ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ରାଧାକୃଷ୍ଣ ମନ୍ଦିର,ନାଗଭଣ ଗ୍ରାମରେ ୨୨ ତମ ରାଧାଷ୍ଟମୀ ଉତ୍ସବ ମହାସମାରୋହରେ ପାଳିତ 

ରାଧାକୃଷ୍ଣ ମନ୍ଦିର,ନାଗଭଣ ଗ୍ରାମରେ ୨୨ ତମ ରାଧାଷ୍ଟମୀ ଉତ୍ସବ ମହାସମାରୋହରେ ପାଳିତ 

 ମୟୂରଭଞ୍ଜ – ମସିହା ନିଉଜ୍ // ଭାଦ୍ରବ ମାସ ଶୁକ୍ଳପକ୍ଷ ଅଷ୍ଟମ ତିଥି ମଧ୍ଯାହ୍ନରେ ଲକ୍ଷ୍ମୀ ସ୍ୱରୂପା ମାତା ରାଧାରାଣୀଙ୍କ ଜନ୍ମ ଦିନ । ହିନ୍ଦୁ ମାନଙ୍କର ୧୨ ମାସରେ ୧୩ ପର୍ବ ମଧ୍ୟରେ ରାଧାଷ୍ଟମୀ ଅନ୍ୟତମ । ଶ୍ରୀକୃଷ୍ଣ ଙ୍କ ବିନା ରାଧା ଅଧା ।ରାଧା ଙ୍କ ବିନା ଶ୍ରୀକୃଷ୍ଣ ଅଧା । ରାଧାଷ୍ଟମୀ ବ୍ରତ ପାଳନ କଲେ ସମସ୍ତ ପାପ କ୍ଷୟ ହୁଏ ବୋଲି ବିଶ୍ବାସ ଅଛି ।ରାଇରଙ୍ଗପୁର ସହର ସନ୍ନିକଟ ୪ କିମି ଦୂର ଭାଲୁଵସା ପଞ୍ଚାୟତର ନାଗଭଣ ଗ୍ରାମର‌ ଆଧ୍ୟାତ୍ମିକ ଜଗତ ଗୁରୁ ଶ୍ରୀ କୃପାଳଜୀ ମହାରାଜାଙ୍କ ପଟ୍ଟଶିଷ୍ଯ ସ୍ଵାମୀ ଶ୍ରୀ ମୁକୁନ୍ଦାନନ୍ଦଜୀଙ୍କ ଦ୍ଵାରା ଉଦଘାଟିତ ରାଧାକୃଷ୍ଣ ମନ୍ଦିର ପରିସରରେ ରାଧାକୃଷ୍ଣ ମନ୍ଦିର କମିଟି ତରଫରୁ ୨୨ ତମ ରାଧାଷ୍ଟମୀ ଉତ୍ସଵ ମହାସମାରୋହରେ ଆନନ୍ଦ ଓ ଉଲ୍ଲାସର ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ରାଇରଙ୍ଗପୁର ଏବଂ ଆଖପାଖ ଅଂଚଳରୁ ୫୦୦ ରୁ ଉର୍ଦ୍ଧ୍ବ ଶ୍ରଦ୍ଧାଳୁ ଯୋଗ ଦେଇଥିଲେ ।ପ୍ରାରମ୍ଭରେ ସକାଳୁ ମନ୍ଦିରକୁ ଆକର୍ଷଣୀୟ ସାଜସଜ୍ଜା କରାଯାଇଥିଲା ।ପରେ ଝୁଲଣରେ ରାଧାକୃଷ୍ଣ ଙ୍କୁ ସଜ୍ଜା ଯାଇଥିଲା । ରାଧାକୃଷ୍ଣ ଙ୍କ ପୂଜାର୍ଚ୍ଚନା ରୀତିନୀତି ଅନୁସାରେ କରାଯାଇଥିଲା ।ପରେ ଭଜନ ଓ ସଂକୀର୍ତ୍ତନ କରାଯାଇଥିଲା ।ପରେ ଶ୍ରୀରାଧାଙ୍କୁ କ୍ଷୀର ଢ଼ାଳି ଅଭିଷେକ କରାଯାଇଥିଲା । ମା’ର ରାଧାରାଣୀଙ୍କ ଜନ୍ମଦିନ ଉପଲକ୍ଷେ କେକ୍ କଟାଯାଇ ସମସ୍ତ ଶ୍ରଦ୍ଧାଳୁଙ୍କ ଉ ବଣ୍ଟନ କରାଯାଇଥିଲା ।ପରେ ମା’ ରାଧାରାଣୀ ଙ୍କୁ ଆରତୀ ଵନ୍ଦନା କରାଯାଇଥିଲା ଓ ଭୋଗ ଲାଗି କରାଯାଇଥିଲା ।ଭଜନ, କୀର୍ତ୍ତନ ରେ ଶ୍ରଦ୍ଧାଳୁ ମଜ୍ଜି ଯାଇଥିଲେ । କମିଟି ତରଫରୁ ସମସ୍ତଙ୍କୁ ଅନ୍ନପ୍ରସାଦ ବଣ୍ଟନ କରାଯାଇଥିଲା ।ପ୍ରବଳ ବର୍ଷାକୁ ଖାତିର ନ କରି ଶ୍ରଦ୍ଧାଳୁମାନେ ରାଧା ପ୍ରେମ, ସାନ୍ନିଧ୍ୟ ଓ ଆଶୀର୍ବାଦ ପାଇଁ ସୁଦୂର ରୁ ଛୁଟି ଆସିଥିଲେ ।ନିଜର,ପରିବାରର ଏବଂ ସମାଜର ମଙ୍ଗଳ କାମନା ପାଇଁ ଆଶୀର୍ବାଦ ଭିକ୍ଷା କରିଥିଲେ ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍ 

Related posts

ସେବାକାରୀ କିନ୍ନର ସଂଘର ସାବିତ୍ରୀ ବ୍ରତ

ଷୋହଳ ପ୍ରହର ନାମଯଜ୍ଞ ପାଇଁ ଶୁଭଖମ୍ବ ସ୍ଥାପନ 

Sunil Chandra Nayak

ଆରମ୍ଭ ହେଲା ଖଣିସହର ବାନେଇକଳାରେ ପ୍ରସିଦ୍ଧ ଗଣେଶ ପୂଜା

masiha

Leave a Comment

error: Content is protected !!