ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ବିଜେପି ଶେଷ ନିର୍ବାଚନୀ ସଭାରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ

ବିଜେପି ଶେଷ ନିର୍ବାଚନୀ ସଭାରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ

ଜୁନାଗଡ଼ /୧୧/୦୫ (ମନିସ)ନିର୍ବାଚନ ଆଉ ମାତ୍ର ଦିନେ ରହିଥିବା ବେଳେ ବିଭିନ୍ନ ଦଳ ପକ୍ଷରୁ ନିଜ ପ୍ରଚାରକୁ ଜୋରଦାର କରିଛି। ଏପଟେ ଭୋଟକୁ ନେଇ ଚର୍ଚ୍ଚା ସରଗରମ୍ ହେଉଥିବା ଦେଖିବାକୁ ମିଳିଛି। କଲାହାଣ୍ଡି ଜିଲ୍ଲା ଜୁନାଗଡ଼ ନିର୍ବାଚନ ମଣ୍ଡଳୀରେ ମଧ୍ୟ ବିଜେପିର ନିର୍ବାଚନୀ ପ୍ରଚାରକୁ ଜୋରଦାର କରିଛି।ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେଵ ସା ଯୋଗଦେଇ ବିଧାୟକ ପାର୍ଥି ମନୋଜ ମେହେର ଓ ସାଂସଦ ପାର୍ଥି ମାଲବିକା ଦେଓ ସପକ୍ଷରେ ଭୋଟ ଭିକ୍ଷା କରିଥିଲେ। ଜୁନାଗଡ଼ ନିର୍ବାଚନ ମଣ୍ଡଳୀର ବିଜେପି ପ୍ରାର୍ଥି ମନୋଜ ମେହେର ଓ ସାଂସଦ ପାର୍ଥି ମାଲବିକା ଦେଓଙ୍କୁ ଭୋଟ ଦେଇ ଜୟଯୁକ୍ତ କରାଇବେ ବୋଲି ଆଜି ସ୍ଥାନୀୟ ଖେଲପଡିଆରେ ହୋଇଥିବା ସଭାରେ ଉପସ୍ଥିତ ଲୋକଙ୍କୁ ନିବେଦନ କରି ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ ।ଏହି କାର୍ଯ୍ୟକ୍ରମରେ ଜୁନାଗଡର ଏନ୍.ଏ.ସି ଚେୟାରମେନ ମୁକେଶ ଅଗ୍ରୱାଲ, ସୁଧାଂଶୁ ବରାଡ,ପ୍ରୋମଦ କୁମାର ଜେନ,ରସ୍ମି ରଞ୍ଜନ ନାଏକ, ରଞ୍ଜନ ଜାଲ,ସରମିଷ୍ଟା ମେହେର, କାଞ୍ଚନ ବାଗ ସମେତ ଜୁନାଗଡ଼ ଅଞ୍ଚଳର ଅନେକ ଦଳୀୟକର୍ମୀ ଉପସ୍ଥିତ ରହିଥିଲେ । ଛଡିତଗଡର ମୁଖ୍ୟମନ୍ତ୍ରୀ ସମେତ ପଡୋଶୀ ରାଜ୍ୟ ର ବିଜେପିର ନେତାମାନେ ଆସି ଏହି ଦୁଇ ପାର୍ଥିଙ୍କ ସପକ୍ଷରେ ଭୋଟ ଭିକ୍ଷା କରିଥିଲେ।   ଛତିଶଗଡ ମୁଖ୍ୟମନ୍ତ୍ରୀଙ୍କ. ଆଗମନ ପରେ ଦଳ ଉତ୍ସାହ ଦେଖିବାକୁ ମିଳିଥିଲା। କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ନଗର ସଭାପତି କାଳିନ୍ଦ୍ରୀ ପାଣିଗ୍ରାହୀ।

ଜୁନାଗଡ଼ ରୁ ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ବଢ଼ିଲା ରାଜ୍ୟ ମନ୍ତ୍ରିମଣ୍ଡଳ ଅଦଳ ବଦଳ ଚର୍ଚ୍ଚା । ବାଚସ୍ପତି ପଦରୁ ଇସ୍ତଫା ଦେଲେ ବିକ୍ରମ କେଶରୀ ଆରୁଖ

କାଳବନ୍ଧ ଆଶ୍ରମ ସ୍କୁଲରେ ବିଷାକ୍ତ ଖାଦ୍ୟ ମୂତ୍ଯୁ ଘଟଣାକୁ ନେଇ ନ୍ୟାୟିକ ତଦନ୍ତ, ୫୦ ଲକ୍ଷ ଟଙ୍କା କ୍ଷତିପୂରଣ, ସମସ୍ତ ସରକାରୀ ଓ ବେସରକାରୀ ଆବାସିକ କେନ୍ଦ୍ରର ପ୍ରଣାଳୀ ସଂଶୋଧନ ଦାବିରେ ବିଜେଡ଼ି ତରଫରୁ ଶନିବାର ୧୮ ତାରିଖ ୧୨ ଘଣ୍ଟିଆ ହଡତାଳ

Sunil Chandra Nayak

ଜିଲ୍ଲା କଂଗ୍ରେସ କମିଟିର କର୍ମକର୍ତ୍ତା ଚୟନ ତ୍ରିଲୋଚନ ପାଣିଗ୍ରାହୀ ହେଲେ ଜିଲ୍ଲା ସାଧାରଣ ସମ୍ପାଦକ

masiha

Leave a Comment

error: Content is protected !!