ସହିଦ ଲକ୍ଷ୍ମଣ ନାୟକ ଉଚ୍ଚ ବିଦ୍ୟାଳୟ ର ୧୯୯୯ ମାଟ୍ରିକ ବେଚ ର ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ
ନବରଙ୍ଗପୁର: ( ୬|୫ )(ରବି ନାରାୟଣ ମହାନ୍ତି)ଧୋଡ୍ରା, ସହିଦ ଲକ୍ଷ୍ମଣ ନାୟକ ଉଚ୍ଚ ବିଦ୍ୟାଳୟ ର ୧୯୯୯ ମାଟ୍ରିକ ବେଚ ର ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଉମରକୋଟ ସ୍ଥାନୀୟ ଭାସ୍କେଲ ଡ୍ୟାମ ପରିସରରେ ଅନୁଷ୍ଠିତ ହୋଇଯାଇଛି l ଉକ୍ତ କାଯ୍ୟକ୍ରମ ରେ ୧୯୯୯ ବେଚ ର ପ୍ରାୟ ୨୦ ଜଣ ପୁରାତନ ଛାତ୍ର ଏକାଠି ହୋଇ ପୁରୁଣା ସ୍ମୃତି ଚାରଣ କରିବା ସହ କିଛି ବନ୍ଧୁ ଯିଏ କି ଭଗବାନ ପାଖକୁ ଚାଲିଯାଇଛନ୍ତି ସେମାନଙ୍କୁ ମନେପକେଇବା ସହ ସେମାନଙ୍କ ଆତ୍ମା ର ସଦଗତି ନିମନ୍ତେ ନିରବ ପ୍ରାର୍ଥନା କରିଥିଲେ l ଏହି ବନ୍ଧୁ ମିଳନ କାର୍ଯ୍ୟକ୍ରମରେ ବନ୍ଧୁମାନେ ବିଭିନ୍ନ ଗ୍ରାମରୁ ଆସିଥିଲେ l ନାଚ ଗୀତ ର ଆସର ବି ଜମିଥିଲା lସମସ୍ତ କାର୍ଯ୍ୟକ୍ରମ କୁ ଅମିତାବ,ସୁବାସ,ନାରେୟଣ ନ ଶିଶିର, ସନ୍ୟାସୀ, ଗୋବିନ୍ଦ, ବିପ୍ଳବ, ପ୍ରଦୀପ, ପରେଶ, ଚିନ୍ମୟ, ସଞ୍ଜୀତ, ପ୍ରଦୀପ ମିସ୍ତ୍ରୀ, ସୁଜନ ଭକ୍ତ,ସଞ୍ଜୟ, ଶଙ୍କର, କାଶୀନାଥ, ଭୋଳା, ଅଜିତ, ପ୍ରଶାନ୍ତ ଛତାଇ,ହିମାଂଶୁ, ଶଙ୍କର ଗୋରାନାଇ ଓ ଟୁଲୁ ସେଠୀ ପ୍ରମୂଖ ପରିଚାଳନା କରିଥିଲେ l ଏହି ୧୯୯୯ ମାଟ୍ରିକ ବେଚ ର ବନ୍ଧୁମିଳନ ସବୁବର୍ଷ ଅନୁଷ୍ଠିତ ହେଉଛି ଏବଂ ଏହି ବେଚ ଦ୍ୱାରା ଅନେକ ସାମାଜିକ କାର୍ଯ୍ୟକ୍ରମ ତଥା ଆବଶ୍ୟକ ପଡୁଥିବା ବ୍ୟକ୍ତି ଙ୍କୁ ସାହାଯ୍ୟ ଓ ସହଯୋଗ ବି କରାଯାଉଛି ।
( ମ ନି ସ )

