ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ଭାରତୀୟ ଜନତା ପାର୍ଟି ନୂଆପଡା ଜିଲ୍ଲା ର  ସାମ୍ବାଦିକ ସମ୍ମିଳନୀ, ନବୀନ ଓଡ଼ିଶା ନୂଆପଡ଼ା ଜିଲ୍ଲାର ସମସ୍ୟା ନବୀନ ବାବୁଙ୍କ ଠାରୁ ଜବାବର ଆଶା 

ଭାରତୀୟ ଜନତା ପାର୍ଟି ନୂଆପଡା ଜିଲ୍ଲା ର  ସାମ୍ବାଦିକ ସମ୍ମିଳନୀ, ନବୀନ ଓଡ଼ିଶା ନୂଆପଡ଼ା ଜିଲ୍ଲାର ସମସ୍ୟା ନବୀନ ବାବୁଙ୍କ ଠାରୁ ଜବାବର ଆଶା 

ନୂଆପଡ଼ା, ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ନୂଆପଡ଼ା ଜିଲ୍ଲାରେ ନବୀନ ଓଡ଼ିଶା-ଆମ ଓଡ଼ିଶା କାର୍ଯ୍ୟକ୍ରମର ଆସନ୍ତା ୧୦ ତାରିଖ ରେ ଶୁଭାରମ୍ଭ କରିବାକୁ ଯାଉଛନ୍ତି । ଏହି ପରିପ୍ରେକ୍ଷୀରେ ନୂଆପଡ଼ା ଜିଲ୍ଲା ବାସୀଙ୍କ ତରଫରୁ ହୃଦୟର କୋହ, ଆଖୁର ଲୁହ ବୁହାଉଥିବା କୂଳର ସମସ୍ୟା ଓ ପ୍ରସଙ୍ଗ ଆମ୍ଭେ ଭାରତୀୟ ଜନତା ପାର୍ଟି ନୂଆପଡ଼ା ଜିଲ୍ଲା ପକ୍ଷରୁ ଉପସ୍ଥାପନ କରୁଛୁ ଓ ଆଶା କରୁଛୁ ଆସନ୍ତା କାଲି ମାନ୍ୟବର ମୂଖ୍ୟମନ୍ତ୍ରୀ କାର୍ଯ୍ୟକ୍ରମର ଉଦ୍‌ଘାଟନି ଉତ୍ସବରେ ଜିଲ୍ଲାବାସୀଙ୍କ ଉଦ୍ଦେଶ୍ୟରେ ତାଙ୍କ ବକ୍ତବ୍ୟରେ ଉତ୍ତର ରଖିବେ ।

ସର୍ବ ପ୍ରଥମେ କୌଣସି ଜନହିତକର କାର୍ଯ୍ୟକୁ ଆମ୍ଭେ ବିରୋଧ କରି ନାହୁଁ କିମ୍ବା କରିବୁ ନାହିଁ । କିନ୍ତୁ ଏହି କାର୍ଯ୍ୟକ୍ରମ କେବଳ ନିର୍ବାଚନରେ ଭୋଟ ହାତେଇବା ପାଇଁ ପ୍ରତୀତ ହେଉଛି । କାରଣ ପ୍ରତ୍ୟେକ ନିର୍ବାଚନ ପୂର୍ବରୁ ଲୋକଙ୍କୁ ଭୂଆଁ ବୁଲେଇବା ପାଇଁ ନବୀନ ବାବୁ ଅନେକ ଯୋଜନା ଘୋଷଣା କରନ୍ତି ଓ ନିର୍ବାଚନ ସରିଗଲେ ଯୋଜନାର ଅପମୃତ୍ୟୁ ହୋଇଥାଏ । ଆଗରୁ ଓଡ଼ିଶା ନବୀନ ବାବୁଙ୍କର ନ ଥିଲା କି ? ଏବେ ୨୩ ବର୍ଷ ପରେ ନବୀନ ଓଡ଼ିଶା ହେଉଛି କି ? ପ୍ରକୃତରେ ଆପଣ ନବପୁନର୍ଗଠନ ଓଡ଼ିଶାର କଥା କହୁଛନ୍ତି ନା ଗୁଲାକି କରି ଓଡ଼ିଶାକୁ ଆପଣଙ୍କ ନାମରେ ନାମିତ କରିବାର ଅସ୍ପର୍ଶ କରୁଛନ୍ତି ? ନବୀନ ଓଡ଼ିଶା ଓ ଆମ ଓଡ଼ିଶା ଭିତରେ ଆକାଶ ଜମିର ପାର୍ଥକ୍ୟ ଅଛି । ଆପଣଙ୍କ ନବୀନ ଓଡ଼ିଶାରେ ନୂଆପଡ଼ା ଜିଲ୍ଲା ଅଛି କି ନାହିଁ ? ନୂଆପଡ଼ା ଜିଲ୍ଲାର କନ୍ତ୍ରଣା ଜର୍ଜରୀତ ଅନେକ ସମସ୍ୟା ଓ ପ୍ରସଙ୍ଗ ଆପଣଙ୍କ ୨୩ ବର୍ଷ ଶାସନରେ ସମାଧାନ ନ ହୋଇ ବଢ଼ିଗୁଲିଛି । ମୂଖ୍ୟ ଓ ମୂଳ ସମସ୍ୟା ଗୁଡ଼ିକର ସମାଧାନ ନ କରି ନବୀନ ଓଡ଼ିଶା-ଆମ ଓଡ଼ିଶା କାର୍ଯ୍ୟକ୍ରମ ନାମରେ ଜିଲ୍ଲାବାସୀଙ୍କୁ ଭୂତେଇବାର ଅପଚେଷ୍ଟା କରନ୍ତୁ ନାହିଁ । ନିମ୍ନରେ ପ୍ରଦତ୍ତ ଜିଲ୍ଲାର ମୂଖ୍ୟ ପ୍ରସଙ୍ଗ ଓ ପ୍ରଶ୍ନ ଆପଣଙ୍କ ଉଦ୍ଦେଶ୍ୟରେ ଉପସ୍ଥାପନ କରୁଛୁ ଓ ଆପଣଙ୍କଠାରେ ନିଶ୍ଚିତ ଉତ୍ତର ଅପେକ୍ଷା

ପ୍ରତ୍ୟେକ ପଞ୍ଚାୟତକୁ ଆପଣ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ୫୦ ଲକ୍ଷ ଟଙ୍କା ପ୍ରଦାନ କରୁଛନ୍ତି । ଏହି ଅର୍ଥ ସିଧାସଳଖ ପଞ୍ଚାୟତ ମାଧ୍ୟମରେ ଖର୍ଚ୍ଚ ହେଉ ନାହିଁ କାହିଁକି ? ପଞ୍ଚାୟତରେ ବିଭିନ୍ନ ପ୍ରକଳ୍ପ ବିନା ପଲ୍ଲୀସଭା ବିନା ଗ୍ରାମ ସଭାରେ ନିର୍ଦ୍ଧାରଣ ହେଲା କେମିତି ? ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଆପଣଙ୍କ ସରକାର ପଞ୍ଚାୟତ ପାଇଁ ଉଦ୍ଧିଷ୍ଟ ଅର୍ଥ ଓ ପଞ୍ଚାୟତକୁ ପ୍ରଦତ୍ତ କ୍ଷମତାର ହରଣ ଗୁଲ କରୁନାହାନ୍ତି କି ?

 ନୂଆପଡ଼ା ଜିଲ୍ଲାର ଦାଦନ ସମସ୍ୟାର ସମାଧାନ କେବେ ହେବ ? ଦାଦନମୁକ୍ତ ନୂଆପଡ଼ା ଜିଲ୍ଲା ପାଇଁ ନିର୍ଦ୍ଦିଷ୍ଟ ପଦକ୍ଷେପ ଘୋଷଣା କରିବେ କି ?

