ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନାଳରେ ନାହିଁ ପୋଲ, ଦୁର୍ଦଶା ଭୋଗୁଛନ୍ତି ଅଞ୍ଚଳବାସୀ

ନାଳରେ ନାହିଁ ପୋଲ, ଦୁର୍ଦଶା ଭୋଗୁଛନ୍ତି ଅଞ୍ଚଳବାସୀ

ନୂଆପଡା,(ସୁଜିତ କୁମାର ପ୍ରଧାନ) ଲୋକଙ୍କ ଦାବୀ ସ୍ୱେତେ ବଦଳୁ ନାହିଁ ଗାଁ ଚିତ୍ର l ନାଳ ରେ ବ୍ରିଜ ପାଇଁ ବାରମ୍ବାର ଅଭିଯୋଗ କରି ଆସୁଥିଲେ ମଧ୍ୟ ବିଭାଗୀୟ ଅଧିକାରୀ ମାନେ ଦୃଷ୍ଟି ଦେଉ ନ ଥିବା ଅଞ୍ଚଳ ବାସୀ ଅଭିଯୋଗ କରିଛନ୍ତି l ପଞ୍ଚାୟତ କାର୍ଯାଳୟ ୧ କିଲୋମିଟ ବଦଳରେ ୫ କିଲୋମିଟର ଯିବାକୁ ପଡୁଛି l ଯାହା ଦ୍ଵାରା ଲୋକଙ୍କୁ ପ୍ରତିଦିନ ଅସୁବିଧା ଭୋଗିବାକୁ ପଡୁଛି l ଏ ଭଳି ଦେଖିବାକୁ ମିଳିଛି ନୂଆପଡା ଜିଲ୍ଲା ବୋଡେ଼ନ ବ୍ଲକ ସୁନାପୁର ପଞ୍ଚାୟତ ର କଟାପଡା ଏବଂ ମିର୍ଧାପଡ଼ା ଗାଁ ରେ l ବର୍ଷା ଆସିଲେ ଲୋକଙ୍କ ଦୁର୍ଦ୍ଧଶା ଭୋଗିବାକୁ ପଡୁଛି l ରାସ୍ତା ରେ ପ୍ରତିଦିନ ନିର୍ଭର କରୁଥିବା ଛାତ୍ରଛାତ୍ରୀ ମାନଙ୍କ ଠାରୁ ଆରମ୍ବ କରି ସାଧାରଣ ଲୋକଙ୍କୁ ହଇରାଣ ହେବାକୁ ପଡୁଛି l ପଞ୍ଚାୟତ କିମ୍ବା ବ୍ଲକ କୁ ଯିବାକୁ ହେଲେ ରାସ୍ତା ରେ ଉକ୍ତ ନାଳ ପଡୁଛି l ଏହା ଉପରେ ପୋଲ ନ ଥିବାରୁ ଲୋକଙ୍କୁ ପାଣି ଭିତରେ ପଶି ଯିବାକୁ ପଡୁଛି l ବର୍ଷା ଦିନେ ଏକ ପ୍ରକାର ଜଳବାନ୍ଧି ହୋଇଯାଉଛି l ନାଳରେ ବେଶୀ ପାଣି ଆସିଲେ ଛାତ୍ରଛାତ୍ରୀ କିମ୍ବା ଲୋକେ ମାନେ କେଉଆଡେ ଯାଇ ପାରୁ ନାହାନ୍ତି l ଗର୍ଭବତୀ ଏବଂ ଗୁରୁତ୍ୱ ରୋଗୀ ଙ୍କୁ ମେଡିକାଲ ନେବାକୁ ଲୋକଙ୍କୁ ହାଟହଟା ହେବାକୁ ପଡୁଛି l ତେଣୁ ଏ ଦିଗରେ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବା କୁ ସାଧାରଣ ଦାବୀ ହୋଇଛି l

Related posts

ନବରଙ୍ଗପୁର ମହାବିଦ୍ୟାଳୟରେ କାର୍ ଗିଲ୍ ବିଜୟ ଦିବସ ପାଳନ

masiha

କୋକସରା କରଣ ସମାଜ ପକ୍ଷରୁ ଶ୍ରୀ ଶ୍ରୀ ଚିତ୍ରଗୁପ୍ତ ମହାପ୍ରଭୁଙ୍କ ପୂଜା ଅନୁଷ୍ଠିତ 

masiha

ଅବସରପ୍ରାପ୍ତ ସେନା କର୍ମଚାରୀ ରୁଦ୍ରେଶ୍ୱରଙ୍କ ଶୁଦ୍ଧିକ୍ରିୟା ଅନୁଷ୍ଠିତ, ଉକ୍ତ କାର୍ଯ୍ୟକ୍ରମରେ ବିଶିଷ୍ଟ ବ୍ୟକ୍ତିଙ୍କ ଯୋଗଦାନ

Leave a Comment

error: Content is protected !!