ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନବରଙ୍ଗପୁର ଜିଲ୍ଲା ନିପା ସଂଘର ୨୦ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ

ନବରଙ୍ଗପୁର,୧୨/୮(ମସିହା) ନବରଙ୍ଗପୁର ଇଣ୍ଟରଡେନମିନେସନ ପାଷ୍ଟର ସଂଘ ( ନିପା )ର ୨୦ ତମ ବାର୍ଷିକ ଉତ୍ସବ ରୋକିସାନ ହୋଟେଲ ପ୍ରିମିୟମ ରେ ପାଳିତ ହୋଇଯାଇଛି l ମୂଖ୍ୟ ଅତିଥି ଭାବେ ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ ଯୋଗଦେଇ ପାଳକ ମାନଙ୍କର ଏକତା ସମ୍ପର୍କରେ ମତ ବ୍ୟକ୍ତ କରିଥିଲେ।ମୂଖ୍ୟବକ୍ତା ଭାବରେ ରେଭ୍ ଡ଼ଃ ପଙ୍କଜ କୁମାର ସିପା ଡ୍ରିମ୍ ଇଣ୍ଡିଆ ର ପ୍ରତିଷ୍ଠାତା ଓ ସଭାପତି ପ୍ରଦୀପ କୁମାର ନନ୍ଦ ଯୋଗଦେଇ ପ୍ରଭୁ ଯୀଶୁଙ୍କ ଠାରେ ସର୍ବ ପ୍ରଥମେ ପ୍ରାର୍ଥନା କରି, ଖ୍ରୀଷ୍ଟୀୟ ଧର୍ମ ଶ୍ରାସ୍ତ୍ର ପବିତ୍ର ବାଇବେଲ ର ଅମୃତ ବାଣୀ ପ୍ରଚାର କରିଥିଲେ l ସମ୍ମାନୀୟ ଅତିଥି ରାଇଟ ରେଭ୍ ବିଶପ ବି. ସ୍ୱାମୀ ନାଦୁଲୁ, ନଗେନ୍ଦ୍ର ପଟ୍ଟନାୟକ କାଉନସିଲର ନବରଙ୍ଗପୁର, ଅନିଲ ଦିନବନ୍ଧୁ ଆଇନଜୀବୀ, ସଞ୍ଜୟ ସୁନା ଆଇନଜୀବୀ ମଂଚ ରେ ଅତିଥି ଭାବେ ଯୋଗଦେଇଥିଲେ l ରେଭ୍ ଡ଼ଃ ପ୍ରମୋଦ କୁମାର ନାଗ ନିପାର ପ୍ରତିଷ୍ଠାତା ପ୍ରଦୀପ ପ୍ରଜ୍ଜଳନ କରିଥିଲେ l ରେଭ୍ ସରୋଜ କୁମାର କର୍କରା ଧର୍ମଶାସ୍ତ୍ର ବାଇବେଲ ରୁ କିଛି ପଦ ପର୍ବ ପାଠ କରିଥିଲେ l ରେଭ୍ ପ୍ରଦୀପ କୁମାର ନନ୍ଦ ସଭାପତି ନିପାର ମହତ ଉଦେଶ୍ୟ ଓ କାର୍ଯ୍ୟ ସଂପର୍କରେ ନିଜର ବକ୍ତବ୍ୟ ରଖିଥିଲେ l ରେଭ୍ ଗାବ୍ରିଏଲ୍ ସେନାପତି ତାଙ୍କ ଖ୍ରୀଷ୍ଟୀୟ ସଙ୍ଗୀତ ଦଳ ସହ ସଂଗୀତ ଗାନ କରିଥିଲେ l ରେଭ୍ ଡକ୍ଟର ଖ୍ରୀଷ୍ଟ ଦାନ ନାଗ ସାଧାରଣ ସମ୍ପାଦକ ଅତିଥି ଓ ବକ୍ତା ମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା କରିଥିଲେ ଓ ରେଭ୍ ମାହେର ହିଆଲ , ପ୍ରଭୁ ଯୀଶୁଙ୍କ ଠାରେ ଶେଷ ପ୍ରାର୍ଥନା