ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ରାଉରକେଲା ବିମାନ ବନ୍ଦର ରୁ ବିମାନ ସେବା ଯଥାଶୀଘ୍ର ଆରମ୍ଭ ନହେଲେ ଆନ୍ଦୋଳନ କୁ ଓହ୍ଲାଇବ ଜିଲ୍ଲା କଂଗ୍ରେସ 

ରାଉରକେଲା ବିମାନ ବନ୍ଦର ରୁ ବିମାନ ସେବା ଯଥାଶୀଘ୍ର ଆରମ୍ଭ ନହେଲେ ଆନ୍ଦୋଳନ କୁ ଓହ୍ଲାଇବ ଜିଲ୍ଲା କଂଗ୍ରେସ 

ରାଉରକେଲା: ଆଜି ରାଉରକେଲା ଜିଲ୍ଲା କଂଗ୍ରେସ କମିଟି ର ସଭାପତି ଜ୍ଞାନେନ୍ଦ୍ର ଦାସ ସେକ୍ଟର ୨୧ସ୍ଥିତ କଂଗ୍ରେସ କାର୍ଯ୍ୟାଳୟ ଠାରେ ଏକ ସାମ୍ବାଦିକ ସମ୍ମିଳନୀ କୁ ସମ୍ବୋଧିତ କରି ରାଉରକେଲା ବିମାନ ବନ୍ଦର ରୁ ଗତ ଏକମାସ ରୁ ଉର୍ଦ୍ଧ୍ବ କାଳ ହେଲା ବନ୍ଦ ଥିବା ବିମାନ ଚଳାଚଳ କୁ ଯଥାଶୀଘ୍ର ଆରମ୍ଭ କରିବାକୁ ଦାବି କରିଥିଲେ l ସେ କହିଥିଲେ ସମସ୍ତ ଭିତ୍ତିଭୂମି ଥାଇ ରାଉରକେଲା ବିମାନ ବନ୍ଦର କୁ ଅଣଦେଖା କରାଯାଉଛି l ରାଉରକେଲା ବିମାନ ବନ୍ଦର ର ସମ୍ପ୍ରସାରଣ ଏବଂ ଉନ୍ନତ ମାନର ବିମାନ ସେବା ରାଉରକେଲା ବାସୀଙ୍କର ଅନେକ ଦିନରୁ ଦାବି ରହିଆସିଛି ଏବଂ ବିଭିନ୍ନ ସମୟରେ ସ୍ଥାନୀୟ ଜନପ୍ରତିନିଧି ଏବଂ କେନ୍ଦ୍ର ଓ ରାଜ୍ୟ ସରକାର ଙ୍କ ଦ୍ୱାରା ଏ ଦାବି ଯଥାର୍ଥ ବୋଲି ସ୍ୱୀକାର କରି ଦାବି ପୁରଣ ର ପ୍ରତିଶୃତି ମଧ୍ୟ୍ୟ ମିଳିଛି l କିନ୍ତୁ ବିଡମ୍ବନା ର ବିଷୟ ରାଉରକେଲାବାସୀ ଙ୍କୁ ଏହି ପ୍ରତିଶୃତି ବଦଳରେ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାର ଙ୍କ ଦ୍ୱାରା ପ୍ରତାରଣା ହିଁ ମିଳିଛି ଏବଂ ଦୁଃଖ ଓ ପରିତାପ ର ବିଷୟ ସ୍ଥାନୀୟ ଜନପ୍ରତିନିଧି ମାନେ ମଧ୍ୟ୍ୟ ମୁହଁ ବନ୍ଦ ରଖିଛନ୍ତି l ସବୁଠାରୁ ଦୁର୍ଭାଗ୍ୟ ର କଥା ଗତ ଏକ ମାସ ରୁ ଉର୍ଦ୍ଧ୍ବ ସମୟ ଧରି ରାଉରକେଲା ରୁ ବିମାନ ସେବା ବନ୍ଦ ରହିଥିବା ସମୟ ରେ ରାଜ୍ୟ ସରକାର ଙ୍କ ପ୍ରୋତ୍ସାହନ ରେ ଷ୍ଟାର ଏଆରଲାଇନ ନାମକ ସଂସ୍ଥା ଝାରସୁଗୁଡା ରୁ ଦେଶର ବିଭିନ୍ନ ସ୍ଥାନ କୁ ନୂଆ କରି ବିମାନସେବା ଯୋଗାଇବ ବୋଲି ଘୋଷଣା କରାଯାଇ ତାର ପ୍ରଚାର ପ୍ରସାର ପାଇଁ ରାଉରକେଲା ର ବିଭିନ୍ନ ସ୍ଥାନ ମାନଙ୍କ ରେ ଵିଜ୍ଞାପନ ହୋର୍ଡିଙ୍ଗ ମାନ ଲଗାଯାଇଛି l ସରକାର ଙ୍କ ଦ୍ୱାରା ରାଉରକେଲା ରେ ଏହି ଵିଜ୍ଞାପନ ଦ୍ୱାରା ପ୍ରଚାର ରାଉରକେଲା ବାସୀଙ୍କ କଟା ଘା’ ରେ ଲୁଣ ସଦୃଶ ବୋଲି ଶ୍ରୀ ଦାସ ଉଦବେଗ ର