ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଖୋଲିବ ପାଇଖାନା ଦୁର୍ନୀତି ଫାଇଲ |କାଗଜପତ୍ର ସଂଗ୍ରହ କଲା ଭିଜିଲାନ୍ସ 

ଖୋଲିବ ପାଇଖାନା ଦୁର୍ନୀତି ଫାଇଲ କାଗଜପତ୍ର ସଂଗ୍ରହ କଲା ଭିଜିଲାନ୍ସ 

ନବରଙ୍ଗପୁର:(ତା ୦୫/୦୭)(ରବି ନାରାୟଣ ମହାନ୍ତି)-ସ୍ୱଚ୍ଛ ଭାରତ ମିଶନରେ ପାଇଖାନା ଦୁର୍ନୀତିର ଫାଇଲ ଖୋଲିବ |ଏହି ମହାଦୁର୍ନୀତିର କିଙ୍ଗପିନଙ୍କ ମୁଖା ଖୋଳତାଡ଼ ଆରମ୍ଭ କରିଛି ଭିଜିଲାନ୍ସ |ଏଥିପାଇଁ ଆଜି ଝରୀଗାଁ ବ୍ଲକରୁ ଯୋଜନାର ଫାଇଲ ସଂଗ୍ରହ କରିଛି ଭିଜିଲାନ୍ସ |ନବରଙ୍ଗପୁର ଜିଲ୍ଲାରେ ପାଇଖାନା ନିର୍ମାଣରେ ପ୍ରାୟ ୧୦୦କୋଟି ଟଙ୍କାର ମହାଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଥିଲା |ପୂର୍ବତନ ସାଂସଦ ପ୍ରଦୀପ ମାଝୀ କଂଗ୍ରେସ ଥିବା ସମୟରେ ଏହି ଦୁର୍ନୀତିକୁ ପ୍ରମୁଖ ମୁଦ୍ଦା କରିଥିଲେ |୨୦୨୩ମସିହା ପଞ୍ଚାୟତ ନିର୍ବାଚନ ପୂର୍ବରୁ ପ୍ରଦୀପ ବିଜେଡିରେ ଯୋଗଦେବା ପରେ ବି ଏହି ଦୁର୍ନୀତି ପଛର କାର୍ପଟଦାରଙ୍କୁ ଧରିବା ପାଇଁ ଦାବୀ କରିଥିଲେ |ବଡ଼ ପ୍ରସଙ୍ଗ ଓ ଜନଆକ୍ରୋଶ ଚାପ ପଡିବାରୁ ପ୍ରଶାସନ ଏହି ଦୁର୍ନୀତିର ବିଭାଗୀୟ ତଦନ୍ତ କରିଥିଲା |ତତ୍କାଳୀନ ଝରୀଗାଁ ବିଡ଼ିଓ ବାହାଦୁର ସିଂ ଧରୁଆ, ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ବିଭାଗ ଯନ୍ତ୍ରୀ ଦେବବ୍ରତ ଦାସ ଓ ବ୍ଲକ କନିଷ୍ଠ ଯନ୍ତ୍ରୀ ସୁନୀଲ କୁମାର ସାମଲ ନିଲମ୍ବିତ ହୋଇଥିଲେ |ଏହାପରେ କେବଳ ଝରୀଗାଁ ନୁହଁ ରାଇଘର, କୋଷାଗୁମୁଡା, ଉମରକୋଟ ଓ ପାପଡାହାଣ୍ଡି ବ୍ଲକରେ ମଧ୍ୟ ତଦନ୍ତ ପାଇଁ ଦାବୀ ହୋଇଥିଲା |ତେଣୁ ଭିଜିଲାନ୍ସ ପକ୍ଷରୁ ତଦନ୍ତ ଆରମ୍ଭ କରି କିଛି ବ୍ଲକରୁ ଫାଇଲ ସଂଗ୍ରହ କରାଯାଇଥିଲା |କିନ୍ତୁ ଭିଜିଲାନ୍ସ ତଦନ୍ତ ରିପୋର୍ଟ ଲୋକଲୋଚନକୁ ଆସି ପାରିଲାନାହିଁ |ପ୍ରାୟ ଦୁଇବର୍ଷ ଧରି ତଦନ୍ତ କୋମା ସ୍ଥିତିରେ ରହିଥିଲା |କିଛିଦିନ ତଳେ “ଶୀତଳ ଭଣ୍ଡାର”ରେ ୧୦୦କୋଟି ଟଙ୍କାର ପାଇଖାନା ଦୁର୍ନୀତି ଖବର ଗଣମାଧ୍ୟମରେ ପ୍ରକାଶ ପାଇବାରୁ ଭିଜିଲାନ୍ସ ପୁଣି ତତ୍ପରତା ପ୍ରକାଶ କରିଛି |ନବରଙ୍ଗପୁର ଭିଜିଲାନ୍ସ ବିଭାଗ ଆଜି ଝରୀଗାଁ ବ୍ଲକ କାର୍ଯ୍ୟାଳୟରୁ ପାଇଖାନା ଫାଇଲ ସବୁ ସଂଗ୍ରହ କରିଛି |କେବଳ ଝରୀଗାଁ ବ୍ଲକ ନା ସାରା ଜିଲ୍ଲାରେ ଏଭଳି ତଦନ୍ତ ହେବ ତାହା ସ୍ପଷ୍ଟ ହୋଇପାରିନି |ବରିଷ୍ଠ ବିଜେଡି ନେତା ପ୍ରଦୀପ ମାଝୀଙ୍କ କହିବା ପ୍ରକାରେ ଜିଲ୍ଲାରେ ପ୍ରାୟ ୩୦୦କୋଟି ଟଙ୍କାର ପାଇଖାନା ଦୁର୍ନୀତି ହୋଇଛି |ତେଣୁ ଭିଜିଲାନ୍ସ ସାରା ଜିଲ୍ଲାରେ ଦୁର୍ନୀତିର ତଦନ୍ତ କରିବାକୁ ସେ ଦାବୀ କରିଛନ୍ତି |

ମସିହା ନିୟୁଜ୍ ସର୍ଭିସ୍ 

Related posts

ଉମାକାନ୍ତ ସାହୁଙ୍କ ପରଲୋକ, ପରିଚିତ ମହଲରେ ଶୋକର ଛାୟା 

Sunil Chandra Nayak

ଗୋବର୍ଦ୍ଧନପୁର ୟୁପି ସ୍କୁଲଠାରେ  ଲାଞ୍ଜିଗଡ଼ ଗୋଷ୍ଠୀ ଶିକ୍ଷାଧିକାରୀଙ୍କୁ ଅବସର ପୂର୍ବ ସମ୍ବର୍ଦ୍ଧନା 

Sunil Chandra Nayak

ଏକ ମାସ ଧରି ମାଗଣା ଗ୍ଲୁକୋଜ ବଣ୍ଟନ କାର୍ଯ୍ୟକ୍ରମର ଶୁଭାରମ୍ଭ 

Sunil Chandra Nayak

Leave a Comment

error: Content is protected !!