ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ତାଜା ଖବର

ମୋବାଇଲ ରିଚାର୍ଜ ୧୦% ମହଙ୍ଗା ହେବ , ବିଶେଷଜ୍ଞ ଙ୍କ ଆକଳନ…

ଚଳିତ ବର୍ଷ ମୋବାଇଲ୍ ରିଚାର୍ଜ ଆହୁରି ମହଙ୍ଗା ହେବାର ଆଶଙ୍କା ରହିଛି। ୫ଜି ସେବା ଦେବା ଲାଗି ବିପୁଳ ନିବେଶ କରୁଥିବା ଟେଲିକମ୍ କଂପାନିଗୁଡ଼ିକ ୨୦୨୩ ମଧ୍ୟଭାଗ ସୁଦ୍ଧା ରିଚାର୍ଜ ମୂଲ୍ୟ ବୃଦ୍ଧି ଘୋଷଣା କରିପାରନ୍ତି ବୋଲି ବିଶେଷଜ୍ଞମାନେ ଆକଳନ କରିଛନ୍ତି। ଉଭୟ ପ୍ରିପେଡ୍ ଓ ପୋଷ୍ଟ୍‌ପେଡ୍ ଗ୍ରାହକଙ୍କ ପାଇଁ ମୋବାଇଲ୍‌ ସେବା ମହଙ୍ଗା ହେବ। ରିଚାର୍ଜ ଦାମ୍ ୧୦ ପ୍ରତିଶତ ବଢ଼ିବାର ଆଶଙ୍କା ରହିଛି।

ଆଇଆଇଏଫ୍‌ଏଲ୍‌ ସିକ୍ୟୁରିଟିଜ୍ ଏକ ରିପୋର୍ଟରେ ଜଣାଇଛି ଯେ ୫ଜି ସେବାରୁ ଆୟ କରିବା ଟେଲିକମ୍ କଂପାନିଗୁଡ଼ିକ ଲାଗି ବର୍ତ୍ତମାନ ପରିସ୍ଥିତିରେ ସହଜ ହେବନି। କିନ୍ତୁ ସେମାନଙ୍କୁ ନିବେଶ ଜାରି ରଖିବାକୁ ପଡ଼ିବ। ଏଭଳି ସ୍ଥିତିରେ ଗ୍ରାହକ ପିଛା ରାଜସ୍ବ ବଢ଼ାଇବା ଲାଗି ସେମାନଙ୍କ ପାଖରେ କେବଳ ୪ଜି ରିଚାର୍ଜ ମୂଲ୍ୟ ବଢ଼ାଇବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନାହିଁ। ୨୦୨୩ ମଧ୍ୟ ଭାଗ ସୁଦ୍ଧା ୪ଜି ଟାରିଫ୍‌ରେ ବୃଦ୍ଧି ଆଶା କରାଯାଉଛି। ୨୦୨୪ରେ ଦେଶରେ ସାଧାରଣ ନିର୍ବାଚନ ହେବାକୁ ଯାଉଥିବାରୁ ତାହାର ଯଥେଷ୍ଟ ପୂର୍ବରୁ କଂପାନିଗୁଡ଼ିକ ଦରବୃଦ୍ଧି କରିପାରନ୍ତି ବୋଲି ରିପୋର୍ଟରେ କୁହାଯାଉଛି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ରାଇରଙ୍ଗପୁର ପୂର୍ଣେଶ୍ବର ଶୈବପୀଠରେ ଗଜାନନ ବିଗ୍ରହ ପ୍ରତିଷ୍ଠାରେ ମହାମହିମ ରାଷ୍ଟ୍ରପତିଙ୍କ ପୂଜାର୍ଚ୍ଚନା 

masiha

ଏଣିକି ପ୍ରତି ପଞ୍ଚାୟତରେ ଗଡ଼ିବ ‘ମୋ ବସ୍‌’ , କୋରାପୁଟ, ନବରଙ୍ଗପୁର, ରାୟଗଡା, ମାଲକାନଗିରି, କଳାହାଣ୍ଡି ଓ ଗଜପତି ଜିଲ୍ଲାକୁ ସାମିଲ

ହାଇ ସିକ୍ୟୁରିଟି ନମ୍ବର ପ୍ଲେଟରେ ଲୁଚିଛି ଅନେକ ରହସ୍ୟ

Leave a Comment

error: Content is protected !!