ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଚାଉଳ ବଣ୍ଟନରେ ଅନିମିୟତାକୁ ନେଇ, କାର୍ଯ୍ୟାଳୟରେ ତାଲା ଠୁଙ୍କିଲେ ପଞ୍ଚାୟତ ବାସି

ପାପଡାହାଣ୍ଡି,06/03, ମନିସ —- ସରକାର ଗରିବ ତଥା ଅସହାୟ ଲୋକ କେହି ମଧ୍ୟ ଭୋକ ଓପାସରେ ନରହିବା ଲାଗି ଖାଦ୍ୟ ସୁରକ୍ଷା ଯୋଜନାରେ ଚାଉଳ ଯୋଗେଇ ଦେଉଛନ୍ତି | ହେଲେ ହିତାଧିକାରୀ ମାନେ ଯୋଜନା ମୁତାବକ ଚାଉଳ ପାଇ ପାରୁନାହାନ୍ତି | କିଛି ଅସାଧୁ ବ୍ୟକ୍ତି ଗରିବ ଲୋକଙ୍କ ହକ ମାରିବାକୁ ଯାଇ ଓଜନରେ ଠକେଇ କରି ଗ୍ରାମବାସୀ ହାତରେ ଧରା ପଡିଛନ୍ତି | ଚାଉଳ ବଣ୍ଟନ୍ତ ରେ ଅନିମିୟତାକୁ ନେଇ ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ଘାଟଗୁଡା ପଂଚାୟତରେ ତାଲା ଠୁଁଙ୍କି ଛନ୍ତି ପଂଚାୟତବାସି | ଚାଉଳ ବଣ୍ଟନରେ ଅନିୟମିତତା ହେଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି | ଘାଟଗୁଡା ପଞ୍ଚାୟତ ଠାରେ ଫେବୁଆରୀ ମାସ ର ପିଡ଼ିଏସ ଚାଉଳ ବଣ୍ଟନ କରାଯାଉଥିଲା | ଏହି ପଞ୍ଚାୟତର ଯୋଗାଣ ସହାୟକ ବଳରାମ ସିଙ୍ଗି ଚାଉଳ ବଣ୍ଟନ କରୁଥୁଲେ ପୁରୁଣା ନିକିତି କଣ୍ଟାରେ | ପଞ୍ଚାୟତ ଅନ୍ତର୍ଗତ ସୁନାଡଙ୍ଗରି, ମିଞ୍ଜରିଆଗୁଡା, ଘାଟଗୁଡା, ପାତ୍ରଗୁଡା ଗ୍ରାମବାସୀ ଚାଉଳ ପାଇଁ ଆସି ଚାଉଳ ନେବା ପରେ କିଛି ମହିଳା ଓଜନ ହେରଫେର ହୋଇଥିବା ସନ୍ଦେହ କରି ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ଥିବା ଏକ ଦୋକାନରେ ଚାଉଳ କୁ ଓଜନ କରିଥିଲେ | ଏହାପରେ ସେମାନଙ୍କ ଚାଉଳ 5 ରୁ 7 କିଲୋ କମ୍ ଥିବା ଜାଣି ସ୍ଥାନୀୟ ସରପଞ୍ଚ ଓ ଗ୍ରାମବାସୀଙ୍କୁ ଯୋଗାଯୋଗ କରିଥିଲେ | ଗ୍ରାମବାସୀଙ୍କ ସହାୟତାରେ ପଞ୍ଚାୟତରେ ଏକ ଡିଜିଟାଲ ଓଜନ ମେସିନ ଅଣାଯାଇଥିଲା ଏବଂ ସମସ୍ତ ହିତାଧିକାରୀଙ୍କ ଚାଉଳକୁ ଓଜନ କରାଯାଇଥିଲା | ସମସ୍ତ ହିତାଧିକାରୀଙ୍କ ଚାଉଳରେ ଓଜନ ଠକେଇ ହୋଇଥିବା ଜାଣିବା ପରେ ସେଠାରେ ଉତ୍ତେଜନା ସୃଷ୍ଟି ହୋଇଥିଲା | ଏହାପରେ ସମସ୍ତ ହିତାଧିକାରୀ ନିଜ ନିଜ ଚାଉଳ ପଞ୍ଚାୟତ ଯୋଗାଣ ସହାୟକ କୁ ଫେରସ୍ତ କରି