ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନବରଙ୍ଗପୁର ଠାରେ ସମ୍ପୂର୍ଣ୍ଣତା ଅଭିଯାନ ସମ୍ମାନ ସମାରୋହ ଓ ଆକାଂକ୍ଷା ହାଟ ପ୍ରସ୍ତୁତି ବୈଠକ

ନବରଙ୍ଗପୁର ଠାରେ ସମ୍ପୂର୍ଣ୍ଣତା ଅଭିଯାନ ସମ୍ମାନ ସମାରୋହ ଓ ଆକାଂକ୍ଷା ହାଟ ପ୍ରସ୍ତୁତି ବୈଠକ 

ନବରଙ୍ଗପୁର:( ତା ୨୩/୭/୨୦୨୫)(ରବି ନାରାୟଣ ମହାନ୍ତି) ଆସନ୍ତା ଅଗଷ୍ଟ ୨ ତାରିଖ ରୁ ୮ ତାରିଖ ପର୍ଯ୍ୟନ୍ତ ପୋଲିସ ପଡିଆ ନବରଙ୍ଗପୁର ଠାରେ ସମ୍ପୂର୍ଣ୍ଣତା ଅଭିଯାନ ସମ୍ମାନ ସମାରୋହ ସହ ଆକାଂକ୍ଷା ହାଟ ଅନୁଷ୍ଠିତ ହେବ।ଏହି ଉପଲକ୍ଷେ ଆଜି ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ ଗୃହରେ ଜିଲ୍ଲାପାଳ ଡ଼ା ଶୁଭଙ୍କର ମହାପାତ୍ର ଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକକୁ ଯୋଜନା ଓ ସମନ୍ବୟ ବିଭାଗ ଉପ ନିର୍ଦ୍ଦେଶକ ଏଶ୍ଚର୍ୟ ଭଞ୍ଜ ସ୍ଵାଗତ କରିବା ସହ କାର୍ଯ୍ୟକ୍ରମର ଏଜେଣ୍ଡା ଅନୁଯାୟୀ ସଭା ପରିଚାଳନା କରିଥିଲେ ।ଏହି ବୈଠକରେ ମୁଖ୍ୟ ଉନ୍ନୟନ ଅଧିକାରୀ ଜିଲ୍ଲା ପରିଷଦ ବିରଞ୍ଚି ନାରାୟଣ ଦରୱାନଙ୍କ ସହ ସମସ୍ତ ଜିଲ୍ଲାସ୍ତରୀୟ ବିଭାଗୀୟ ଅଧିକାରୀ ଓ ପିରାମଲ୍ ଫାଉଣ୍ଡେସନ ର କର୍ମକର୍ତ୍ତା ଉପସ୍ଥିତ ଥିଲେ । ଜିଲ୍ଲାରେ ସମ୍ପୂର୍ଣ୍ଣତା ହାସଲ କରିବାରେ ସହାୟକ ହୋଇଥିବା କର୍ମଚାରୀ ମାନଙ୍କୁ ସମ୍ମାନ କରାଯିବା ସହ ଆକାଂକ୍ଷା ହାଟରେ ଜିଲ୍ଲାର ସ୍ଥାନୀୟ ପ୍ରସ୍ତୁତ ହସ୍ତତନ୍ତ୍ର, ହସ୍ତଶିଳ୍ପ ଓ ସ୍ଵୟଂ ସହାୟକ ଗୋଷ୍ଠୀ ମାନଙ୍କର କଳା ଓ କାମକୁ ପ୍ରୋତ୍ସାହନ ନିମନ୍ତେ ଏହି କାର୍ଯ୍ୟକ୍ରମ ନୀତି ଆୟୋଗ ଦ୍ୱାରା ଅନୁଷ୍ଠିତ କରାଯାଉଛି।ଏଥିରେ ୨୫ ଟି ଷ୍ଟଲ୍ ସ୍ଥାପନ କରାଯିବ।ଓଡ଼ିଶା ଜୀବିକା ମିଶନର ପାରମ୍ପରିକ ଖାଦ୍ୟ ଓ ଅନ୍ୟାନ୍ୟ ଷ୍ଟଲ ୬ , ଓରମାସ ପକ୍ଷ ରୁ ୬, ଆକାଂକ୍ଷୀ ବ୍ଲକ ତେନ୍ତୁଳିଖୁଣ୍ଟି ଓ ଡ଼ାବୁ ଗାଁ ପକ୍ଷରୁ ୬ ,ବନ ବିଭାଗର ୧, କୃଷି ବିଭାଗ ର ୧, ପୌରପାଳିକା ର ୧, ଆଇ ଟି ଡି ଏ ର ୧, ସ୍ଵାସ୍ଥ୍ୟ ସେବା ୧, ପୋଲିସ ୧ ଏବଂ ଉଦ୍ୟାନ ୧ ଟି ଷ୍ଟଲ ସ୍ଥାପନ କରାଯିବ ।ଏହି ଷ୍ଟଲ ମାନଙ୍କରେ ସ୍ଥାନୀୟ ଉତ୍ପାଦ ପ୍ରଦର୍ଶନ ସହ ବିକ୍ରୟ ବ୍ୟବସ୍ଥା ରହିଛି। ପ୍ରତ୍ୟହ ସକାଳ ୧୦ ଘଣ୍ଟା ରୁ ସନ୍ଧ୍ୟା ପର୍ଯ୍ୟନ୍ତ ଏହା ଚାଲିବା ସହ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।ଏହାର ସୁପରିଚାଳନା ନିମନ୍ତେ ସଂପୃକ୍ତ ବିଭାଗୀୟ ଅଧିକାରୀ ମାନଙ୍କୁ ଦାୟିତ୍ୱ ନ୍ୟସ୍ତ କରାଯାଇଥିଲା।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ସଂଗ୍ରାମୀ ଗଙ୍ଗାଧର ପାଇକରାୟଙ୍କ ଜୀବନୀ ଆମ ସମୟର ଆଦର୍ଶ : ସମ୍ପାଦକ ନାରାୟଣ ଚଂଦ୍ର ମହାନ୍ତି

masiha

ଅଭିଷେକ ବେହୁରିଆ ହେଲେ ମିଃ ରାଉରକେଲା ୨୦୨୨

Sunil Chandra Nayak

ସରକାରୀ ଉଚ୍ଚ ମାଧ୍ୟମିକ ମହାବିଦ୍ୟାଳୟର ଇକୋ କ୍ଲବ୍‌ ପକ୍ଷରୁ ଏକକ ବ୍ୟବହୃତ ପ୍ଲାଷ୍ଟିକ୍‌ ସଚେତନତା କାର୍ଯ୍ୟକ୍ରମ

masiha

Leave a Comment

error: Content is protected !!