ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବନ୍ଧୁଗାଁ ବ୍ଲକସ୍ତରୀୟ ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ କାର୍ଯ୍ୟକ୍ରମ 

ବନ୍ଧୁଗାଁ ବ୍ଲକସ୍ତରୀୟ ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ କାର୍ଯ୍ୟକ୍ରମ 

ବନ୍ଧୁଗାଁ ତା ୧୩/୯/୨୪ କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବ୍ଲକସ୍ତରୀୟ ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ବ୍ଲକ ବି ଆର ପି  ସଂଗ୍ରାମ କେଶରୀ ନାୟକ ଅତି ସୁନ୍ଦର ଭାବରେ ପରିଚାଳନା କରିବା ସହ ଉପସ୍ଥିତ ଅତିଥି ମାନଙ୍କୁ ସ୍ଵାଗତ ଜଣାଇ ମାଞ୍ଚ ଉପରକୁ ଆମନ୍ତ୍ରଣ କରି ଥିଲେ । ଏହି କାର୍ଯ୍ୟକ୍ରମ କରିବା କାରଣ ଯେ ପୂର୍ବତନ ରାଷ୍ଟ୍ରପତି ଶ୍ରୀଯୁକ୍ତ ଡକ୍ଟର ଏପିଜେ ଆବଦୁଲ କାଲାମ ଜଣେ ବୈଜ୍ଞାନିକ ଥିଲେ I ତାଙ୍କ ରାଷ୍ଟ୍ରପତି ଙ୍କ ସମୟରେ ଭାରତରେ କମ ପରମାଣୁ ରହିଥିଲା ଓ ଦେଶର ବୈଜ୍ଞାନିକ ମାନେ ନୂତନ ଜ୍ଞାନ କରି ନୂତନ ଜିନିଷ ଆବିଷ୍କାର କରିବା ପାଇଁ ଭାରତର ସମସ୍ତ ବିଦ୍ୟାଳୟ ମାନଙ୍କରେ ଛାତ୍ରଛାତ୍ରୀଙ୍କ ପାଇଁ ନୂଆ ଜ୍ଞାନ ଆରୋହନ କରିବା ପାଇଁ ୨୦୧୫ ମସିହାରେ ଏହି ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ ର କାର୍ଯ୍ୟକ୍ରମକୁ ଆରମ୍ଭ କରିଥିଲେ I ସମୟରେ ବନ୍ଧୁଗାଁ ବ୍ଲକ ଅତିରିକ୍ତ ଗୋଷ୍ଟି ଶିକ୍ଷା ଅଧିକାରୀ ମଦନ ମୁଦୁଲି, ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟାପିକ (ପ୍ରିନ୍ସପାଲ) ଶ୍ରୀମତୀ ରଶ୍ମିତା ସେଠୀଙ୍କ ଦ୍ୱାରା ମହାପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରଦୀପ ପ୍ରଜ୍ଜଳନ କରି କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ । କାର୍ଯ୍ୟକ୍ରମ ରେ ଗଣିତ ଓ ବିଜ୍ଞାନ ବିଷୟକୁ ନେଇ କୁଇଜ୍ ପ୍ରତିଯୋଗୀତା ହୋଇଥିଲା । ବ୍ଲକସ୍ତରୀୟ ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ କାର୍ଯ୍ୟକ୍ରମରେ  ବ୍ଲକରେ ଥିବା ୧୧୧ ଟି ସ୍କୁଲରୁ ୧୭୪ ଛାତ୍ରଛାତ୍ରୀ କୁଇଜ୍ ପ୍ରତିଯୋଗୀତାରେ ଅଂଶଗ୍ରହଣ କରିଥିଲେ । ସବ୍ ଜୁନିଅର କୁଇଜ୍ ପ୍ରତିଯୋଗୀତାରେ  ହାଟସରପଲ୍ଲୀ ୟୁ ପି ସ୍କୁଲର ଛାତ୍ର ବିଶ୍ୱଜିତ ସାହୁ ପ୍ରଥମ, ବନ୍ଧୁଗାଁ ୟୁ ପି ସ୍କୁଲର ବିକାଶକାନ୍ତି ପୁବନ ଦୂତୀୟ , କେ.