ସ୍ଥାନୀୟ ବାସିନ୍ଦା ମିଶି ପଞ୍ଚାୟତ ଫାଟକରେ ତାଲା ଠୁଙ୍କି ଥିଲେ | ପ୍ରଶାସନ ତରଫରୁ ସମସ୍ୟାର ସମାଧାନ ନ ହେଲେ ତାଲା ବନ୍ଦ ରହିବ ବୋଲି ଜିଦରେ ଅଡ଼ି ବସିଥିଲେ | ପ୍ରଶାସନର କୌଣସି ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ନଥିଲେ | ହିତାଧିକାରୀ ଦାବି କରିଛନ୍ତି ଘଟଣା ସ୍ଥଳ ରେ ବିଡ଼ିଓ, ଯୋଗାଣ ଅଧିକାରୀ ପହଞ୍ଚି ଜଗାଣ ସହାୟକ ଙ୍କ ବଦଳରେ SHG ଗ୍ରୁପ କୁ ଚାଉଳ ବଣ୍ଟନର ଦାଇତ୍ୱ ପ୍ରଦାନ କରାଗଲେ ତାଲା ଖୋଲିଯିବ | ପଞ୍ଚାୟତ ବାସୀ ଜଗବନ୍ଧୁ ଭତରା,ମୁକତା ଭତରା,ତିଲତମା ଭତରା,ସରଷ ଭତରା,ମନମତି ପୂଜାରୀ,ଯମୁନା ଭତରା,ଦଶାଏ ଭତରା ଗୁରୁବାରୀ ଭତରା,କମଳା ଭତରା,ଡାଳିମ୍ବ ଭତରା,ଡୋମାଇ ଭତରା ପାର୍ବତୀ ଭତରା,ଆସାମତି ଗୌଡ଼, ଲଳିତା ଭତରା ,ଧନେଇ ଭତରା,ଫୁଲମତି ଭତରା. ଏନେଇ ଯୋଗାଣ ସହାୟକ କୁ ପଚାରିବାରୁ ସେ କହିଥିଲେ ଆଜି ଚାଉଳ ଦେବା ପାଖରେ ମୁ କାର୍ଡ ଲେଖିବା ସମୟରେ ନୂତନ ଲୋକ ଚାଉଳ ଓଜନ କରି ଦେଉଥିଲା, କୌଣସି ଲୋକ ମଧ୍ୟ ଅଭିଯୋଗ କରି ନାହାନ୍ତି | ପରବର୍ତ୍ତୀ ସମୟରେ ସମସ୍ତେ ଆସି ଅଭିଯୋଗ କରିଥିଲେ | ଯଦି ଓଜନ ରେ କମ ଅଛି ମୁ ପୁର୍ନବାର କମ୍ପୁଟର କାଟା ରେ ଓଜନ କରି ଦେଇଦେବି ବୋଲି କହିଥିଲି କିନ୍ତୁ. ହିତାଧିକାରୀ ବୁଝିଲେ ନାହିଁ | ଯୋଗାଣ ଅଧିକାରୀ ରାଜେଶ ଶବରଙ୍କୁ ଫୋନରେ ଯୋଗାଯୋଗ କରିବାରୁ ଆସନ୍ତା କାଲି ପଂଚାୟତ ଯାଇ ଘଟଣାର ତଦନ୍ତ କରି ସମାଧାନ କରିବେ ବୋଲି କହିଛନ୍ତି | 

ପାପଡାହାଣ୍ଡି ରୁ ସ୍ବପ୍ନଜିତ ପଟନାୟକ ଙ୍କ ରିପୋର୍ଟ 

Related posts

ପିକଅପ୍ ଭ୍ୟାନ ଓଲଟି ୧୮ ଗୁରୁତର, ୮ ଆହତ , ଗୁରୁତରଙ୍କୁ ଭବାନୀପାଟଣା ଓ ରାୟଗଡ଼ା ସ୍ଥାନାନ୍ତର 

Sunil Chandra Nayak

ଅସାମାଜିକ ବ୍ୟକ୍ତିଙ୍କ ଆଡ୍ଡା ସ୍ଥଳି ପାଲଟିଛି ରେଙ୍ଗାଳପାଲି ଯାତ୍ରୀ ବିଶ୍ରାମଗାର, ପୋଲିସ ପେଟ୍ରୋଲିଂ ଦାବି

Sunil Chandra Nayak

ଓଡିଆ ପକ୍ଷ ପାଳନ ଅବସରରେ ବର୍ଣ୍ଣବୋଧ ପୁସ୍ତକ ବଣ୍ଟନ 

masiha

Leave a Comment

error: Content is protected !!