ସହିତ କହିଛନ୍ତି l ପ୍ରଶାସନ ଦ୍ୱାରା ଏହି ହୋର୍ଡିଙ୍ଗ ସବୁ ଖୋଲା ନ କାରାଗଲେ ଆଗାମୀ ଦିନରେ କଂଗ୍ରେସ କର୍ମୀ ମାନେ ଏହି ହୋର୍ଡିଙ୍ଗ ସବୁକୁ ଚିରି ଦେବେ ବୋଲି ଶ୍ରୀ ଦାସ ଚେତାବନୀ ଦେଇଥିଲେ l ଝାରସୁଗୁଡା ରୁ ବାଙ୍ଗାଲୋର ଏବଂ ଭୁବନେଶ୍ୱର ଆଦି ସ୍ଥାନକୁ ଚାଲୁଥିବା ବିମାନ ଯାତ୍ରୀଙ୍କ ମଧ୍ୟରୁ ୬୦% ରୁ ଅଧିକ ଯାତ୍ରୀ ରାଉରକେଲା ର ହୋଇଥିବା ବେଳେ ରାଉରକେଲା ରୁ କାହିଁକି ସେମାନେ ବିମାନ ସେବା ପାଇବେନି ବୋଲି ଶ୍ରୀ ଦାସ ପ୍ରଶ୍ନ କରିଥିଲେ l ରାଉରକେଲା କୁ କେବଳ ସ୍ମାର୍ଟ ସହର ଘୋଷଣା କରାଯାଇଛି କିନ୍ତୁ କୌଣସି କ୍ଷେତ୍ର ରେ ଆମ ସହର ସ୍ମାର୍ଟ ହୋଇନାହିଁ , ଆମ ସହରବାସୀ ଉତ୍ତମ ସ୍ୱାସ୍ଥ୍ୟ ସେବା ପାଇବା ରେ ବାଧକ ସାଜୁଛି ବିମାନ ସେବା l ଉଭୟ କେନ୍ଦ୍ର ଓ ରାଜ୍ୟର ଡବଲ ଇଞ୍ଜିନ ସରକାରଙ୍କର ଆମ ରାଉରକେଲା ପ୍ରତି କାହିଁକି ଏପରି ବୈମାତୃକ ମନୋଭାବ ? ସ୍ଥାନୀୟ ଜନପ୍ରତିନିଧି ମାନେ କାହିଁକି ନୀରବ ? ସରକାରୀ ଦଳରେ ଥିବା ଆମ ସହରର ନେତୃବୃନ୍ଦ କଣ ପାଇଁ ଏତେ ଅସହାୟ ? ଆମ ରାଉରକେଲାର ବିମାନ ବନ୍ଦର କୁ ସମ୍ପ୍ରସାରଣ କୁ ରୋକିବାକୁ ଷଡଯନ୍ତ୍ର ହେଇନି ତ ବୋଲି ଶ୍ରୀ ଦାସ ପ୍ରଶ୍ନ କରିଥିଲେ l ଆସନ୍ତା ୨୬ ତାରିଖ ମଙ୍ଗଳବାର ଦିନ ରାଉରକେଲା ଜିଲ୍ଲା କଂଗ୍ରେସ କମିଟି ତରଫରୁ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟ ରେ ଏକ ଦାବିପତ୍ର ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ଙ୍କ ଜରିଆରେ ଦିଆଯାଇ ମୁଖ୍ୟମନ୍ତ୍ରୀ ଗତ ରାଉରକେଲା ଗ୍ରସ୍ତ ସମୟ ରେ ରାଉରକେଲାବାସୀଙ୍କୁ ଦେଇଥିବା ପ୍ରତିଶୃତି କୁ ମନେପକେଇବାକୁ ପ୍ରୟାସ କରାଯିବ l ଆଗକୁ ଏହି ଦାବି କୁ ନେଇ ରାଉରକେଲା ରେ ଜିଲ୍ଲା କଂଗ୍ରେସ ତାର ଆନ୍ଦୋଳନ ତୀବ୍ର କରିବ ବୋଲି ଶ୍ରୀ ଦାସ ତାଙ୍କ ବାର୍ତ୍ତା ରେ କହିଥିଲେ l ଏହି ଅବସରରେ କଂଗ୍ରେସ ଦଳ ରାଉରକେଲା ସହରବାସୀଙ୍କ ନ୍ୟାର୍ଯ୍ୟ ଦାବି କୁ ନେଇ ଲଢେଇ ରେ ରାଉରକେଲା ସହର ର ବିଭିନ୍ନ ସାମାଜିକ ଅନୁଷ୍ଠାନ , ସମାଜସେବୀ ସଂଗଠନ ଏବଂ ସଚେତନ ନାଗରିକ ଓ ବୁଦ୍ଧିଜୀବୀ ମାନଙ୍କ ସହଯୋଗ ପାଇଁ ନିବେଦନ କରିବ ବୋଲି ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ଦାସ କହିଥିଲେ l 

