ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ଦଶହରା କପ୍ ରାତ୍ର କାଳୀନ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ର ଫାଇନାଲ ରେ ତିନୋଟି ଦଳର ପ୍ରଦର୍ଶନ l ଉମରି ଦଳ ଚମ୍ପିୟାନ

ଦଶହରା କପ୍ ରାତ୍ର କାଳୀନ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ର ଫାଇନାଲ ରେ ତିନୋଟି ଦଳର ପ୍ରଦର୍ଶନ l ଉମରି ଦଳ ଚମ୍ପିୟାନ

ନବରଙ୍ଗପୁର:( ୨୪|୯)(ରବି ନାରାୟଣ ମହାନ୍ତି)ନବରଙ୍ଗପୁର ଟାଉନ ଫୁଟବଲ୍ ଏକାଡେମୀ ଆନୁକୂଲ୍ୟରେ ସ୍ଥାନୀୟ କଲେଜ ଫୁଟବଲ୍ ପଡ଼ିଆ ଠାରେ ନବରଙ୍ଗପୁର ଜିଲ୍ଲାରେ ପ୍ରଥମ ଥର ପାଇଁ ରାତ୍ର କାଳୀନ ଫୁଟବଲ୍ ଫାଇନାଲ ଅନୁଷ୍ଠିତ ହୋଇଯାଇଛି। ଉଦ୍ଘାଟନୀ ଉତ୍ସବ ରେ ଅତିଥି ଭାବରେ ଜିଲ୍ଲା କ୍ରୀଡା ସଂଘର ସଂପାଦକ ପ୍ରହଲ୍ଲାଦ ତ୍ରିପାଠୀ, ଉପ ସଭାପତି ଏମ.ବାଲା କୃଷ୍ଣ ରାଓ, ସହ ସମ୍ପାଦକ ମନୋଜ କୁମାର ପଟ୍ଟନାୟକ ଯୋଗ ଦେଇ ଖେଳାଳିଙ୍କୁ ଉତ୍ସାହିତ କରିଥିଲେ। ଦଶହରା କପ୍ ଫାଇନାଲ ଆରମ୍ଭ କରିବା ପୂର୍ବରୁ ମହିଳା ଫୁଟବଲ ପ୍ରତି ଝିଅ ମାନଙ୍କୁ ଆକୃଷ୍ଟ କରିବା ଉଦ୍ଦେଶ୍ୟରେ ନବରଙ୍ଗପୁର ସହର ମହିଳା ଫୁଟବଲ ଖେଳାଳି ବନାମ ମାଝିଗୁଡ଼ା ବଲାଶ୍ରମ ମହିଳା ଫୁଟବଲ୍ ଖେଳାଳୀ ମଧ୍ୟରେ ଏକ ବନ୍ଧୁତ୍ୱ ପୂର୍ଣ୍ଣ ଖେଳ ଅନୁଷ୍ଠିତ ହୋଇଥିଲା ଯେଉଁଥିରେ ସହର ଦଳ ୩-୦ ଗୋଲରେ ବଲାଶ୍ରମ ଦଳକୁ ପରାସ୍ତ କରିଥିଲେ। ସେହିପରି ଅନ୍ୟ ଏକ ମ୍ୟାଚ୍ ବରିଷ୍ଟ ଫୁଟବଲ୍ କ୍ରୀଡାବିତ୍ ଏବଂ ଟାଉନ ଫୁଟବଲ୍ ଏକାଡେମୀ ମଧ୍ୟରେ ଅନ୍ୟ ଏକ ବନ୍ଧୁତ୍ୱ ପୂର୍ଣ୍ଣ ଖେଳ ଅନୁଷ୍ଠିତ ହୋଇଥିଲା ଏଥିରେ ଟାଉନ ଫୁଟବଲ୍ ଏକାଡେମୀ ଦଳ ୨-୦ ଗୋଲରେ ବରିଷ୍ଠ ଦଳ କୁ ପରାସ୍ତ କରିଥିଲେ। ଶେଷରେ ଦଶହରା କପ୍ ଫୁଟବଲ୍ ର ଏକ ସଂଘର୍ଷ ପୂର୍ଣ୍ଣ ଫାଇନାଲ ମ୍ୟାଚ ରେ କୋରାପୁଟ ଜିଲ୍ଲା ର ଉମରି ଦଳ କର୍ଚାମାଲ୍ ଦଳକୁ ୨-୦ ଗୋଲରେ ପରାସ୍ତ କରି ଦଶହରା କପ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟର ଫାଇନାଲ ଟ୍ରଫି ହାସଲ କରିଥିଲେ। ଉଦଯାପନୀ ଉତ୍ସବର ପୁରସ୍କାର ବିତରଣ କାର୍ଯ୍ୟକ୍ରମରେ ପାପଡ଼ାହାଣ୍ଡି ବ୍ଲକ୍ ର ଉପ ସଭାପତି ସୁଶାନ୍ତ କୁମାର ବେହେରା, ଜିଲ୍ଲା କ୍ରୀଡା ସଂଘର ସହ ସମ୍ପାଦକ ମନୋଜ କୁମାର ପଟ୍ଟନାୟକ, ଜିଲ୍ଲା କିନ୍ନର ସଂଘର ସପାଦକ ଚୁମୁକି କିନ୍ନର, ବରିଷ୍ଟ କ୍ରୀଡାବିତ୍ ଦିଲୀପ କୁମାର ବେହେରା, ମାରାଥନ ଧାବକ ଚିତ ରଞ୍ଜନ ପାତ୍ର, ପରିବର୍ତ୍ତନ ଫାଉଣ୍ଡେସନ ର ସଭାପତି ନିନିବାବୁ ତ୍ରିପାଠୀ ଏବଂ ସମାଜ ସେବୀ ଶ୍ରୀକାନ୍ତ ମିଶ୍ର ପ୍ରମୁଖ ଯୋଗ ଦେଇ ବିଜେତା ଦଳକୁ ଟ୍ରଫି ସହ ୧୫୦୦୦ ଟଙ୍କା ସେହିପରି ଉପ ବିଜେତା ଦଳକୁ ଟ୍ରଫି ସହ ୧୦୦୦୦ ଟଙ୍କା ଦେଇ ଖେଳାଳୀ ମାନଙ୍କୁ ପୁରସ୍କୃତ କରିଥିଲେ। ଜିଲ୍ଲା କ୍ରୀଡା ସଂଘର ଏଥେଲେଟିକ ସମ୍ପାଦକ ଜ୍ୟୋତି ପରିଛା ପୁରସ୍କାର ବିତରଣୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏପରି ଏକ ବିରାଟ ଧରଣର ଫୁଟବଲ୍ ଟୁର୍ଣ୍ଣାମେଣ୍ଟର ସଫଳ ଆୟୋଜନ କରିଥିବାରୁ ଜିଲ୍ଲାବାସୀ ଫୁଟବଲ୍ ଏକାଡେମୀ ର ମୁଖ୍ୟ ଅଶୋକ ପାତ୍ରଙ୍କୁ ଶୁଭେଛା ଓ ଅଭିନନ୍ଦନ ଜଣାଇଛନ୍ତି । ସୂଚନା ଯୋଗ୍ୟ ଯେ ଏହି ଟୁର୍ଣ୍ଣାମେଣ୍ଟରେ ଅବିଭକ୍ତ କୋରାପୁଟ ଜିଲ୍ଲାର ମୋଟ ୧୬ ଗୋଟି ଦଳ ଅଂଶ ଗ୍ରହଣ କରିଛନ୍ତି। ପ୍ରଥମ ଥର ପାଇଁ ରାତ୍ରରେ ଏହି ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଥିବାରୁ ଦେଖିବାକୁ ଆଖ ପାଖ ଅଞ୍ଚଳରୁ ଅସଂଖ୍ୟ ଦର୍ଶକ ଉପସ୍ଥିତ ଥିଲେ। ଫାଇନାଲ ମ୍ୟାଚରେ ରେଫେରୀ ଭାବରେ କୋରାପୁଟ ଜିଲ୍ଲାର ବରିଷ୍ଠ ରେଫରି ସଞ୍ଜୟ ଜେନା ସମେତ, ବିଜୟ ନାୟକ, ଲାଛୁ ଭୂମିଆ ଏବଂ ରଇଲା ଭତରା ପ୍ରମୁଖ ପରିଚାଳନା କରିଥିଲେ।  

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ବିକାଶ ଉଇସଡ଼ମ ପାର୍କରେ କ୍ରୀଡ଼ା ଉତ୍ସବ ‘ଏଥେଲେଟ ମିଟ୍ ୨୦୨୫’ ଉଦଯାପିତ

Sunil Chandra Nayak

ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟର ଛାତ୍ରାବାସ ପକ୍ଷରୁ ଚଲିଥିବା ଏଚ୍‌ପିଏଲ କ୍ରିକେଟ୍‌ ଉଦ୍‌ଯାପିତ

masiha

ଜାତୀୟ ଖେଳରେ ରାଉରକେଲାର ଅଶୋକ ବିଶ୍ବାଳଙ୍କ ନୂତନ ଜାତୀୟ ରେକର୍ଡ ପ୍ରତିଷ୍ଠା

Sunil Chandra Nayak

Leave a Comment

error: Content is protected !!