ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆଇନଜୀବୀ ରାଜେନ୍ଦ୍ର ପଟ୍ଟଯୋଶୀ ଙ୍କ ପରଲୋକ ଧର୍ମଗଡ଼ ଓକିଲ ସଂଘର ଶ୍ରଦ୍ଧାଞ୍ଜଳୀ ସଭା

ଆଇନଜୀବୀ ରାଜେନ୍ଦ୍ର ପଟ୍ଟଯୋଶୀ ଙ୍କ ପରଲୋକ

ଧର୍ମଗଡ଼ ଓକିଲ ସଂଘର ଶ୍ରଦ୍ଧାଞ୍ଜଳୀ ସଭା

ଧର୍ମଗଡ଼ ଅଞ୍ଚଳର ଲୋକପ୍ରିୟ ଉଦ୍ୟୋଗପତି, କୋକସରା ର ପୂର୍ବତନ ବିଧାୟକ ସୁରେନ୍ଦ୍ର ପଟ୍ଟ ଯୋଶୀ, ଧର୍ମଗଡ ପଞ୍ଚାୟତ ସମିତି ର ପୂର୍ବତନ ଅଧ୍ୟକ୍ଷ ରବିନ୍ଦ୍ର ପଟ୍ଟଯୋଶୀ ତଥା ଶ୍ରମିକ ନେତା ଦେବେନ୍ଦ୍ର ପଟ୍ଟଯୋଶୀ ଙ୍କ ଭାଇ ଆଇନଜୀବୀ ରାଜେନ୍ଦ୍ର ପଟ୍ଟଯୋଶୀ ଙ୍କର ୭୨ ବର୍ଷ ବୟସ ରେ ପରଲୋକ ହୋଇ ଯାଇଛି।କୋକସରା ବ୍ଲକ ଅନ୍ତର୍ଗତ ମୋଟର ଗ୍ରାମ ସ୍ଥିତ ତାଙ୍କ ବାସଭବନରେ ଗତ କାଲି ତାଙ୍କର ଦେହାନ୍ତ ହୋଇଛି। କିଛି ଦିନ ହେଲା ସେ ଅସୁସ୍ଥ ଥିଲେ। ମୃତ୍ୟୁ ସମୟରେ ତାଙ୍କ ନିକଟରେ ପୁଅ ବୋହୁ, ପରିବାର ବର୍ଗ ଓ ଆତ୍ମୀୟ ସ୍ୱଜନ ଉପସ୍ଥିତ ଥିଲେ।ମୋଟର ଠାରେ ଆଜି ତାଙ୍କର ଶେଷକୃତ୍ୟ ସଂପନ୍ନ ହୋଇଛି। ବଡ ପୁଅ ରୋହନ ମୁଖାଗ୍ନୀ ଦେଇଥିଲେ। ସେ ଜଣେ ବରିଷ୍ଠ ଆଇନଜୀବୀ ତଥା ସଫଳ ଉଦ୍ୟୋଗପତି ଭାବେ ଅଞ୍ଚଳରେ ବେଶ୍ ପରିଚିତ ଥିଲେ।ତାଙ୍କର ବିୟୋଗରେ ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଛି।ଧର୍ମଗଡ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ବିଶେଷ ଏନେଇ ଶୋକ ପ୍ରକାଶ କରିଛନ୍ତି। 

ଆଜି ଧର୍ମଗଡ଼ ଓକିଲ ସଂଘ ପକ୍ଷରୁ ଏକ ଶୋକ ସଭା ଅନୁଷ୍ଠିତ ହୋଇଥିଲା। ଓକିଲ ସଂଘ ର ସଭାପତି ଆଇନଜୀବୀ କୃପାସିନ୍ଧୁ ପଣ୍ଡା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ଶୋକ ସଭାରେ ବରିଷ୍ଠ ଆଇନଜୀବୀ ତୁଷାର ରଞ୍ଜନ ପଟ୍ଟଯୋଶୀ,ଚିନ୍ତାମଣି ପାତ୍ର, ସନ୍ତୋଷ କୁମାର ପାତ୍ର, ସଂଯୁକ୍ତା ପଣ୍ଡା, କଲ୍ୟାଣୀ ନାଏକ, କମଳିନୀ ରଥ, ଦିଗାମ୍ବର ଦୂରିଆ ପ୍ରମୁଖ ଯୋଗ ଦେଇ ସ୍ବର୍ଗତ ପଟ୍ଟଯୋଶୀ ଙ୍କୁ ଶ୍ରଦ୍ଧାଞ୍ଜଳୀ ଦେବା ସହ ତାଙ୍କର ସ୍ମୃତି ଚାରଣ କରି ଅମର ଆତ୍ମାର ସଦଗତି ପାଇଁ ପ୍ରାର୍ଥନା କରିଥଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

 

Related posts

ଧଅଁରାମାଲ ଠାରେ ମା ପାଟଖଣ୍ଡାଙ୍କ ମନ୍ଦିର ପ୍ରତିଷ୍ଠା ଓ ଖଣ୍ଡାବସା ଉତ୍ସବ ଅନୁଷ୍ଠିତ

masiha

ଜିଲ୍ଲାର ପାଞ୍ଚ ହଜାର ବାଳୁତଙ୍କ ପୃଷ୍ଟି ସାଧନ ପାଇଁ ଆଠ ଗୋଟି ବ୍ଲକରେ ୨୩୯ କ୍ରେଚ୍ କେନ୍ଦ୍ର କାର୍ଯ୍ୟକ୍ଷମ

masiha

ସଜେଇ ହେଲାଣି ବାଣପୁର ମେଳଣ ପଡ଼ିଆ ଭକ୍ତ ଓ ଭଗବାନଙ୍କ ଅପେକ୍ଷାରେ ପଞ୍ଚୁଦୋଳ

Sunil Chandra Nayak

Leave a Comment

error: Content is protected !!