ଢେଙ୍କାନାଳ ଜିଲ୍ଲା ଶ୍ରୀ ଅରବିନ୍ଦ ପାଠଚକ୍ର କର୍ମୀ ସମ୍ମିଳନୀ
ଢେଙ୍କାନାଳ:୦୧/୭ – (ମନିସ) :- ସ୍ଥାନୀୟ ଶ୍ରୀ ଅରବିନ୍ଦ ପାଠଚକ୍ର ସଂଗଠନ, ରାଜବାଟି ଛକ ସ୍ଥିତ ଶ୍ରୀ ଅରବିନ୍ଦ ଭବନ ପ୍ରାଙ୍ଗଣରେ ଢେଙ୍କାନାଳ ଜିଲ୍ଲା ଶ୍ରୀଅରବିନ୍ଦ ପାଠଚକ୍ର ସମ୍ମିଳନୀ କୃପାଜୋନ ତରଫରୁ ଅତ୍ଯନ୍ତ ସୁନ୍ଦର ଭାବରେ ପାଳନ ହୋଇଯାଇଛି। ପ୍ରାତଃ ୯ ଘଣ୍ଟା ସମୟରେ ସମସ୍ତ ମାତୃଭକ୍ତ ମାନଙ୍କୁ ନେଇ ମାତୃ ପତାକା ଉତ୍ତୋଳନ କରାଯାଇଥିଲା। ବିନୋଦ ବିହାରୀ ଦେବତା ପତାକାକୁ ଉତ୍ତୋଳନ କରିଥିବାବେଳେ ସମସ୍ଵରରେ ମାତୃଭକ୍ତ ମାନେ ବନ୍ଦେମାତାରାମ୍ ଗାନ କରିଥିଲେ। ୯ ଘଣ୍ଟା ୩୦ ମିନିଟରେ ସାଧାରଣ ସଭାରେ ପ୍ରଥମେ ୩ ମିନିଟ ଯନ୍ତ୍ର ସଂଗୀତ ସହ ଧ୍ଯାନ କରାଯାଇଥିଲା। ରୀନାରାଣୀ ଜେନା ଦୁର୍ଗାସ୍ତ୍ରୋତ୍ର ପାଠ କରିଥିଲେ, ରାନୁ ଭଞ୍ଜ ଓ ବିଜୟ ଲକ୍ଷ୍ମୀ ମହାରଣା ମାତୃବନ୍ଦା ଗାନ କରୁଥିଲେ। ମାଁ’ ପୁସ୍ତିକାର ପ୍ରଥମ ଅଧ୍ଯାୟର ଦୁଇଟି ପାରାକୁ ପ୍ରଣତି ନନ୍ଦ ପାଠ କରିଥିଲେ। ସ୍ଵାଗତ ଭାଷଣ ଏବଂ ମଞ୍ଚ କୁ ପରିଚାଳନା କରୁଥିଲେ ଅନୁଷ୍ଠାନର ସମ୍ପାଦକ ଶିଳ୍ପୀ ପରେଶ ଚନ୍ଦ୍ର ପଟ୍ଟନାୟକ। ପଞ୍ଚାୟତ ସଂଗଠକମାନଙ୍କ ମଧ୍ୟରେ ଟିକିନା ପୃଷ୍ଟି ସଦର ଅହଲ୍ଯା ମହାପାତ୍ର, ଦିଲ୍ଲୀପ ମହାନ୍ତି ଓ କାମାକ୍ଷାନଗର ସପ୍ନାରାଣୀ ରାୟ ପ୍ରଭୃତି ବ୍ଯକ୍ତବ୍ଯ ପ୍ରଦାନ କରିଥିଲେ। ବ୍ଳକ ସଂଗଠନକ ମାନଙ୍କ ମଧ୍ୟରେ ପାର୍ବତୀ ଜେନା ସଦର, ବିବୁଦ୍ଧାନନ୍ଦ ଜେନା – ଭୁବନ, ସବିତା ସାହୁ- ଗଁଦିଆଙ୍କ ସହ ଦଶକର୍ମ ଧାରା ସଂଗଠକ ମାନଙ୍କ ମଧ୍ୟରେ ପାଠଚକ୍ର ସ୍ବର୍ଣ୍ଣଲତା ଦାସ, ସାହିତ୍ୟ ପରିଷଦ ଶିଳ୍ପୀ ପରେଶ ଚନ୍ଦ୍ର ପଟ୍ଟନାୟକ, ଏଜୁକେସନାଲ ରିସର୍ଚ୍ଚ ବାବଦରେ ପ୍ରତିମା ସ୍ବାଇଁ ପ୍ରବୃତ୍ତି ବକ୍ତବ୍ୟ ରଖିବା ପରେ ମାତୃଭକ୍ତ କପିଳାସ ପ୍ରସାଦ ଦାସ ସନାତନ ଧର୍ମ ଏବଂ ପୃଥିବୀରେ ଭାରତ ବର୍ଷର ଭବିଷ୍ୟତର ଭୂମିକା ଉପରେ ଗଭୀର ତାତ୍ବିକ ବକ୍ତବ୍ୟ ପ୍ରଦାନ କରିଥିଲେ। ସମରେନ୍ଦ୍ର ଭାଇ ସଂଗଠନ ବିଷୟରେ ଆଲୋକପାତ କରିଥିଲେ। ମାତୃଭବନକୁ ଆସିଥିବା ମାତୃଭକ୍ତ ପ୍ରସାଦ ଦାସ,ବାବୁଲି ଭାଇ ଓ ମାତୃପ୍ରେମୀ ସମରେନ୍ଦ୍ର ଭାଇ ସଂଗଠନର ସୁପରିଚାଳନା ଉପରେ ସୁନ୍ଦର ଭାବରେ ନିଜର ବକ୍ତବ୍ୟ ରଖିଥିଲେ। ଜିଲ୍ଲା ସଂଗଠନ ଭାବରେ ସୁଲୋଚନା ସାହୁ ଏବଂ ଜୋନ ସଂଗଠକ ଭାବରେ ଅକ୍ଷୟ କିଶୋର ବିଶ୍ବାଳ ବକ୍ତବ୍ୟ ରଖିବା ଉପରେ ସଭାପତି ନିରଞ୍ଜନ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ। ସମ୍ପାଦକ ଶେଷରେ ସମସ୍ତଙ୍କୁ ବାଣୀ ବଣ୍ଟନ ପରେ ମିଳିତ ଭାବରେ ପ୍ରସାଦ ସେବନ କରିଥିଲେ। ଅପରାହ୍ନ ୫ ଘଟିକାରେ ମାତୃଭକ୍ତ ପତାକା ଅବତରଣ କରାଯାଇଥିଲା।
ଶୁଭମ୍ ପାଣି ଙ୍କ ରିପୋର୍ଟ୍