ମରୁଡ଼ି ଜର୍ଜରିତ ନୂଆପଡ଼ା ଜିଲ୍ଲାବାସୀଙ୍କ ପାଇଁ ଜଳ ସେଚନର କ’ଣ ପଦକ୍ଷେପ ନେଇଛନ୍ତି ଜଣଇବେ କି ? ନୂଆପଡ଼ା ଜିଲ୍ଲାର ପ୍ରତ୍ୟେକ ବ୍ଲକ ଆପଣଙ୍କ ପ୍ରତିଶୃତି ମୁତାବକ ୩୫% ଜଳ ସେଚିତ ହୋଇ ପାରିଛି କି ?

ଶୋଷଣ – କଷଣ, କଟନୀ – ଛଟନୀ ମୁକ୍ତ ଧାନ ମଣ୍ଡି ଜିଲ୍ଲାର ଗୁଷୀ କୂଳଙ୍କୁ ଦେଇପାରିବେ କି ? ରୁଷୀଙ୍କୁ ଧାନ କ୍ୱିଣ୍ଟାଲ ପିଛା ନ୍ୟୁନତମ ସମର୍ଥନ ମୂଲ୍ୟ ଉପରେ ୧୦୦୦/- ଟଙ୍କା ବୋନସ୍ ଘୋଷଣା କରିବେ କି ?

ଜିଲ୍ଲାର ଚାଷୀ ମାନଙ୍କ ୨୦୧୭, ୨୦୧୯, ୨୦୨୧ ବର୍ଷ ଗୁଡ଼ିକର ବକେୟ ଥିବା ଫସଳ ବୀମା ତୁରନ୍ତ ପ୍ରଦାନ ପାଇଁ ପଦକ୍ଷେପ ନେବେ କି ? ଫସଲ ବୀମାରେ ହୋଇଥ‌ିବା ଦୁର୍ନିତୀ ବିରୁଦ୍ଧରେ ଦୃଢ଼ ପଦକ୍ଷେପ ଗ୍ରହଣ କରି ଦଲାଇ ମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ କରିବେ କି ?

ନୂତନ ଜିଲ୍ଲାର ଅନ୍ୟତମ ମୂଖ୍ୟ ଫସଲ ମକା ଓ କପା ପାଇଁ ମଣ୍ଡି ବ୍ୟବସ୍ଥା କରିପାରିବେ କି ?

ଏହି ଲଘୁବନ୍ୟ ଜାତ ଦ୍ରବ୍ୟ ଚାହାଁର ଓ ମହୁଲ ଉପରେ ନିମ୍ନତମ ସମର୍ଥନ ମୂଲ୍ୟ ଘୋଷଣା କରିବେ କି ?

ମୁଁ ବିଜୁଳୀ ବିଭାଗକୁ ଆପଣଙ୍କ ସରକାର ଟାଟା କମ୍ପାନୀ ହାତରେ ଟେକି ଦେଲା ପରେ ରୁଷୀ ଓ ଉପଭୋକ୍ତ କମ୍ପାନୀର ଦୌରାତ୍ମ୍ୟ ଓ ଶୋଷଣର ଶିକାର ହେଉଛନ୍ତି । କମ୍ପାନୀର ଶୋଷଣରୁ ରୁଷୀ ଓ ଉପଭୋକ୍ତାଙ୍କୁ ସୁରକ୍ଷା ଦେବା ପାଇଁ ଠୋସ୍ ପଦକ୍ଷେପ ନେବେ କି ?

ତୃତୀୟ ଓ ଚତୁର୍ଥ ଶ୍ରେଣୀ କର୍ମଗୁରୀ ନିଯୁକ୍ତିରେ କାହା ସ୍ବାର୍ଥରେ ଜିଲ୍ଲା କେଡର ହଟେଇ ରାଜ୍ୟ କେର୍ଡର କରିଛନ୍ତି ଦୟାକରି ଜଣାଇବେ କି ? ଏହାଦ୍ବାରା ଜିଲ୍ଲାର ଶିକ୍ଷିତ ବେରୋଜକାର ଯୁବକ ଯୁବତୀ ତାଙ୍କ ଜିଲ୍ଲାର ଗୁରୀ ନ ପାଇ ଦାଦନ ଖଟିଯିବା ପାଇଁ ବାଧ୍ୟ ହେଉଛନ୍ତି । ଏହି ବ୍ୟବସ୍ଥାକୁ ସଂପୂର୍ଣ୍ଣ ଉଚ୍ଛେଦ କରି ପୂର୍ବବତ୍ ଜିଲ୍ଲା କେଡର ଲାଗୁ କରିବେ କି ?

