କ୍ଷେତ୍ର ପରିଦର୍ଶନ,

ତେନ୍ତୁଳିଖୁଣ୍ଟି୩୧/୦୧/୨୬ —  ନବରଙ୍ଗପୁର ଜିଲ୍ଲାପାଳ ଡ଼ ମହେଶ୍ୱର ସ୍ୱାଇଁ ଆଜି ତେନ୍ତୁଳିଖୁଣ୍ଟି ବ୍ଲକ ର ଅଗ୍ରଗାମୀ ସଂସ୍ଥା ତରଫରୁ ବିଭିନ୍ନ ଗ୍ରାମରେ କରାଯାଇଥିବା ଫ୍ୟାମିଲି ଫାର୍ମ ସହିତ ପରିବେଶ ଭିତ୍ତିକ ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ର ପରିଦର୍ଶନ କରିଛନ୍ତି । ତାଙ୍କ ସହିତ ତେନ୍ତୁଳିଖୁଣ୍ଟି ବିଡ଼ିଓ ମନୋଜ ପାଣିଗ୍ରାହୀ, ଅତିରିକ୍ତ ଉଦ୍ୟାନ କୃଷି ନିର୍ଦ୍ଦେଶକ ଶୁଭେନ୍ଦୁ ବିଶ୍ୱାସ, ଅତିରିକ୍ତ ଜିଲ୍ଲାପାଳ ତପନ କୁମାର ଖୁଣ୍ଟିଆ, ବ୍ଲକ୍ କୃଷି ଅଧିକାରୀ ବରୁଣ ଧନପୂଲ୍, ଜିଲ୍ଲା ପ୍ରକଳ୍ପ ସଂଯୋଜକ ଶ୍ରୀ ଗୋବିନ୍ଦ କୁମାର ଆଦି ଉପସ୍ଥିତ ଥିଲେ ।

ଅଗ୍ରଗାମୀ ତରଫରୁ ପ୍ରକଳ୍ପ ନିର୍ଦେଶକ ଜଗନ୍ନାଥ ଜେନା ଏହି ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ର ପରିଦର୍ଶନ ବେଳେ ଉପସ୍ଥିତ ରହି ପ୍ରକଳ୍ପ ଅଧୀନରେ ଯେଉଁ ସବୁ କାର୍ଯ୍ୟ କରାଯାଇଛି ତାହା ଦେଖାଇଥିଲେ । ପ୍ରଥମେ ଲମତାଗୁଡା ପଞ୍ଚାୟତ ଅଧୀନ ଗୋଡ଼ିଗାଁ ଗ୍ରାମକୁ ଯାଇ ସେହି ଗ୍ରାମରେ ଥିବା ଭୁଜବଳ ପାତ୍ର ଙ୍କ ଫ୍ୟାମିଲି ଫାର୍ମ କୁ ପରିଦର୍ଶନ କରିଥିଲେ ।

ସେହି ଫାର୍ମ ରେ ଲଗାଯାଇଥିବା ଆମ୍ବ , କାଜୁ, ପିଜୁଳି, ଲେମ୍ବୁ , ସହିତ ହୋଇଥିବା ଅନ୍ତଃଚାଷ, ଜିଆ ଖତ ,ଜୈବିକ ସାର ପ୍ରସ୍ତୁତି ପ୍ରକ୍ରିୟା ଆଦି ପରିଦର୍ଶନ କରିଥିଲେ । ସେହି ଚାଷୀ ଜଣକ ଛତୁ ଚାଷ ମଧ୍ୟ କରି ବାର୍ଷିକ ୧,୬୦,୦୦୦ ଟଙ୍କା ରୋଜଗାର କରି ନିଜେ ସ୍ୱାବଲମ୍ବୀ ହୋଇପାରିଛି । ସେହିପରି ଗୋଡ଼ିଗାଁ ର ପ୍ରାୟ ୫୦ ଜଣ ଚାଷୀ ଏହିପରି ଅଗ୍ରଗାମୀ ସହିତ ଜଡିତ ହୋଇ ଫ୍ୟାମିଲି ଫାର୍ମ ତିଆରି କରି ସେହି ଫାର୍ମ ରୁ ବିଭିନ୍ନ ପ୍ରକାର ଚାଷ କରି ନିଜର ଆୟ କୁ ବୃଦ୍ଧି କରି ସ୍ୱାବଲମ୍ବୀ ହୋଇଛନ୍ତି ବୋଲି ଗ୍ରାମବାସୀ କହିଛନ୍ତି । 

ଏହାପରେ ଜିଲ୍ଲାପାଳ ଡ଼ଃ ସ୍ୱାଇଁ ମଞ୍ଚାଗାଁ ଅଧୀନ ଅଳଚିଆଗୁଡ଼ା ଗ୍ରାମ କୁ ଯାଇ ସେଠାରେ ଅଜୀମ ପ୍ରେମଜି ଫାଉଣ୍ଡେସନ୍ ସହାୟତା ରେ ହୋଇଥିବା ସୋଲାର ଫେନସିଂ, ଫ୍ୟାମିଲି ଫାର୍ମ, ସୌର ଉଠା ଜଳ ସେଚନରେ ହୋଉଥିବା ଜୈବିକ ମିଶ୍ରିତ ପରିପରିବା ଚାଷ ଆଦି ଦେଖିବା ସହିତ ଚାଷୀ ଙ୍କ ସହିତ ଆଲୋଚନା କରିଥିଲେ ।

ଏହା ସହିତ ଆହୁରି କିପରି ସରକାରଙ୍କ ବିଭିନ୍ନ ପ୍ରକଳ୍ପ ସବୁ ଗ୍ରାମରେ କାର୍ଯ୍ୟକାରୀ ହେବ ଓ ତତସଙ୍ଗେସଙ୍ଗେ ଲାଇନ୍ ଡିପାର୍ଟମେଣ୍ଟ ଙ୍କ ସହଯୋଗ ରେ ଏହିପରି କାର୍ଯ୍ୟ ଅଗ୍ରଗତି ହୋଇପାରିବ ସେହି ଉପରେ ଆଲୋକପାତ କରିଥିଲେ ।

ଗୋବର୍ଦ୍ଧନ ସାହୁ , ତେନ୍ତୁଳିଖୁଣ୍ଟି

Related posts

ବୌଦ୍ଧ ସହରର ମନ୍ଦିର ଗୁଡିକ ସହିତ ବୁଦ୍ଧ କୀର୍ତ୍ତିରାଜ ବିକାଶ ପାଇଁ ସମୀକ୍ଷା କଲେ ଜିଲ୍ଲାପାଳ

Sunil Chandra Nayak

ନନ୍ଦଘର ଠାରେ ୭୫ ତମ ସାଧାରଣ ତନ୍ତ୍ର ଦିବସ ପାଳନ

masiha

ବାଇକ୍ ଦୁର୍ଘଟଣାରେ ଦୁଇ ଆହତ 

masiha

Leave a Comment

error: Content is protected !!