ଟିକରପଡ଼ା ସରକାରୀ ପ୍ରାଥମିକ ବିଦ୍ୟାଳୟ ର ଟୁକୁନା ମିଣିଆକା ତୃତୀୟ, ଜୁନିଅର ପ୍ରତିଯୋଗୀତାରେ ଗିନିଜିଖାଲ ୟୁ ପି ସ୍କୁଲର ନକୁଳ ମିଣିଆକା ପ୍ରଥମ, ମହାଗୁଡା ସରକାରୀ ଉଚ୍ଚ ବିଦ୍ୟାଳୟର ଜିତରଞ୍ଜନ ମିଶାଲ ଦୂତୀୟ, କୁଟ୍ରାବେଡା ୟୁ ପି ସ୍କୁଲର ନୟନା ମାଣ୍ଡିଙ୍ଗି ତୃତୀୟ, ସିନିୟର୍ ପ୍ରତିଯୋଗୀତାରେ ନିଲାବାଡି ସରକାରୀ ଏସ ଏସ ଡି ବାଳିକା ଉଚ୍ଚ ବିଦ୍ୟାଳୟର ସଞ୍ଜିତା ଜାକାକା ପ୍ରଥମ, କେ ଜାଗୁଗୁଡା ସରକାରୀ ଉଚ୍ଚ ବିଦ୍ୟାଳୟର ଟୁକୁନା ମିଣିଆକା ଦୂତୀୟ ଓ ବନ୍ଧୁଗାଁ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପ୍ରବିସ କନ୍ଧପାନ ତୃତୀୟ ହୋଇ ପୁରସ୍କୃତ ହୋଇଥିଲେ। ଉଦଯାପନୀ ଉତ୍ସବରେ ବ୍ଲକ ଅଧ୍ୟକ୍ଷା ଲକ୍ଷ୍ମୀ ମିଣିଆକା, ବ୍ଲକ ଗୋଷ୍ଟି ଶିକ୍ଷା ଅଧିକାରୀ ରଘୁନାଥ ପାଙ୍ଗି, ବ୍ଲକ ଅତିରିକ୍ତ ଶିକ୍ଷା ଅଧିକାରୀ ଶ୍ରୀ ଈଶ୍ୱର  ଚନ୍ଦ୍ର ମୁଦୁଲି, ମଦନ ପାଣି, ବନ୍ଧୁଗାଁ ପଞ୍ଚାୟତ ସରପଞ୍ଚ ଲକ୍ଷ୍ମୀ କାଡ୍ରାକା, ସିଆରସିସି ନିଲାବାଡି କ୍ଲଷ୍ଟରରୁ କେ ପ୍ରତାପ କୁମାର, ବନ୍ଧୁଗାଁ କ୍ଲଷ୍ଟର୍ ରୁ ସଞ୍ଜୟ ସିଂ, ଆଲମଣ୍ଡା କ୍ଲୁଷ୍ଟର ରୁ ଅଶୋକ ସାହୁ , ନାରାୟଣପାଟଣା ବ୍ଲକ ଶିକ୍ଷକ ୟୁନିଅନର ସମ୍ପାଦକ ଜେ.ସତ୍ୟନାରାୟଣ ମଞ୍ଚାସିନ ରହି ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ଓ କୃତି ଛାତ୍ରଛାତ୍ରୀଙ୍କୁ ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ ଉପରେ ବିଜ୍ଞାନର ଆବଶ୍ୟକତା ଓ ବ୍ୟବହାର କୁ ନେଇ ଦୃଷ୍ଟି ଆକର୍ଷଣ କରିଥିଲେ ଏବଂ କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କାର ବଣ୍ଟନ କରିଥିଲେ। କାର୍ଯ୍ୟକ୍ରମରେ ବ୍ଲକ ର ସମସ୍ତ ସ୍କୁଲର ଶିକ୍ଷକଶିକ୍ଷୟତ୍ରୀ ଉପସ୍ଥିତ ରହି ଥିଲେ ।

ସଂଜୀବ କୁମାର 

Related posts

ଡାବୁଗାଁ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ସଙ୍ଘ ବ୍ଳକ ଟପ୍ପର 

କେସିଡିକେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ‘ ସମନ୍ଵିତ ଯୁବ ବିକାଶ ପଂଜିକରଣ କାର୍ଯ୍ୟକ୍ରମ ଶୁଭାରମ୍ଭ”

masiha

ନୂଆପଡା ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ ସଭା

masiha

Leave a Comment

error: Content is protected !!