ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ଦିନକୁ ଦିନ ବଢୁଛି ନବରଙ୍ଗପୁର ବିଜେଡ଼ି ର ଶକ୍ତି 

ଦିନକୁ ଦିନ ବଢୁଛି ନବରଙ୍ଗପୁର ବିଜେଡ଼ି ର ଶକ୍ତି 

ନବରଙ୍ଗପୁର : (୧୩/୪)(ରବି ନାରାୟଣ ମହାନ୍ତି) ନବରଙ୍ଗପୁର ଦିନକୁ ଦିନ ବଢୁଛି ନବରଙ୍ଗପୁର ବିଜେଡ଼ି ର ଶକ୍ତି । ଏହି ଅବସରରେ ଶନିବାର ନବରଙ୍ଗପୁର ବିଜେଡିର ଏକ ବିରାଟ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ବିଜୁ ଛାତ୍ର ଜନତା ଦଳର ରାଜ୍ୟ କାର୍ଯ୍ୟକ।ରୀ ସଭାପତି ଦିଲୁ ପଣ୍ଡା ଙ୍କ ନେତୃତ୍ୱରେ ଆୟୋଜିତ ଏହି ମିଶ୍ରଣ ପର୍ବରେ ପ୍ରଥମେ ଛାତ୍ର ବିଜେଡ଼ି ନଗର ସଭାପତି ପଦବୀ ପୂରଣ କରାଯାଇଛି । ପୂର୍ବରୁ ଅଭିନାଶ ମହାପାତ୍ର ଏହି ପଦବୀରେ ଥିବାବେଳେ ବର୍ତ୍ତମାନ ସେ ଚାକିରି ପାଇବା ପରେ ଉକ୍ତ ପଦବୀ ଖାଲି ପଡିଥିଲା । ଆଜି ତାହା ପୁରାଣ ହେବା ସହ ଏହି ପଦବୀକୁ ଛାତ୍ର ନେତା ଏ ମୂରଳୀ କ୍ରୀଷ୍ଣାଙ୍କୁ ପ୍ରଦାନ କରାଯାଇଛି । ଏହି ଅବସରରେ ଶ୍ରୀ କ୍ରୀଷ୍ଣାଙ୍କ ସମେତ ଏକ ଶହରୁ ଊର୍ଦ୍ଧ୍ବ ପରିମାଣର ଯୁବ ଓ ଛାତ୍ର ମାନେ ବିଜୁ ଜନତା ଦଳରେ ଆଜି ବିଧି ବଦ୍ଧ ଭାବେ ସାମିଲ ହୋଇଛନ୍ତି । ନୂତନ ଭାବେ ଯୋଗ ଦେଇଥିବା ଶ୍ରୀ କ୍ରୀଷ୍ଣା ଓ ତାଙ୍କ ସମର୍ଥକ ମାନଙ୍କୁ ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ, ନବରଙ୍ଗପୁର ପୂର୍ବତନ ସାଂସଦ ତଥା ଏଥରର ନବରଙ୍ଗପୁର ସାଂସଦ ପ୍ରାର୍ଥୀ ପ୍ରଦୀପ ମାଝୀ, ବିଧାୟକ ପ୍ରାର୍ଥୀ କୌଶଲ୍ୟା ପ୍ରଧାନୀ, ନଗର ସଭାପତି ପ୍ରମୋଦ ରଥ ପୁଷ୍ପମାଲ୍ୟ ଓ ଉତ୍ତରୀୟ ଦେଇ ନୂତନ ଭାବେ ସାମିଲ ହୋଇଥିବା ଯୁବ ଓ ଛାତ୍ର ଦଳକୁ ସ୍ବାଗତ କରିଥିଲେ । ସ୍ଵାଗତ କରିବା ଅବସରରେ ପ୍ରଦୀପ ମାଝୀ ଯୁବକ ମାନେ ଆଗାମୀ ପିଢିର ଭବିଷ୍ୟତ ଏବଂ ଓଡ଼ିଶାକୁ ଏକ ସଶକ୍ତ ଓଡ଼ିଶା ଗଠନ କରିବା ପାଇଁ ହେଲେ ଯୁବ ଓ ଛାତ୍ର ଙ୍କ ଅବଦାନ ନିହାତି ରହିବା ଦରକାର ବୋଲି କହିଥିବାବେଳେ ବିଧାୟକ ଶ୍ରୀ ପ୍ରଧାନୀ ଯୁବକ ମାନେ ରାଜନିତୀ କ୍ଷେତ୍ରକୁ ବାଛି ଥିବାରୁ ଖୁସି ବ୍ୟକ୍ତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ନବରଙ୍ଗପୁର ପୌର ପରିଷଦର କାଉନସିଲର ନଗେନ୍ଦ୍ର କୁମାର ପଟ୍ଟନାୟକ ,ଜିଲ୍ଲା ବିଜେଡ଼ି ଉପ ସଭାପତି ମିଟୁ ପାତ୍ର, ଉତ୍ତମ ତ୍ରିପାଠୀ , ବିଜେଡ଼ି ସଂପାଦକ ଭୀମ ହରିଜନ, ସାଂସଦ ପ୍ରତିନିଧି ବାବୁଲି ମିଶ୍ର, ନଗର ବିଜେଡ଼ି ଉପ ସଭାପତି ସ୍ଵାଧୀନ ପଣ୍ଡା, ସମ୍ପାଦକ ପୂର୍ଣ ଚନ୍ଦ୍ର ମହାପାତ୍ର, କୁନା ପାଢି, ଲାଲୁ ତ୍ରୀପାଠୀ, ସଞ୍ଜୟ ନାୟକ , ପୌର ପରିଷଦର ୯ ନମ୍ବର ୱାର୍ଡ ବିଜେଡ଼ି ସଭାପତି ଦୁର୍ଗା ତ୍ରିପାଠୀ , ସିର।ଜ ଉଦ୍ଦିନ ଅହମ୍ମଦ , ଆର ପୁରୁଷୋତ୍ତମ ଆଚ।ରି , ଜଗନ୍ନାଥ ବାଗ ପ୍ରମୁଖ ଙ୍କ ସମେତ ବହୁ ବିଜେଡ଼ି ନେତା ଓ କର୍ମୀ ଏବଂ ନୂତନ ଭାବରେ ଯୋଗ ଦେଇଥିବା ଶତାଧିକ ଯୁବକ ଓ ଛାତ୍ର ଉପସ୍ଥିତ ରହିଥିଲେ ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତି ଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ଧର୍ମଗଡ ରେ ପ୍ରବାଦ ପୁରୁଷ ବିଜୁବାବୁଙ୍କୁ ୨୭ତମ ଶ୍ରାଦ୍ଧ ଦିବସରେ ଶ୍ରଦ୍ଧାଞ୍ଜଳି ସଭା

masiha

ରାହୁଲ ଯାଦବ ଙ୍କୁ ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀର ଯୁବ ବିଜେଡି ସଭାପତି ମୁକୁଟ

Sunil Chandra Nayak

ଦେଦର ଠାରେ ବ୍ଲକ ସ୍ତରୀୟ କଂଗ୍ରେସର କର୍ମୀ ସମ୍ବିଳନୀ

masiha

Leave a Comment

error: Content is protected !!