ଏହି ଜିଲ୍ଲାରେ ମନରେଗା ଯୋଜନା ବିଫଳ ହୋଇଛି କହିଲେ ଅତ୍ୟୁକ୍ତି ହେବ ନାହିଁ । ବ୍ୟବପକ ଦୁର୍ନିତୀ ଓ ଭ୍ରଷ୍ଟାଗ୍‌ର ଯୋଜନାକୁ ପଥଭ୍ରଷ୍ଟ କରିଛି, ମେସିନ କରିଆରେ କାମ ହେଉଛି । ଦୀର୍ଘଦିନ ଶ୍ରମିକ ବକେୟା ପଡ଼ି ରହୁଛି । ଦୁର୍ନିତି ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଓ ତୁରନ୍ତ ପାଉଣା ପ୍ରଦାନ ପାଇଁ ପଦକ୍ଷେପ ଗ୍ରହଣ କରିବେ କି ?

ଜିଲ୍ଲାର ପଞ୍ଜିକୃତ ନିର୍ମାଣ ଶ୍ରମିକ ସମସ୍ତ ପ୍ରକାର ସୁବିଧା ସୁଯୋଗ, ନବୀକରଣ ଓ ପଞ୍ଜିକରଣରୁ ବଞ୍ଚ ହେଉଛନ୍ତି । ଏ ମାନଙ୍କ ହକ୍ ପ୍ରାପ୍ୟ ଓ ସୁବିଧା ପାଇଁ ଦୃଢ଼ ପଦକ୍ଷେପ ଗ୍ରହଣ କରିବେ କି ?

ଏ ଶିଳ୍ପ ବିହୀନ ନୂଆପଡ଼ା ଜିଲ୍ଲାରେ କୌଣସି ଶିଳ୍ପ ପ୍ରତିଷ୍ଠା କରି ଜିଲ୍ଲାର ଅଭିବୃଦ୍ଧି ସହିତ ରୋଜଗାର ପାଇଁ ସୁଯୋଗ ସୃଷ୍ଟି କରିବେ କି ?

 ନୂଆପଡ଼ା ଜିଲ୍ଲାରେ ଗୋଟିଏ ବି ସରକାରୀ ମହାବିଦ୍ୟାଳୟ ନାହିଁ କିମ୍ବା କୃଷି, ବୈଷୟିକ, ଇଜିନିୟରିଙ୍ଗ ମହାବିଦ୍ୟାଳୟ ନାହିଁ । ଏ କ୍ଷେତ୍ରରେ ଜିଲ୍ଲାର ଛାତ୍ରଛାତ୍ରୀଙ୍କ ପାଇଁ ପଦକ୍ଷେପ ଗ୍ରହଣ କରିବେ କି ?

ଏହି ଜିଲ୍ଲାର ସ୍ବାସ୍ଥ୍ୟ ବ୍ୟବସ୍ଥା ବିପର୍ଯ୍ୟୟ ଅବସ୍ଥାରେ ଅଛି । ପ୍ରତ୍ୟେକ ହସ୍ପିଟାଲରେ ଆବଶ୍ୟକ ଡାକ୍ତର, କର୍ମଚାରୀ ଓ ଅତ୍ୟାଧୁନିକ ଉପକରଣ ନାହି । ଏହାର ସମାଧାନ ପାଇଁ ପଦକ୍ଷେପ ଗ୍ରହଣ କରିବେ କି ?

