ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଫାଇଲେରିଆ ନିରାକରଣ ଅଭିଯାନ – ସାମୁହିକ ଔଷଧ ସେବନର ଦ୍ୱିତୀୟ ସମନ୍ୱୟ ବୈଠକ ଅନୁଷ୍ଠିତ

ଫାଇଲେରିଆ ନିରାକରଣ ଅଭିଯାନ – ସାମୁହିକ ଔଷଧ ସେବନର ଦ୍ୱିତୀୟ ସମନ୍ୱୟ ବୈଠକ ଅନୁଷ୍ଠିତ

ସୁନ୍ଦରଗଡ଼, ୨୨/୦୭/୨୫: ଜିଲ୍ଲାରେ ଫାଇଲେରିଆ ନିରାକରଣ ନିମନ୍ତେ ଆସନ୍ତା ଅଗଷ୍ଟ ୧୦ ରୁ ୧୯ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ସାମୁହିକ ଓଷଧ ସେବନ କର୍ଯ୍ୟକ୍ରମ ନିମନ୍ତେ ଆଜି ସ୍ଥାନୀୟ ସଦଭାବନା ଭବନଠାରେ ଜିଲ୍ଲାପାଳ ଶ୍ରୀ ମନୋଜ ମହାଜନଙ୍କ ଅଧ୍ୟକ୍ଷତାରେ ଦ୍ୱିତୀୟ ସମନ୍ୱୟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଅଛି। 

ଜିଲ୍ଲାରେ ଏହି ଫାଇଲେରିଆ ନିରାକରଣ ଅଭିଯାନକୁ ସଫଳ କରିବାକୁ ସମସ୍ତ ବିଭାଗ ଗୁଡ଼ିକ ପୂର୍ଣ୍ଣ ସହଯୋଗ କରିବା ସହିତ ଏଥି ନିମନ୍ତେ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ଜିଲ୍ଲାପାଳ ଶ୍ରୀ ମହାଜନ ନିର୍ଦେଶ ଦେଇଥିଲେ ଏବଂ ନିୟମିତ ଏହି ସଂକ୍ରାନ୍ତୀୟ ସମୀକ୍ଷା କରିବାକୁ କହିଥିଲେ। ଏହା ସହିତ ପ୍ରତିଷେଧକ ବଟିକା ସେବନ କରି ଫାଇଲେରିଆ ନିରାକରଣ ଅଭିଯାନକୁ ସଫଳ କରିବା ଉପରେ ଗୁରୁତ୍ଵାରୋପ କରିଥିଲେ। 

  ବୈଠକରେ ଜିଲ୍ଲାରେ ଫାଇଲେରିଆ ଦୂରୀକରଣ ଉପରେ ଆଲୋଚନା କରାଯାଇଥିଲା। ପ୍ରତ୍ୟେକ କ୍ଷେତ୍ରରେ ଫାଇଲେରିଆ ନିରାକରଣ ଔଷଧ ସେବନ ଉପରେ ଆଲୋଚନା କରାଯାଇଥିଲା। ବିଶେଷ କରି ଏହି ଔଷଧ ସେବନ ନିମନ୍ତେ ବ୍ୟାପକ ଜନସଚେତନତା ସୃଷ୍ଟି କରାଯିବା ଉପରେ ଆଲୋଚନା କରାଯାଇଥିଲା। ସମସ୍ତ କାର୍ଯ୍ୟାଳୟ , ସମସ୍ତ ବିଦ୍ୟାଳୟ, ହଷ୍ଟେଲ, ଶିଳ୍ପାଞ୍ଚଳ , ଗ୍ରାମାଞ୍ଚଳ ମାନଙ୍କରେ ଯେଭଳି ଏହି ଔଷଧ ସେବନ କରାଯିବ ତାହା ବୈଠକ ରେ ଆଲୋଚନା କରାଯାଇଥିଲା । ସେହିଭଳି ଜନପ୍ରତିନିଧି, ପଞ୍ଚାୟତିରାଜ ଅନୁଷ୍ଠାନର ସଭ୍ୟ, ଏନ୍ ଜି ଓ , ଅଙ୍ଗନୱାଡ଼ି କର୍ମୀ,ଗ୍ରାମ ସ୍ତରୀୟ ଫେଡରେଶନ ମାନଙ୍କୁ ମଧ୍ୟ ଏହି ଅଭିଯାନରେ ସାମିଲ କରାଯିବ ଏବଂ ସେମାନେ ଜନସାଧାରଣଙ୍କୁ ଫାଇଲେରିଆ ନିରାକରଣ ଔଷଧ ସେବନ ନିମନ୍ତେ ଉତ୍ସାହିତ କରିବେ। 

ଏହି ବୈଠକରେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଶ୍ରୀ ସୁରଞ୍ଜନ ସାହୁ, ଡା. ସୁରେଶ ଚନ୍ଦ୍ର ମହାନ୍ତି, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ, ଡ଼ା ଶିବାଶିଷ ମହାରଣା, ଜିଲ୍ଲା ଜନସ୍ବାସ୍ଥ୍ୟ ଅଧିକାରୀ, ଡା.ଭକ୍ତ ମୋହନ ସ୍ୱାଇ ଏଡିପିଏଚଓ(ଭିବିଡି), ଡା ଶ୍ୟାମ ବନ୍ଧୁ ରଥ, ଜୋନାଲ ସଂଯୋଜକ, ଡବ୍ଲୁଏଚ୍ଓ, ବିଶ୍ୱମ୍ବର ବେହେରା ଡିପିଏମ୍–ଏନ୍ଏଚ୍ଏମ୍, ସ୍ବାସ୍ଥ୍ୟ ବିଭାଗର ଅନ୍ୟାନ୍ୟ ଅଧିକାରୀ ଏବଂ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ରହିଥିଲେ। 

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ହାଇକୋର୍ଟର ବଡ଼ ରାହତ: ପୁଣି ନଗରପାଳ ପଦକୁ ଫେରିବେ ଶୁଭେନ୍ଦୁ ସାହୁ

Sunil Chandra Nayak

ହିଞ୍ଜିଳିରେ ଦୁଇ ପୁଞ୍ଜା ମେରୁଦଣ୍ଡ ଯାତ୍ରା ଉଦଯାପିତ

Sunil Chandra Nayak

ବଜରଙ୍ଗ କ୍ଲବ୍ ତରଫରୁ ଗଣେଶ ଙ୍କ ପାଖରେ ଅନ୍ନ ଶଙ୍କୁଡ଼ି ଭୋଗ ଲାଗି

Sunil Chandra Nayak

Leave a Comment

error: Content is protected !!