ବାଲେଶ୍ଵର,୧୫/୫/୨୩- ନବରଙ୍ଗପୁର ଜିଲ୍ଲା ନବରଙ୍ଗପୁର ସ୍ଥିତ ମିଶନ ଶକ୍ତି ହଲ ପରିସରରେ ଗତ ତା ୧୪/୫/୨୩ ରିଖ ରବିବାର ବିଶ୍ବ ମାତୃ ଦିବସ ଉପଲକ୍ଷେ ସ୍ଥାନୀୟ ସାହିତ୍ୟ, କଳା ସଂସ୍କୃତି ଓ କନ୍ୟା ସଙ୍ଗଠନ ତରଫରୁ ଏକ ବିଶେଷ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କନ୍ୟା ସଙ୍ଗଠନର ସଭାପତି ସ୍ବର୍ଣ୍ଣଲତା ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ପ୍ରଥମେ ବିଶ୍ବ ମାତୃ ଦିଵସ ପାଳନ କରାଯାଇଥିଲା । ଏଥିରେ ବିଶିଷ୍ଟ ଅତିଥି ଭାବେ ଜିଲ୍ଲାପାଳ ଡ. କମଳ ଲୋଚନ ମିଶ୍ର ଯୋଗ ଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ମାନ୍ୟବର ସାଂସଦ ମୁନ୍ନା ଖାଁ । ସମ୍ମାନିତ ଅତିଥି ଭାବେ ଉପ-ଆରକ୍ଷୀ ଅଧିକ୍ଷକ ଡ. ଚନ୍ଦ୍ରଶେଖର ହୋତା, ଶରତ ଚନ୍ଦ୍ର ତ୍ରିପାଠୀ, ମନୋରମା ମାଝୀ, ଜିଲ୍ଲା ସଂସ୍କୃତି ଅଧିକାରୀ ଘାସିଆ ହରିଜନ, ରାଜା ଚୈତନ୍ୟ ଦେବ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସୁପ୍ରିୟା ନାୟକ, ରାଜ୍ୟ ପ୍ରାଥମିକ ଶିକ୍ଷକ ସଙ୍ଘ
ସଭାପତି ରମଣି ରଞ୍ଜନ ତ୍ରିପାଠୀ, ନନ୍ଦାହାଣ୍ଡି ବ୍ଲକ ଶିଶୁ ପ୍ରକଳ୍ପ ଅଧିକାରୀ ସସ୍ମିତା ମହାନ୍ତି, ଓଡିଶା ସାହିତ୍ୟ ଏକାଡେମୀର ପ୍ରାକ୍ତନ ସଦସ୍ୟା ଜେମାମଣୀ ବିଶୋଇ, ଓଡ଼ିଶା ରାଜସ୍ୱ ଅମଲା ସଙ୍ଘର ରାଜ୍ୟ ସଭାପତି ତ୍ରିପତି ବାଲାଜୀ ସାହୁ, କନ୍ୟା ସଙ୍ଗଠନର ପରାମର୍ଶଦାତା ରାମ ପ୍ରସାଦ ପାତ୍ର, ଉପଦେଷ୍ଟା ବିଜୟ କୁମାର ଚୌଧୁରୀ, ଦୁର୍ଗା ପ୍ରସାଦ ପାଢ଼ୀ, ସଙ୍ଗଠନ ସଂଯୋଜିକା ଡ. ସଞ୍ଜୁକ୍ତା ପଣ୍ଡା, ସ୍ବପ୍ନା ମହାନ୍ତି, ବାସନ୍ତୀ ଲତା ଜେନା, ଜାହ୍ନବୀ ପଣ୍ଡା, ବିଷ୍ଣୁପ୍ରିୟା କର, ସୁଧା ପଟ୍ଟନାୟକ, ପ୍ରଭାସିନୀ ମହାନ୍ତି, ଧରିତ୍ରୀ ପଣ୍ଡା, ସୁଶୋଭିତା ମେର୍ଲିନୀ ତୁର୍କ, ସ୍ମୃତି ପଣ୍ଡା ଏବଂ ସୁବ୍ରତ ମହାନ୍ତି । କବି ସନ୍ତୋଷ ସାହୁ, ଆଇନଜୀବୀ ଶ୍ରୀକାନ୍ତ କୁମାର ପଣ୍ଡା, ଆଲୋକ ସାହୁ, ସାନୁଜ ପାତ୍ର, ବାଲୁକା ଶିଳ୍ପୀ ବାଳକୃଷ୍ଣ ଷଡ଼ଙ୍ଗୀ, ପି. ରବିକାନ୍ତ ରଘୁରାମ, ସୀମାଞ୍ଚଳ ପାଢ଼ୀ, ସନ୍ତୋଷ ଷଡ଼ଙ୍ଗୀ, ଓଡିଶା ଆଦର୍ଶ ବିଦ୍ୟାଳୟ ପାଚିକା ସଙ୍ଘର ଅଧ୍ଯକ୍ଷା, ସମ୍ପାଦିକା, କାର୍ଯ୍ୟକର୍ତ୍ତା, ସ୍ଥାନୀୟ କବି, କବୟତ୍ରୀ, ସାହିତ୍ୟ ଏକାଡେମୀ ସଦସ୍ୟ ବଲ୍ଲଭ କୁମାର