ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆଇନଜୀବୀ ରାଜେନ୍ଦ୍ର ପଟ୍ଟଯୋଶୀ ଙ୍କ ପରଲୋକ ଧର୍ମଗଡ଼ ଓକିଲ ସଂଘର ଶ୍ରଦ୍ଧାଞ୍ଜଳୀ ସଭା

ଆଇନଜୀବୀ ରାଜେନ୍ଦ୍ର ପଟ୍ଟଯୋଶୀ ଙ୍କ ପରଲୋକ

ଧର୍ମଗଡ଼ ଓକିଲ ସଂଘର ଶ୍ରଦ୍ଧାଞ୍ଜଳୀ ସଭା

ଧର୍ମଗଡ଼ ଅଞ୍ଚଳର ଲୋକପ୍ରିୟ ଉଦ୍ୟୋଗପତି, କୋକସରା ର ପୂର୍ବତନ ବିଧାୟକ ସୁରେନ୍ଦ୍ର ପଟ୍ଟ ଯୋଶୀ, ଧର୍ମଗଡ ପଞ୍ଚାୟତ ସମିତି ର ପୂର୍ବତନ ଅଧ୍ୟକ୍ଷ ରବିନ୍ଦ୍ର ପଟ୍ଟଯୋଶୀ ତଥା ଶ୍ରମିକ ନେତା ଦେବେନ୍ଦ୍ର ପଟ୍ଟଯୋଶୀ ଙ୍କ ଭାଇ ଆଇନଜୀବୀ ରାଜେନ୍ଦ୍ର ପଟ୍ଟଯୋଶୀ ଙ୍କର ୭୨ ବର୍ଷ ବୟସ ରେ ପରଲୋକ ହୋଇ ଯାଇଛି।କୋକସରା ବ୍ଲକ ଅନ୍ତର୍ଗତ ମୋଟର ଗ୍ରାମ ସ୍ଥିତ ତାଙ୍କ ବାସଭବନରେ ଗତ କାଲି ତାଙ୍କର ଦେହାନ୍ତ ହୋଇଛି। କିଛି ଦିନ ହେଲା ସେ ଅସୁସ୍ଥ ଥିଲେ। ମୃତ୍ୟୁ ସମୟରେ ତାଙ୍କ ନିକଟରେ ପୁଅ ବୋହୁ, ପରିବାର ବର୍ଗ ଓ ଆତ୍ମୀୟ ସ୍ୱଜନ ଉପସ୍ଥିତ ଥିଲେ।ମୋଟର ଠାରେ ଆଜି ତାଙ୍କର ଶେଷକୃତ୍ୟ ସଂପନ୍ନ ହୋଇଛି। ବଡ ପୁଅ ରୋହନ ମୁଖାଗ୍ନୀ ଦେଇଥିଲେ। ସେ ଜଣେ ବରିଷ୍ଠ ଆଇନଜୀବୀ ତଥା ସଫଳ ଉଦ୍ୟୋଗପତି ଭାବେ ଅଞ୍ଚଳରେ ବେଶ୍ ପରିଚିତ ଥିଲେ।ତାଙ୍କର ବିୟୋଗରେ ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଛି।ଧର୍ମଗଡ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ବିଶେଷ ଏନେଇ ଶୋକ ପ୍ରକାଶ କରିଛନ୍ତି। 

ଆଜି ଧର୍ମଗଡ଼ ଓକିଲ ସଂଘ ପକ୍ଷରୁ ଏକ ଶୋକ ସଭା ଅନୁଷ୍ଠିତ ହୋଇଥିଲା। ଓକିଲ ସଂଘ ର ସଭାପତି ଆଇନଜୀବୀ କୃପାସିନ୍ଧୁ ପଣ୍ଡା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ଶୋକ ସଭାରେ ବରିଷ୍ଠ ଆଇନଜୀବୀ ତୁଷାର ରଞ୍ଜନ ପଟ୍ଟଯୋଶୀ,ଚିନ୍ତାମଣି ପାତ୍ର, ସନ୍ତୋଷ କୁମାର ପାତ୍ର, ସଂଯୁକ୍ତା ପଣ୍ଡା, କଲ୍ୟାଣୀ ନାଏକ, କମଳିନୀ ରଥ, ଦିଗାମ୍ବର ଦୂରିଆ ପ୍ରମୁଖ ଯୋଗ ଦେଇ ସ୍ବର୍ଗତ ପଟ୍ଟଯୋଶୀ ଙ୍କୁ ଶ୍ରଦ୍ଧାଞ୍ଜଳୀ ଦେବା ସହ ତାଙ୍କର ସ୍ମୃତି ଚାରଣ କରି ଅମର ଆତ୍ମାର ସଦଗତି ପାଇଁ ପ୍ରାର୍ଥନା କରିଥଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

 

Related posts

ରାସ୍ତା ନିର୍ମାଣ କାର୍ଯ୍ୟ ସମୀକ୍ଷା , ସହରର ସୌନ୍ଦର୍ଯ୍ୟ ବୃଦ୍ଧି ଉପରେ ଜିଲ୍ଲାପାଳଙ୍କ ଗୁରୁତ୍ବାରୋପ 

Sunil Chandra Nayak

ଢେ଼ଙ୍କାନାଳ ଜିଲ୍ଲା ୱେବ୍ ମିଡ଼ିଆ ସାମ୍ବାଦିକ ସଙ୍ଘ ର କାମାକ୍ଷାନଗର ଉପଖଣ୍ଡ ସ୍ତରୀୟ ବୈଠକ ଅନୁଷ୍ଠିତ 

masiha

ଘୋଟାଲାକାରୀଙ୍କ ଠାରୁ ବିପଦମୁକ୍ତରେ ରୁଙ୍ଗଟା” ନମୁନା ପରୀକ୍ଷା ନକରି, ସର୍ବାଧିକ ରାଜସ୍ବ ଦେବ ରୁଙ୍ଗଟା

masiha

Leave a Comment

error: Content is protected !!