କରି, ୧୦ଟି ବ୍ଲକର ଦୂର ଦୁରାନ୍ତରୁ ପାଳକ ମାନେ ଆସିଥିବାରୁ ଧନ୍ୟବାଦ ଅର୍ପଣ କରିଥିଲେ l ମଞ୍ଚ ପରିଚାଳନା ରେଭ୍ ଡ଼ଃ ଖ୍ରୀଷ୍ଟଦାନ ନାଗ ସାଧାରଣ ସମ୍ପାଦକ ସୁଚାରୁ ରୂପେ ପରିଚାଳନା କରିଥିଲେ l ଏହି ଉତ୍ସବରେ ରେଭ୍ ପ୍ରଦୀପ କୁମାର ନନ୍ଦ ସଭାପତି, ରେଭ ଏନ, କେ, ଖୋସଲା ଉପସଭାପତି, ରେଭ୍ ଡ଼ଃ ଖ୍ରୀଷ୍ଟଦାନ ନାଗ ସାଧାରଣ ସମ୍ପାଦକ , ରେଭ୍ ଗାବ୍ରିଏଲ ସେନାପତି ଯୁଗ୍ମ ସମ୍ପାଦକ, ରେଭ୍ ସଂଜୀବ କୁମାର ମନବୋଧ ତାଲିମ ସମ୍ପାଦକ ,ରେଭ୍ ମାହେର ହିଆଲ ସଂଯୋଜକ,ରେଭ୍ ଦିବାକର ଚେଟି ମିଶନ ଓ ଇଭାନଞ୍ଜଲିକାଲ ସମ୍ପାଦକ, ରେଭ୍ ସୁବାଷ ଚନ୍ଦ୍ର ରନ୍ଧାରୀ ଲିଟ୍ରେଚର ସମ୍ପାଦକ, ରେଭ୍ ସରୋଜ କୁମାର କର୍କରା ପବ୍ଲିକ ଓ ରିଲେସନ ସମ୍ପାଦକ, ରେଭ୍ ଫାଦର ତେଜମୟ ଦଣ୍ଡିଆ ରିଲିଫ ସମ୍ପାଦକ, ରେଭ୍ ବାବୁଲା ପରିଚ୍ଛା ଯୁବ ସମ୍ପାଦକ,ରେଭ୍ ବେନ୍ୟାମିନ ଉପାସି ଓ ରଞ୍ଜିତ ଗରଡା ଉମରକୋଟ ବ୍ଲକ୍ ଖ୍ରୀଷ୍ଟୀୟ ନେତା,ରେଭ୍ ଜାବେଶ ଜୁନାଥନ ଖୁରା ଖ୍ରୀଷ୍ଟୀୟ ନେତା ତେନ୍ତୁଳିଖୁଣ୍ଟି ବ୍ଲକ ଓ ରେଭ ସାଲେମ ରାଜୁ ଖୁରା ଖ୍ରୀଷ୍ଟୀୟ ନେତା ନନ୍ଦାହାଣ୍ଡି ବ୍ଲକ,ରେଭ୍ ବିରାଜ ମୋହନ କନ୍ଦପାନ ଅର୍ଗାନାଇଜର , ରେଭ୍ ଭୁବନ କଛପ, ରେଭ୍ ନିକୁଞ୍ଜ କର୍କରା ସମେତ ୧୦ଟି ବ୍ଲକରୁ ଶତାଧିକ ପାଳକ ମାନେ ଉପସ୍ଥିତ ଥିଲେ l

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ନରେନ୍ଦ୍ର ଭୋଇ ମେମୋରିଆଲ ଫୁଟବଲ ଟୁର୍ଣାମେଣ୍ଟର, ଫାଇନାଲରେ ଯୋଗଦେଲେ ବହୁଜନ ସଂଗ୍ରାମ ସମିତି ସଭାପତି ରଂଜନ ଜାଲ

masiha

ପ୍ରଧାନଶିକ୍ଷକଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭା

masiha

ଅଗ୍ରଗାମୀ ଦ୍ଵାରା ଓଡିଶା ମିଲଟ୍ସ ମିଶନ ସଚେତନତା କାର୍ଯ୍ୟକ୍ରମ         

Sunil Chandra Nayak

Leave a Comment

error: Content is protected !!