ରାଉତ, କନ୍ୟା ସଙ୍ଗଠନର ଆବାହକ ପ୍ରଭଞ୍ଜନ ତ୍ରିପାଠୀ, ଉପ ସଭାପତି ରଘୁନାଥ ରଥ, ସମ୍ପାଦିକା ହେମଲତା ମାଝୀ ପ୍ରମୁଖ ଯୋଗ ଦେଇଥିଲେ । ମଞ୍ଚାସୀନ ଅତିଥି ମାନଙ୍କ ଦ୍ବାରା ଶ୍ରୀମତୀ ଜେନାଙ୍କ କବିତା ସଙ୍କଳନ ଉନ୍ମୋଚିତ ହୋଇଥିଲା । କବିତା ସଙ୍କଳନଟି ପଢିଲା ପରେ ଅତିଥି ମାନଙ୍କ ବକ୍ତବ୍ୟ ଶ୍ରୀମତୀ ଜେନାଙ୍କ ପାଇଁ ଖୁବ୍ ଉତ୍ସାହ ଓ ପ୍ରେରଣା ଦାୟକ ଥିଲା ।
ଶ୍ରୀମତୀ ଜେନାଙ୍କ କବିତା ସଙ୍କଳନଟିକୁ ସମୀକ୍ଷା କରିଥିଲେ ନବରଙ୍ଗପୁର ମହିଳା ମହାବିଦ୍ୟାଳୟର ଅଧ୍ଯାପିକା ସ୍ବପ୍ନା ମହାନ୍ତି ଏବଂ ରାଜ୍ଯପାଳ ପୁରସ୍କାର ପ୍ରାପ୍ତ ଶିକ୍ଷୟିତ୍ରୀ ପ୍ରଭାସିନୀ ମହାନ୍ତି । ଶେଷରେ ସମସ୍ତ ମଞ୍ଚାସୀନ ଅତିଥି ମାନଙ୍କୁ ଆନ୍ତରିକ ଧନ୍ୟବାଦ ଓ କୃତଜ୍ଞତା ଜଣାଇଥିଲେ ଶ୍ରୀମତୀ ଜେନା । ଉକ୍ତ ସଙ୍କଳନ ପ୍ରକାଶରେ ବିଶେଷ ସାହାଯ୍ୟ କରିଥିବା ସାମ୍ବାଦିକ ଓ କବି ପ୍ରଭଞ୍ଜନ ତ୍ରିପାଠୀ ଏବଂ କବୟିତ୍ରୀ ସ୍ବପ୍ନା ମହାନ୍ତିଙ୍କୁ ନିଜର ଗଭୀରତମ ପ୍ରଦେଶରୁ ଆନ୍ତରିକ ଶୁଭେଚ୍ଛା, ଶୁଭକାମନା, କୃତଜ୍ଞତା ଓ ଧନ୍ୟବାଦ ଜଣାଇଥିଲେ ଶ୍ରୀମତୀ ଜେନା । କଳା, ସାହିତ୍ୟ, ସଂସ୍କୃତି ଓ ଶିକ୍ଷା ଓ ବ୍ଯାସକବି ଫକୀରମୋହନଙ୍କ ମାଟି ବାଲେଶ୍ଵର ଜିଲ୍ଲାର ସୁ କବୟତ୍ରୀ ଶ୍ରୀମତୀ ଜେନା ସୁଦୂର ନବରଙ୍ଗପୁର ଜିଲ୍ଲାରେ ଶିକ୍ଷକତା କରିବା ସହିତ ସାହିତ୍ୟକୁ ଆଗେଇ ନେଇ ବାଲେଶ୍ଵର ଜିଲ୍ଲାର ସୁନାମକୁ ମହକାଇ ପାରିଥିବାରୁ ଉପସ୍ଥିତ ସମସ୍ତ ବନ୍ଧୁ ମାନେ ବହୁ ପ୍ରଶଂସା କରିଥିଲେ
ଉକ୍ତ କାର୍ଯ୍ୟକ୍ରମରେ ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ କୁପାରୀ ପଞ୍ଚାୟତ କବର ଗ୍ରାମରେ ଜନ୍ମିତ ନବରଙ୍ଗପୁର ଜିଲ୍ଲା ସିନ୍ଧିଗାଁ ବିଦ୍ୟାଳୟରେ ଶିକ୍ଷକତା କରୁଥିବା ସାହିତ୍ୟ ଜଗତର କୋଣ ଅନୁକୋଣରେ ପରିଚିତ ସୁନାମଧନ୍ଯା ସୁପରିଚିତା ସୁକବୟିତ୍ରୀ ବାସନ୍ତୀ ଲତା ଜେନାଙ୍କ ଦ୍ବିତୀୟ କବିତା ସଙ୍କଳନ ” କରୁଣା କଣିକା ” ମଞ୍ଚାସୀନ ଅତିଥି ମାନଙ୍କ ଦ୍ବାରା ଉନ୍ମୋଚିତ ହୋଇଥିଲା । ଏଥିରେ ମୋଟ ୯୬ ଟି କବିତା ସ୍ଥାନ ପାଇଛି । ଦିବସବ୍ଯାପୀ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଦୁର୍ଗା ପ୍ରସାଦ ପାଢ଼ୀ ଏବଂ ମନୋଜ ପଟ୍ଟନାୟକ ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

