ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ତାଜା ଖବର

ଏଣିକି ବିଦେଶରେ ବି ବ୍ୟବହାର କରିପାରିବେ ‘ଫୋନ ପେ

ୟୁପିଆଇ ପେମେଣ୍ଟ ପ୍ଲାଟଫର୍ମ ଫୋନପେକୁ ଏବେ ବିଦେଶରେ ବି ବ୍ୟବହାର କରିହେବ । ଏ ସଂପର୍କରେ କମ୍ପାନି ପକ୍ଷରୁ ଘୋଷଣା କରି କୁହାଯାଇଛି ଯେ ପ୍ରଥମ ପର୍ଯ୍ୟାୟରେ ୟୁଏଇ, ନେପାଳ, ଭୁଟାନ, ସିଂଗାପୁର ଓ ମରିସସରେ ଫୋନ ପେ ବ୍ୟବହାର କରି ୟୁପିଆଇ ପେମେଣ୍ଟ କରିବ । ଏସବୁ ଦେଶର ମର୍ଚ୍ଚାଣ୍ଟ ପଏଣ୍ଟଗୁଡ଼ିକରେ ଥିବା କ୍ୟୁଆର କୋଡ ଏବେ ଫୋନପେକୁ ସପୋର୍ଟ କରିବ ।

ଏ ସଂପର୍କରେ ଘୋଷଣା କରି ଫୋନପେ’ର ସିଟିଓ ( ମୁଖ୍ୟ ପ୍ରଯୁକ୍ତି ଅଧିକାରୀ) ରାହୁଲ ଚାରି କହିଛନ୍ତି ଯେ ୟୁପିଆଇ ଇଣ୍ଟରନ୍ୟାସନାଲ ଆରମ୍ଭ ହେବା ପରେ ତାହା ସମଗ୍ର ବିଶ୍ବ ୟୁପିଆଇକୁ ବ୍ୟବହାର କରିପାରିବ । ଏହା ଦ୍ବାରା ବିଦେଶଯାତ୍ରା କରୁଥିବା ଭାରତୀୟ ଯାତ୍ରୀଙ୍କ ଯାତ୍ରା ଅଭିଜ୍ଞତା ବଦଳିଯିବ ।

ଅନ୍ତର୍ଜାତୀୟ ସ୍ଥାନ ଗୁଡ଼ିକରେ ଫୋନ ପେ ମାଧ୍ୟମରେ ପେମେଣ୍ଟ୍ କଲେ ଗ୍ରାହକଙ୍କ ବ୍ୟାଙ୍କ ଆକାଉଣ୍ଟରୁ ବିଦେଶୀ ମୁଦ୍ରା ଅନୁପାତରେ ଅର୍ଥ କଟିଯିବ । ଏହା ଫଳରେ ଏଣିକୁ ବିଦେଶ ଯାତ୍ରା କରୁଥିବା ଭାରତୀୟମାନଙ୍କୁ ଇଣ୍ଟରନ୍ୟାସନାଲ ଡେବିଟ୍ କାର୍ଡ କିମ୍ବା ଫୋରେକ୍ସ କାର୍ଡ ବହନ କରିବାକୁ ପଡ଼ିବ ନାହିଁ ।

ଭାରତର ପ୍ରଥମ ଫିନଟେକ୍ ପ୍ଲାଟଫର୍ମ ଭାବେ ଫୋନ ପେ ଅନ୍ତର୍ଜାତୀୟ ସେବା ଆରମ୍ଭ କରିଛି । ଏହା ପରେ ଗୁଗୁଲ ପେ ଓ ଅନ୍ୟ  ଫିନଟେକ ଆପଗୁଡ଼ିକ ବି ଏହାକୁ ଅନୁସରଣ କରିବାର ସମ୍ଭାବନା ରହିଛି ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ଓଡ଼ିଶାରେ ୫ଜି ଟେଲିକମ୍ ସେବା ଉଦଘାଟିତ, ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଏବଂ ଧର୍ମେନ୍ଦ୍ର ପ୍ରଧାନ

Sunil Chandra Nayak

ଦେଶରେ ଗ୍ୟାସ୍ ଓ ପେଟ୍ରୋଲ୍ ସଂକଟ? ସରକାର କହୁଛି ‘ନାହିଁ’, ଲୋକେ କହୁଛନ୍ତି ‘ହଁ’! 

Sunil Chandra Nayak

ଭାରତର ଜାତୀୟ ପତାକା ,ଝଣ୍ଡା ଉଚ୍ଚା ରହେ ହମାରା

masiha

Leave a Comment

error: Content is protected !!