ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ତାଜା ଖବର

ମୋବାଇଲ ରିଚାର୍ଜ ୧୦% ମହଙ୍ଗା ହେବ , ବିଶେଷଜ୍ଞ ଙ୍କ ଆକଳନ…

ଚଳିତ ବର୍ଷ ମୋବାଇଲ୍ ରିଚାର୍ଜ ଆହୁରି ମହଙ୍ଗା ହେବାର ଆଶଙ୍କା ରହିଛି। ୫ଜି ସେବା ଦେବା ଲାଗି ବିପୁଳ ନିବେଶ କରୁଥିବା ଟେଲିକମ୍ କଂପାନିଗୁଡ଼ିକ ୨୦୨୩ ମଧ୍ୟଭାଗ ସୁଦ୍ଧା ରିଚାର୍ଜ ମୂଲ୍ୟ ବୃଦ୍ଧି ଘୋଷଣା କରିପାରନ୍ତି ବୋଲି ବିଶେଷଜ୍ଞମାନେ ଆକଳନ କରିଛନ୍ତି। ଉଭୟ ପ୍ରିପେଡ୍ ଓ ପୋଷ୍ଟ୍‌ପେଡ୍ ଗ୍ରାହକଙ୍କ ପାଇଁ ମୋବାଇଲ୍‌ ସେବା ମହଙ୍ଗା ହେବ। ରିଚାର୍ଜ ଦାମ୍ ୧୦ ପ୍ରତିଶତ ବଢ଼ିବାର ଆଶଙ୍କା ରହିଛି।

ଆଇଆଇଏଫ୍‌ଏଲ୍‌ ସିକ୍ୟୁରିଟିଜ୍ ଏକ ରିପୋର୍ଟରେ ଜଣାଇଛି ଯେ ୫ଜି ସେବାରୁ ଆୟ କରିବା ଟେଲିକମ୍ କଂପାନିଗୁଡ଼ିକ ଲାଗି ବର୍ତ୍ତମାନ ପରିସ୍ଥିତିରେ ସହଜ ହେବନି। କିନ୍ତୁ ସେମାନଙ୍କୁ ନିବେଶ ଜାରି ରଖିବାକୁ ପଡ଼ିବ। ଏଭଳି ସ୍ଥିତିରେ ଗ୍ରାହକ ପିଛା ରାଜସ୍ବ ବଢ଼ାଇବା ଲାଗି ସେମାନଙ୍କ ପାଖରେ କେବଳ ୪ଜି ରିଚାର୍ଜ ମୂଲ୍ୟ ବଢ଼ାଇବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନାହିଁ। ୨୦୨୩ ମଧ୍ୟ ଭାଗ ସୁଦ୍ଧା ୪ଜି ଟାରିଫ୍‌ରେ ବୃଦ୍ଧି ଆଶା କରାଯାଉଛି। ୨୦୨୪ରେ ଦେଶରେ ସାଧାରଣ ନିର୍ବାଚନ ହେବାକୁ ଯାଉଥିବାରୁ ତାହାର ଯଥେଷ୍ଟ ପୂର୍ବରୁ କଂପାନିଗୁଡ଼ିକ ଦରବୃଦ୍ଧି କରିପାରନ୍ତି ବୋଲି ରିପୋର୍ଟରେ କୁହାଯାଉଛି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ଯୁଦ୍ଧ ରୋକିବାରେ ପାକିସ୍ତାନର ଚେଷ୍ଟା—କୂଟନୀତିକ ସଫଳତା ନା ନୂତନ ରାଜନୈତିକ ଚାଲ୍ ? 

Sunil Chandra Nayak

ରେଳ ଦୁର୍ଘଟଣାରେ ଆସିଲା ମୃତାହତଙ୍କ ସଂଖ୍ୟା, ଅପରାହ୍ନ ୨ଟା ସୁଦ୍ଧା ୨୮୮ ଜଣଙ୍କ ମୃତ୍ୟୁ ହୋଇଛି। ୭୪୭ ଜଣ ଆହାତ, ୫୬ ଜଣ ସଙ୍କଟାପନ୍ନ ଅଛନ୍ତି । ଏନେଇ ରେଳ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି

“ଯୁଦ୍ଧର ମଧ୍ୟରେ ଶକ୍ତିଶାଳୀ ନିଷ୍ପତ୍ତି: କିଏ ଏହି ଜୁଲକଦର?” 

Sunil Chandra Nayak

Leave a Comment

error: Content is protected !!