         ଏହି ସାମ୍ବାଦିକ ସମ୍ମିଳନୀ ରେ ଅନ୍ୟ ମାନଙ୍କ ମଧ୍ୟରେ ରେ ଜିଲ୍ଲା କଂଗ୍ରେସ କମିଟି ର ଉପସଭାପତି ସନ୍ତୋଷ କୁମାର ବିଶ୍ୱାଳ , ବରିଷ୍ଠ ନେତା ସବୀର ହୁସେନ , ନିହାର ଦାସ , ବ୍ଲକ ସଭାପତି ରଘୁନାଥ ଦାସ , ନାୱାବ ଅଖତାର ଏବଂ ଯୁବ ନେତା ଇସ୍ତେହାର ମୋହମ୍ମଦ ପ୍ରମୁଖ ଉପସ୍ଥିତ ଥିଲେ l 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

କଳାହାଣ୍ଡି ବିକାଶ ପରିଷଦ ପକ୍ଷରୁ ‘ଜନଜାଗରଣ ଅଭିଯାନ’

ଚର୍ଚ୍ଚାରେ ସଦର ନିର୍ବାଚନ ମଣ୍ଡଳୀ ସଭାପତି ନୀଳାମ୍ବର ସାହୁ

Sunil Chandra Nayak

କେନ୍ଦ୍ର ଚାଉଳ ରାଜନୀତିକୁ ନେଇ କୋକସରା ବ୍ଲକ କାର୍ଯ୍ୟାଳୟ ଆଗରେ ପ୍ରତିବାଦ ଓ ଦାବିପତ୍ର ଦେଲେ ବିଜେଡି କର୍ମି

Sunil Chandra Nayak

Leave a Comment

error: Content is protected !!