ଜିଲ୍ଲାର ବିଭିନ୍ନ କାର୍ଯ୍ୟାଳୟରେ ଅଧିକାରୀ ଓ କର୍ମଗୌରୀ ମରୁଡ଼ି ଦେଖା ଦେଇଛି । ତାର ସମାଧାନ ପାଇଁ ପଦକ୍ଷେପ ଘୋଷଣା କରିବେ କି ?

ଜିଲ୍ଲାବାସୀଙ୍କୁ ଜହର ମିଶା ଫ୍ଲୋରାଇଡ଼ ଯୁକ୍ତ ଜଳ ବଦଳରେ ବିଶୁଦ୍ଧ ପାନୀୟ ଜଳ ଯୋଗାଇବାରେ ସରକାର ବିଫଳ ହୋଇଛନ୍ତି । ନଳ ଯୋଗେ ଜଳ ଯୋଗାଣ ବ୍ୟବସ୍ଥା ଅନେକ ଗାଁରେ ବିଫଳ ହୋଇଛି । ଜିଲ୍ଲାର ପ୍ରତ୍ୟେକ ଗ୍ରାମକୁ ବିଶୁଦ୍ଧ ପାନୀୟ ଜଳ ଯୋଗେଇବା ପାଇଁ ପଦକ୍ଷେପ ତୁରନ୍ତ ନେବେ କି ?

ଏହି ଜିଲ୍ଲାବାସୀଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗେଇ ପାରିଲେ ନାହିଁ, ଅଥଚ ବେନିୟମ ଭାଟି କୋଠି ମାଧ୍ୟମରେ ମଦର ବନ୍ୟା ଚାଲିଛି । ଏହାର ଉପରେ ଅକୁଶ ପାଇଁ ପଦକ୍ଷେପ ନେବେ କି ?

ହଜାର ହଜାର ଅଧ୍ବବାସୀ ଜଙ୍ଗଲ ଜମି ପଟ୍ଟା ପାଇଁ ଆବେଦନ କରି ବର୍ଷ ବର୍ଷ ଧରି ଅପେକ୍ଷାରେ ଅଛନ୍ତି । ଏମାନଙ୍କୁ କେବେ ସୁଦ୍ଧା ଜଙ୍ଗଲ ଜମି ପଟ୍ଟା ପ୍ରଦାନ କରିବେ ଘୋଷଣା କରିବେ କି ? ।ଏହି ସାମ୍ବାଦିକ ସମ୍ମିଳନୀ ରେ ଜିଲ୍ଲା ସଭାପତି ସୁବ୍ରତ ଠାକୁର ,ପୂର୍ବତନ ବିଧାୟକ ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ହିତେଶ ବବର୍ତୀ ,ରାଜ୍ୟ କାର୍ୟ୍ଯକାରିଣୀ ସଦସ୍ୟ ଯଦୁ ମଣି ପାଣିଗ୍ରାହୀ ,ସାଧାରଣ ସମ୍ପାଦକ ଦେବ ଦେବ ସିଂହ ଦେଓ ,ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ଦେବ ଯୋଶୀ ,ସୁକୃ ବାଗ ,ସୁଜନ ନାଗ ପ୍ରମୁଖ ଉପସ୍ଥିତ ଥିଲେ ।

ନୂଆପଡ଼ା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ପଂଚାୟତ ରାଜ ଦିବସକୁ ଭ୍ରଷ୍ଟାଚାର ଦିବସ ଭାବେ ପାଳନ କରୁଛି କାମାକ୍ଷାନଗର ବିଜେପି

Sunil Chandra Nayak

କାମାକ୍ଷାନଗର ବ୍ଲକରେ ଆମ୍ ଆଦମୀ ପାର୍ଟିର କାର୍ଯ୍ୟକର୍ତ୍ତା ସମ୍ମିଳନୀ

Sunil Chandra Nayak

କେନ୍ଦ୍ରଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ବିଜେପି ଦଳୀୟ ନେତା ଓ କର୍ମୀଙ୍କୁ ଦେଲେ ଗୁରୁମନ୍ତ୍ର

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort