ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ରାଇରଙ୍ଗପୁରରେ ଗର୍ଜିଲା କଂଗ୍ରେସ

ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ରାଇରଙ୍ଗପୁରରେ ଗର୍ଜିଲା କଂଗ୍ରେସ

ରାଇରଙ୍ଗପୁର – ୨୮/୦୯ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ସ୍ଵତନ୍ତ୍ର ସଘନ ସଂଶୋଧନ ( ଏସ ଆଇ ଆର୍) କେଳଙ୍କାରୀ , ଏକତରଫା ଏକ ନିର୍ଦିଷ୍ଟ ଦଳକୁ ଆନୁଗତ୍ୟ ଓ ସୁହାଇଲା ଭଳି କାମ କରିବା ନେଇ କଂଗ୍ରେସ ଦଳ ଦାବି କରିଛି ।ଏହାକୁ ନେଇ ରାଜ୍ୟ ପିସିସି କଂଗ୍ରେସ ସଭାପତି ଭକ୍ତ ଚରଣ ଦାସଙ୍କ ନିଷ୍ପତ୍ତି କ୍ରମେ ଆଜି ପଶ୍ଚିମ ମୟୂରଭଂଜ କଂଗ୍ରେସ ଦଳ ତରଫରୁ ରାଇରଙ୍ଗପୁର ଦୁର୍ଗାମଣ୍ଡପ ଛକଠାରୁ ଜିଲ୍ଲା ସଭାପତି ଭୁବନ ସାହୁଙ୍କ ନେତୃତ୍ଵରେଏକ ବିଶାଳ ପଦଯାତ୍ରା ବାହାରି ରାଇରଙ୍ଗପୁର ଉପଜିଲ୍ଲାପାଳଙ୍କ କାର୍ଯ୍ଯାଳୟ ସମ୍ମୁଖରେ ପହଞ୍ଚିଥିଲା ।ସେଠାରେ ଏକ ପ୍ରତିବାଦ ସଭା କରାଯାଇଥିଲା ।ପରେ ଉପଜିଲ୍ଲାପାଳଙ୍କ ଜରିଆରେ ସିଇସି ଜ୍ଞାନେଶ କୁମାରଙ୍କ ଇସ୍ତଫା ନେଇ ମହାମହିମ ରାଷ୍ଟ୍ରପତିଙ୍କ ଉଦେଶ୍ଯରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା ।ଆଜିର ପ୍ରତିବାଦ ସଭାରେ ପ୍ରାକ୍ତନ କଂଗ୍ରେସ ବିଧାୟକ ଲକ୍ଷ୍ମଣ ମାଝୀ, ଯାମଦା ବ୍ଳକ ପ୍ରାକ୍ତନ ଅଧ୍ଯକ୍ଷା ହେଲେନା ଲାଗେ ,ଠାକୁରମୁଣ୍ଡା ବ୍ଳକ ପ୍ରାକ୍ତନ ଅଧ୍ଯକ୍ଷା ଜଵାମଣି ଟୁଡୁ,ବରିଷ୍ଠ କଂଗ୍ରେସ ନେତା ବସନ୍ତ ପଟନାୟକ,ତିରିଂ ବ୍ଳକ ସଭାପତି ଭାଗିରଥି ପାତ୍ର, ବାବୁଲା ଅମର ଦେଓ ହେମ୍ବ୍ରମ ରୁପକ ମହାନ୍ତି, ଭଜହରି ମହାନ୍ତ, ମହମ୍ମଦ ଖାନ୍,କୌଶିକ ମହାନ୍ତି ,ଅମର ମହାନ୍ତ, ଜୁନେଦ୍,ଏମଡି ଇନ୍ତେକାମ୍,ଏମଡି ସଲିମ଼, ଶଙ୍କର ଲାଲ କ୍ଷେତ୍ରୀ,ଅନୁପ ସୋରେନ,କରୁଣାକର ସୋରେନ,ସୁଜିତ ଗିରି ଦୁର୍ଲଭ ମାଝି ସମେତ ବହୁ କଂଗ୍ରେସ କର୍ମି ସାମିଲ ହୋଇଥିଲେ ।

ରାଇରଙ୍ଗପୁର ରୁ ଅକ୍ଷୟ ଵିଶ୍ବାଳ

Related posts

ଦଶପୁର ମଣ୍ଡଳ ବିଜେପିର ପ୍ରବାସ କାର୍ଯ୍ୟକ୍ରମ ଓ ସାଙ୍ଗଠନି ବୈଠକ

Sunil Chandra Nayak

ସମ୍ବଲପୁର ଜନ ଆକ୍ରୋଶ ସମାବେଶ ପୂର୍ବ ରୁ ଯୁବ ଓ ଛାତ୍ର ନେତା ପାଟଣାଗଡ ଥାନା ରେ ଅଟକ 

Sunil Chandra Nayak

ଦରଦାମ ବୃଦ୍ଧିରେ ଦହଗଞ୍ଜ ଖାଉଟି: ବିଜେଡି ପୁଣି ବଢାଇଲେ କ୍ଷୀର ଦର, ଚିନ୍ତାରେ ଖାଉଟି

Leave a Comment

error: Content is protected !!