ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୭୭ ବର୍ଷ ସ୍ଵାଧୀନତା ହେବା ପରେ ମଧ୍ୟ ମୌଳିକ ସୁବିଧାରୁ ଏବେ ବି ବଞ୍ଚିତ ବିଜୁଗୁଡା ଗ୍ରାମ l କେବେ ହେବ ଗ୍ରାମର ବିକାଶ ???

୭୭ ବର୍ଷ ସ୍ଵାଧୀନତା ହେବା ପରେ ମଧ୍ୟ ମୌଳିକ ସୁବିଧାରୁ ଏବେ ବି ବଞ୍ଚିତ ବିଜୁଗୁଡା ଗ୍ରାମ l କେବେ ହେବ ଗ୍ରାମର ବିକାଶ ???

ନବରଙ୍ଗପୁର:(୨୭|୧୨)ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଳକରେ ଏପରି କିଛି ଗ୍ରାମ ଅଛି ,୭୭ ବର୍ଷ ସ୍ଵାଧୀନତା ପରେ ମଧ୍ୟ ମୌଳିକ ସୁବିଧାରୁ ଏବେ ବି ବଞ୍ଚିତ ବିଜୁଗୁଡା ଗ୍ରାମ l କେବେ ହେବ ଗ୍ରାମର ବିକାଶ ??? ଉକ୍ତ ଗ୍ରାମକୁ ଯିବାକୁ ନାହିଁ ପକ୍କା ରାସ୍ତା,ନାହିଁ ସ୍ଵଚ୍ଛ ନିର୍ମଳ ପାଇବା ପାଣି l ଗ୍ରାମରେ ବିଜୁଳି ଥାଇ ମଧ୍ଯ ଡିବିରି ଆଲୁଅ ଭରସା l ପାନୀୟ ଜଳ ନିମନ୍ତେ ବିଭାଗୀୟ ଯାତ୍ରୀଙ୍କୁ ବର୍ଷ ତମାମ ବାରମ୍ବାର ଅଭିଯୋଗ ହେବା ସତ୍ତ୍ୱେ ଠିକ୍ ହୋଇ ପାରୁନି ନଳ କୂପ l ଆଧିକାଂଶ ସମୟ ଡିବିରି ଆଲୁଅ ନଚେତ୍ ଦୀପ ଆଲୁଅ ରେ ଚଳି ଥାଆନ୍ତି ଗ୍ରାମବାସୀ l ଆହୁରି ଏକ କଥା, ଉକ୍ତ ଗ୍ରାମକୁ କିଛିଦିନ ପୂର୍ବେ ଆସିଥିଲା ରାସ୍ତା କାମ, କିନ୍ତୁ ଠିକାଦାର ଓ ବିଭାଗୀୟ ଯନ୍ତ୍ରୀ ଙ୍କ ମଧୁଚନ୍ଦ୍ରିକା ରେ କେବଳ କାର୍ଯ୍ୟ କରିବା ଫଳକ ତିଆରି କରି ଟଙ୍କା ଆତ୍ମସାତ ହୋଇଥିବା ଅଭିଯୋଗ ଆଣିଛନ୍ତି ଗ୍ରାମବାସୀ l କହିବାକୁ ଗଲେ ଉକ୍ତ ଗ୍ରାମର ଅଧିବାସୀ ମୌଳିକ ସୁବିଧାରୁ ବଞ୍ଚିତ ହୋଇ ରହିଛନ୍ତି l ପଡୁନି କାହାର ନଜର l ଉକ୍ତ ଗ୍ରାମରେ ରହୁଛନ୍ତି ୨୬ ଟି ପରିବାର l ଝାଟିମାଟି ଘରରେ କଟୁଛି ଜୀବନ l ପକ୍କା ଘର ସାତସପନ lତେବେ ବିକାଶ ର ଆଲୋକ କେବେ ଦେଖିବ ଏଇ ବିଜୁ ଗୁଡା ଗ୍ରାମ ? ଅପେକ୍ଷାରେ ରହିଛନ୍ତି ଏଇ ଗ୍ରାମର ଗ୍ରାମବାସୀ l

( ମ ନି ସ ) 

Related posts

ପ୍ରସିଦ୍ଧ କୁଲାଡ଼ ରଥଯାତ୍ରା ପ୍ରସ୍ତୁତି ବୈଠକ

Sunil Chandra Nayak

ବ୍ୟାଙ୍କ ଅଫ ଇଣ୍ଡିଆ ନର୍ଲା ପକ୍ଷରୁ ଜନ ସୁରକ୍ଷା ଯୋଜନ ପଞ୍ଚାୟତ ସ୍ତରୀୟ ପରିପୂର୍ତ୍ତି ଅଭିଯାନ ଅନୁଷ୍ଠିତ 

Sunil Chandra Nayak

ଡାବୁଗାଁରେ ବ୍ଲକ ସ୍ତରୀୟ କ୍ରିଡା ମହୋତ୍ସବ 

masiha

Leave a Comment

error: Content is protected !!